୭୭ ବର୍ଷରେ ପାଦ ଥାପିଛି ଆମ ରାଜଧାନୀ ଭୁବନଶ୍ୱର

The Sakala Picture
Published On

ଭୁବନେଶ୍ୱର: ଚଳିତବର୍ଷ ରାଜଧାନୀ ଭୁବନେଶ୍ୱର ଏହାର ୭୭ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଭୁବନେଶ୍ୱର ଏକ ବଡ ଇତିହାସ ରହିଛି। ୧୯୪୬ରେ ଜର୍ମାନ ଆର୍କିଟେକ୍‌‌ ଓଟୋ କୋନିଗ୍ସବର୍ଗର ଭୁବନେଶ୍ୱରକୁ ଏକ ଆଧୁନିକ ଓ ଯୋଜନାବଦ୍ଧ ସହର ଭାବେ ଡିଜାଇନ୍‌‌ କରିଥିଲେ। ସହରଟି ମୂଳତଃ ୨୦, ୦୦୦ ଲୋକଙ୍କ ପାଇଁ ଡିଜାଇନ୍‌‌ ହୋଇଥିଲା। କିନ୍ତୁ ୨୦୧୧ ମସିହା ଜନଗଣନାରେ ପ୍ରାୟ ୮ଲକ୍ଷ ଜନସଂଖ୍ୟା ରହିଥିଲା ଏହା ଏବେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ୧୯୪୮ରେ […]

ଭୁବନେଶ୍ୱର: ଚଳିତବର୍ଷ ରାଜଧାନୀ ଭୁବନେଶ୍ୱର ଏହାର ୭୭ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଭୁବନେଶ୍ୱର ଏକ ବଡ ଇତିହାସ ରହିଛି। ୧୯୪୬ରେ ଜର୍ମାନ ଆର୍କିଟେକ୍‌‌ ଓଟୋ କୋନିଗ୍ସବର୍ଗର ଭୁବନେଶ୍ୱରକୁ ଏକ ଆଧୁନିକ ଓ ଯୋଜନାବଦ୍ଧ ସହର ଭାବେ ଡିଜାଇନ୍‌‌ କରିଥିଲେ। ସହରଟି ମୂଳତଃ ୨୦, ୦୦୦ ଲୋକଙ୍କ ପାଇଁ ଡିଜାଇନ୍‌‌ ହୋଇଥିଲା। କିନ୍ତୁ ୨୦୧୧ ମସିହା ଜନଗଣନାରେ ପ୍ରାୟ ୮ଲକ୍ଷ ଜନସଂଖ୍ୟା ରହିଥିଲା ଏହା ଏବେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨ଟି ଦୋକାନ ଜଳି ପାଉଁଶ

୧୯୪୮ରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ବିକାଶର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ହୋଇଥିଲା ୧୯୬୦ରୁ ୧୯୯୦ ମସିହା ମଧ୍ୟରେ। ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ରେ ସ୍ଥାପିତ ହେଲୋ। ଅନ୍ୟାନ୍ୟ ଅନୁଷ୍ଠାନ ଯଥା ଆଇଆଇଟି ଭୁବନେଶ୍ୱର ୨୦୦୮ରେ ସ୍ଥାପିତ ହେଲା। ସେହିପରି ଏହି ୩୦ ବର୍ଷ ମଧ୍ୟରେ ବରମୁଣ୍ଡା ବସ୍‌‌ ଟର୍ମିନାଲ ଓ ରେଳ ନେଟୱାର୍କର ବିସ୍ତାର ସହରର ସଂଯୋଗକୁ ସୁଦୃଢ କରାଗଲା।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲ୍ୟାବ୍ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ, ପକେଟରୁ ମିଳିଲା ଇଞ୍ଜେକ୍ସନ

୨୦୦୦ ମସିହା ପରଠାରୁ ଆଧୁନିକ ଭୁବନେଶ୍ୱର ବିକାଶ ଆରମ୍ଭ ହୋଇଥିଲା। ୨୦୧୬ରେ ଭୁବନେଶ୍ୱର ଭାରତ ସରକାରଙ୍କ ‘ସ୍ମାର୍ଟ ସିଟି ମିଶନ’ରେ ପ୍ରଥମ ସ୍ଥାନ ଅଧିକାର କଲା। ଭୁବନେଶ୍ୱର ଏକ ଟିୟର-୨ ସହର ଭାବେ ଉଭା ହେଲା। ଯେଉଁଠାରେ ଆଇଟି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବୃଦ୍ଧି ହେଲା। ଇନ୍‌ଫୋସିସ୍‌, ଟିସିଏସ୍‌‌ ଓ ଅନ୍ୟାନ୍ୟ ଆଇଟି କମ୍ପାନୀଙ୍କ ଉପସ୍ଥିତି ଏହାକୁ ଏକ ଆଇଟି ହବ୍‌‌ ଭାବେ ପ୍ରତିଷ୍ଠିତ କଲା। ‘ମୋ ବସ୍‌‌’ ସେବା ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ଆଧୁନିକୀକରଣ ସହରର ସଂଯୋଗକୁ ଆହୁରି ସୁଦୃଢ କଲା। କ୍ରୀଡାର ବିକାଶ ପାଇଁ କଳିଙ୍ଗ ଷ୍ଟାଡିୟମ ଭଳି ଅତ୍ୟାଧୁନିକ ଖେଳ ଭିତ୍ତିଭୂମି ସହିତ ଭୁବନେଶ୍ୱର ଏକ ଖେଳ କେନ୍ଦ୍ର ଭାବେ ପରିଚିତ। ଭୁବନେଶ୍ୱର ବିଗତ ଦିନରେ ଦୁଇଥର ହକି ବିଶ୍ୱକପ ଆୟୋଜନ କରିଥିଲା।

ଆହୁରି ପଢ଼ନ୍ତୁ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଉପରେ ପ୍ରତିବନ୍ଧକ ଦାବି କଲେ ପୁରୀ ଶଙ୍କରାଚାର୍ଯ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର