ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଓଡ଼ିଶାକୁ ସଫଳତା

The Sakala Picture
Published On

ଭୁବନେଶ୍ବର: ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି। ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟର ଏହି ତଥ୍ୟ ପ୍ରଦାନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଚେତନତାର ହାର ବୃଦ୍ଧି ପାଇଥିବାରୁ ମୋଟ ପ୍ରଜନନ ହାରରେ ନିୟନ୍ତ୍ରଣ ଆସିଛି। ଚଳିତ ବର୍ଷ ଫିକ୍ସ ଡେ ଷ୍ଟାଟିକ ସେଣ୍ଟର ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯାହାଦ୍ବାରା ପରିବାର ନିୟୋଜନରେ ଉଭୟ ବ୍ୟବଧାନ […]

ଭୁବନେଶ୍ବର: ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି। ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟର ଏହି ତଥ୍ୟ ପ୍ରଦାନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଚେତନତାର ହାର ବୃଦ୍ଧି ପାଇଥିବାରୁ ମୋଟ ପ୍ରଜନନ ହାରରେ ନିୟନ୍ତ୍ରଣ ଆସିଛି। ଚଳିତ ବର୍ଷ ଫିକ୍ସ ଡେ ଷ୍ଟାଟିକ ସେଣ୍ଟର ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯାହାଦ୍ବାରା ପରିବାର ନିୟୋଜନରେ ଉଭୟ ବ୍ୟବଧାନ ଓ ସୀମିତ ପଦ୍ଧତିକୁ ବ୍ୟାପକ କରିବାକୁ ପ୍ରୋତ୍ସାହନ ମିଳିବ ।

ଆହୁରି ପଢ଼ନ୍ତୁ: ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ଓଡିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ୧.୮ ପ୍ରତିଶତ । ମୋଟ ପ୍ରଜନନ ହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚକ । ଯାହା ପରିବାର ନିୟୋଜନ କାର୍ଯ୍ଯକ୍ରମର ସଫଳତାକୁ ଦର୍ଶାଇଥାଏ । କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ ଓ ଦେଶର ଜନସଂଖ୍ୟା ସ୍ଥିରତା ଆଣିବାରେ ସୂଚନା ଦେଇଥାଏ । ଗତ କିଛି ବର୍ଷ ଭିତରେ ଓଡ଼ିଶା ସରକାର ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟର ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ଦେଶଠୁ କମ ରହିଛି।

ଆହୁରି ପଢ଼ନ୍ତୁ: ରାୟଗଡ଼ା ବର୍ବରକାଣ୍ଡକୁ ନେଇ ଉଦବେଗ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

ରାଜ୍ୟରେ ଏହା ୧.୮ ପ୍ରତିଶତ ଥିବାବେଳେ ଦେଶରେ ୨.୦ ରହିଛି । ୬.୩୭ ଲକ୍ଷ ପରିବାରକୁ ନେଇ କରାଯାଇଥିଲା ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ । ଏଥିରେ ସାରଦେଶର ୭୦୭ ଜିଲ୍ଲାକୁ ସାମିଲ କରାଯାଇଥିଲା । ଏହା ୨୪,୧୧୫ ମହିଳା ଓ ୧ ଲକ୍ଷ ୧ ହଦାର, ୮୩୯ ପୁରୁଷଙ୍କୁ ନେଇ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ସଫଳତାରେ କାଉନସେଲିଂ ସମେତ ପରିବାର ନିୟୋଜନ ସେବା ରହିଛି । ଗୁଣାତ୍ମକ ମାନ ନିରୂପଣ, ଅନ୍ତରା ଓ ଆଇୟୁସିଡି ପରି ପରିବାର ନିୟୋଜନ ସେବା ଗୁଡ଼ିକୁ ହିତାଧିକାରୀଙ୍କ ପାଖରେ ସହଜରେ ଉପଲବ୍ଧ କରାଯାଇଛି ।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଚାଷୀ ଆତ୍ମହତ୍ୟା: ନବୀନ ଗଠନ କଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌

ଫାମିଲି ପ୍ଲାନିଂ, ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ ପରି ଅନଲାଇନ୍ ପଦ୍ଧତି ଜରିଆରେ ଦମ୍ପତିଙ୍କ ପାଖରେ ଠିକ୍ ସଭୟରେ ଗର୍ଭନିରୋଧକ ପହଞ୍ଚାଯାଉଛି । ଏହି କାର୍ୟ୍ୟକ୍ରମର ସଫଳତା ଯୋଗୁ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଅଧୀନରେ ସହରାଞ୍ଚଳରେ ଏହାକୁ ବୃଦ୍ଧି କରିବାକୁ ପାଇଁ ପଦକ୍ଷେପ ନିଆଯାଇଛି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁ ପ୍ରସବ କରୁଥିବା ମାଆମାନଙ୍କ ମଧ୍ୟରେ ପ୍ରସବ ପରବର୍ତ୍ତୀ ସେବାକୁ ଅଧିକ ପ୍ରୋତ୍ସାହିତ କରାଯାଉଛି । ଯେଉଁଠି ମାଆମାନଙ୍କୁ ସେମାନଙ୍କ ପ୍ରଜନନ ନିୟନ୍ତ୍ରଣ କରିବା ପାଇଁ ଗର୍ଭନିରୋଧକ ବ୍ୟବହାର ନେଇ ଗୁରୁତ୍ବ ଦିଆଯାଉଛି ।

