ବିଜେପିର ଶବ ରାଜନୀତି: ବିଧାୟିକା କୁସୁମ ଟେଟେ ହଟହଟା, ଲଜ୍ଜିତ ଓ ଅପଦସ୍ତ ହୋଇ ଫେରିଲେ ବିଜେପି ନେତ୍ରୀ
ରାଉରକେଲା: କର୍ତ୍ତବ୍ୟରତ ପୁଲିସ ଏଏସ୍ଆଇ ଆଲିସ ଲୁଗୁନଙ୍କ ଆକସ୍ମିକ ପରଲୋକ ଘଟଣାରେ ତାଙ୍କ ପରିବାରକୁ ସମବେଦନା ଜଣାଇବାକୁ ଯାଇ ହଟହଟା ହୋଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ। ସ୍ଥାନୀୟ ବିଧାୟକ ଶଙ୍କର ଓରାମଙ୍କ ଅଞ୍ଚଳରେ ଯାଇ କୁସୁମଙ୍କ ରାଜନୀତିକୁ ଦଳୀୟ କର୍ମୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଆଲିସଙ୍କ ପରିବାର ମଧ୍ୟ ବିଧାୟିକା କୁସୁମଙ୍କ ଆଭିମୁଖ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକମାନେ କୁସୁମଙ୍କୁ ବିରୋଧ କରିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପ୍ରକାଶ ପାଇଥିଲା ଏବଂ ଶେଷରେ ଉତ୍ତେଜିତ […]
ରାଉରକେଲା: କର୍ତ୍ତବ୍ୟରତ ପୁଲିସ ଏଏସ୍ଆଇ ଆଲିସ ଲୁଗୁନଙ୍କ ଆକସ୍ମିକ ପରଲୋକ ଘଟଣାରେ ତାଙ୍କ ପରିବାରକୁ ସମବେଦନା ଜଣାଇବାକୁ ଯାଇ ହଟହଟା ହୋଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ। ସ୍ଥାନୀୟ ବିଧାୟକ ଶଙ୍କର ଓରାମଙ୍କ ଅଞ୍ଚଳରେ ଯାଇ କୁସୁମଙ୍କ ରାଜନୀତିକୁ ଦଳୀୟ କର୍ମୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଆଲିସଙ୍କ ପରିବାର ମଧ୍ୟ ବିଧାୟିକା କୁସୁମଙ୍କ ଆଭିମୁଖ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକମାନେ କୁସୁମଙ୍କୁ ବିରୋଧ କରିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପ୍ରକାଶ ପାଇଥିଲା ଏବଂ ଶେଷରେ ଉତ୍ତେଜିତ ଲୋକଙ୍କ ଘେରରୁ ପୁଲିସ କୁସୁମଙ୍କୁ ଉଦ୍ଧାର କରିଥିଲା। କାର୍ଯ୍ୟରତ ଅବସ୍ଥାରେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ମହିଳା ଏଏସଆଇ ଆଲିସ ଲୁଗୁନଙ୍କ ଶବକୁ ନେଇ ବିଜେପିର ରାଜନୀତିକରଣକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ବୁଧବାର ରାତି ୯ଟାରେ ବିଶ୍ରା ବ୍ଲକ ସନ୍ତୋଷପୁର ଗାଁର ମୃତ ଏଏସଆଇ ଆଲିସ ଲୁଗୁନଙ୍କ ଘରକୁ ଯାଇ ନିଜକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସଦସ୍ୟା ବୋଲି ପରିଚୟ ଦେଇଥିଲେ। ଏଏସ୍ଆଇ ଲୁଗୁନଙ୍କ ମୃତ୍ୟୁରେ ସମବେଦନା ଜଣାଇବାକୁ ଆସିଥିବା ବିଧାୟିକାଙ୍କ ଉପରେ ହଠାତ୍ କ୍ଷୁବ୍ଧ ହୋଇ ଲୁଗୁନଙ୍କ ପରିବାରର ସଦସ୍ୟ ଏବଂ ପାଖ ପଡ଼ୋଶୀ ତାଙ୍କୁ ଯାହା ଇଛା ତାହା ଗାଳିଗୁଲଜ କରିଥିଲେ। ‘ଆମ ଝିଅ ଚାଲିଯାଇଛି, ତୁମେ ଦୟାକରି ରାଜନୀତି କରନି, ତୁମ ସମବେଦନା ଆମର ଦରକାର ନାହିଁ… ଇତ୍ୟାଦି ଅନେକ କହିବା ସହ ଠେଲାପେଲା କରିଛନ୍ତି। ଫଳରେ କୁସୁମ ଅପଦସ୍ତ ଓ ଲଜ୍ଜିତ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ।
ଏ ନେଇ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସଦସ୍ୟା ଭାବେ ବିଧାୟିକା କୁସୁମ ଟେଟେ ମୃତ ମହିଳା ଏଏସଆଇ ଆଲିସ ଲୁଗୁନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ଓ ଘଟଣା ବିଷୟରେ ସବିଶେଷ ଜାଣିବାକୁ ରାତିରେ ସନ୍ତୋଷପୁର ଯାଇଥିଲେ। ସେଠାରେ ଲୁଗୁନଙ୍କ ପରିବାର ଲୋକେ ତାଙ୍କୁ ଦୁର୍ବ୍ୟବହାର କରି ଫେରାଇ ଦେଇଛନ୍ତି। ବିଶ୍ରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଅକ୍ଟୋବର ୧ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ରାଜଗାଙ୍ଗପୁର ଅଞ୍ଚଳରୁ ରାଜା ଗୋଲ୍ଡ ନାମକ ଘରୋଇ ବସ୍ ରାଉରକେଲା ଅଭିମୁଖେ ଆସିଥିଲା। ଉଦିତନଗର ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତାରେ ଥିବା ବିରଜାପାଲି ବସ୍ତି ନିକଟରେ ଉକ୍ତ ବସ୍ ଏକ କାରକୁ ଧକ୍କା ଦେଇ ଚାଲିଯାଇଥିଲା। ଉକ୍ତ କାରରେ ବସିଥିବା ଯୁବକମାନେ ବସକୁ ପିଛା କରି ରାଉରକେଲା ମହାନଗର ନିଗମ ଛକ ତଥା ରିଂ ରୋଡଠାରେ ଅଟକାଇଥିଲେ। ପରେ ପ୍ରାୟ ୨୫ରୁ ୩୦ ଜଣ ଯୁବକ ଯୁବତୀ ମିଶି ବସ୍ ଭଙ୍ଗାରୁଜା କରିବା ସହ ବସ ମାଲିକ ଏମଡି ଜାକିର ଓ ପୁଅ ଏମଡି ନାଜିରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କିଛି ସମୟ ମଧ୍ୟରେ ପିସିଆର୍ ଭ୍ୟାନରେ ମହିଳା ଏଏସଆଇ ଆଲିସ ଲୁଗୁନଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆକ୍ରମଣକାରୀ ଜଣେ ଯୁବତୀ ସମେତ ୨/୩ ଜଣ ଯୁବକଙ୍କୁ ଏଏସଆଇ ଲୁଗୁନ କାବୁ କରି ପିସିଆର୍ ଭ୍ୟାନ୍ରେ ବସାଇ ଥାନାକୁ ନେଉଥିଲେ। ତେବେ ପିସିଆର ଭ୍ୟାନ ଭିତରେ କାଚ ବନ୍ଦ କରି ବସିଥିବା ବେଳେ ଏଏସଆଇ ଲୁଗୁନଙ୍କର ବାନ୍ତି ହେବା ସହ ସେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ଆଲିସଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଥିବା ବେଳେ ଘଟଣାସ୍ଥଳରେ ଠେଲାପେଲା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ପୁଲିସ ପରିବାର ପକ୍ଷରୁ ଅଭିଯୋଗକୁ ଗ୍ରହଣ କରି ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। ଅନ୍ୟପଟେ ବସ୍ ଭଙ୍ଗାରୁଜା ଓ ବସ୍ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।