11 Jul 2022 By The Sakala

ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଓଡ଼ିଶାକୁ ସଫଳତା

ଭୁବନେଶ୍ବର: ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି। ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟର ଏହି ତଥ୍ୟ ପ୍ରଦାନ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଚେତନତାର ହାର ବୃଦ୍ଧି ପାଇଥିବାରୁ ମୋଟ ପ୍ରଜନନ ହାରରେ ନିୟନ୍ତ୍ରଣ ଆସିଛି। ଚଳିତ ବର୍ଷ ଫିକ୍ସ ଡେ ଷ୍ଟାଟିକ ସେଣ୍ଟର ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯାହାଦ୍ବାରା ପରିବାର ନିୟୋଜନରେ ଉଭୟ ବ୍ୟବଧାନ ଓ ସୀମିତ ପଦ୍ଧତିକୁ ବ୍ୟାପକ କରିବାକୁ ପ୍ରୋତ୍ସାହନ ମିଳିବ ।

ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ୧.୮ ପ୍ରତିଶତ । ମୋଟ ପ୍ରଜନନ ହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସୂଚକ । ଯାହା ପରିବାର ନିୟୋଜନ କାର୍ଯ୍ଯକ୍ରମର ସଫଳତାକୁ ଦର୍ଶାଇଥାଏ । କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ ଓ ଦେଶର ଜନସଂଖ୍ୟା ସ୍ଥିରତା ଆଣିବାରେ ସୂଚନା ଦେଇଥାଏ । ଗତ କିଛି ବର୍ଷ ଭିତରେ ଓଡ଼ିଶା ସରକାର ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ରିପୋର୍ଟର ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ଦେଶଠୁ କମ ରହିଛି।

ରାଜ୍ୟରେ ଏହା ୧.୮ ପ୍ରତିଶତ ଥିବାବେଳେ ଦେଶରେ ୨.୦ ରହିଛି । ୬.୩୭ ଲକ୍ଷ ପରିବାରକୁ ନେଇ କରାଯାଇଥିଲା ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ । ଏଥିରେ ସାରଦେଶର ୭୦୭ ଜିଲ୍ଲାକୁ ସାମିଲ କରାଯାଇଥିଲା । ଏହା ୨୪,୧୧୫ ମହିଳା ଓ ୧ ଲକ୍ଷ ୧ ହଦାର, ୮୩୯ ପୁରୁଷଙ୍କୁ ନେଇ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ସଫଳତାରେ କାଉନସେଲିଂ ସମେତ ପରିବାର ନିୟୋଜନ ସେବା ରହିଛି । ଗୁଣାତ୍ମକ ମାନ ନିରୂପଣ, ଅନ୍ତରା ଓ ଆଇୟୁସିଡି ପରି ପରିବାର ନିୟୋଜନ ସେବା ଗୁଡ଼ିକୁ ହିତାଧିକାରୀଙ୍କ ପାଖରେ ସହଜରେ ଉପଲବ୍ଧ କରାଯାଇଛି ।

ଫାମିଲି ପ୍ଲାନିଂ, ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ ପରି ଅନଲାଇନ୍ ପଦ୍ଧତି ଜରିଆରେ ଦମ୍ପତିଙ୍କ ପାଖରେ ଠିକ୍ ସଭୟରେ ଗର୍ଭନିରୋଧକ ପହଞ୍ଚାଯାଉଛି । ଏହି କାର୍ୟ୍ୟକ୍ରମର ସଫଳତା ଯୋଗୁ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଅଧୀନରେ ସହରାଞ୍ଚଳରେ ଏହାକୁ ବୃଦ୍ଧି କରିବାକୁ ପାଇଁ ପଦକ୍ଷେପ ନିଆଯାଇଛି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁ ପ୍ରସବ କରୁଥିବା ମାଆମାନଙ୍କ ମଧ୍ୟରେ ପ୍ରସବ ପରବର୍ତ୍ତୀ ସେବାକୁ ଅଧିକ ପ୍ରୋତ୍ସାହିତ କରାଯାଉଛି । ଯେଉଁଠି ମାଆମାନଙ୍କୁ ସେମାନଙ୍କ ପ୍ରଜନନ ନିୟନ୍ତ୍ରଣ କରିବା ପାଇଁ ଗର୍ଭନିରୋଧକ ବ୍ୟବହାର ନେଇ ଗୁରୁତ୍ବ ଦିଆଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର