ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

Tapas Ranjan Nanda Picture
Published On

ଏଲ୍‌ଏଲ୍‌ବି ପଢୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ମହାରାଷ୍ଟ୍ରର ଲୋନାଭାଲା ଅଞ୍ଚଳର ଏକ ଗଭୀର ଖାତରୁ ଉଦ୍ଧାର କରାଯାଇଛି। ଦୀର୍ଘ ୩୬ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ପୋଲିସ ମଙ୍ଗଳବାର ଦିନ ଛାତ୍ରୀଙ୍କ ମୃତଦେହ ଜବତ କରିଛି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

ମୃତ ଛାତ୍ରୀ ଜଣକ ହେଲେ ଶ୍ରେୟା ନରେନ୍ଦ୍ର ପତି (୨୦)। ସେ ମୁମ୍ବାଇର ଏକ କଲେଜରେ ଏଲ୍‌ଏଲ୍‌ବି ତୃତୀୟ ବର୍ଷର ଛାତ୍ରୀ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଶ୍ରେୟା ଗତ ଜାନୁଆରୀ ୩୧ ତାରିଖରେ ଲୋନାଭାଲା-ଖଣ୍ଡାଲା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିଲେ। ସେ ଏନେଇ ନିଜ ପରିବାରକୁ ମଧ୍ୟ ସୂଚନା ଦେଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ଏବଂ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଘଟଣାସ୍ଥଳ ନିକଟରେ ଥିବା ଜଣେ ଦୋକାନୀ ଶ୍ରେୟାଙ୍କ ବ୍ୟାଗ୍ ପାଇଥିଲେ। ବ୍ୟାଗ୍ ଭିତରେ ଥିବା ପରିଚୟ ପତ୍ର ଯାଞ୍ଚ କରି ଦୋକାନୀ ଜଣକ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ, ଯାହା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡଗ୍ ସ୍କ୍ୱାଡ୍ ଏବଂ ଡ୍ରୋନ୍ ସହାୟତାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

ପ୍ରାୟ ୩୬ ଘଣ୍ଟାର ତଲାସୀ ଅଭିଯାନ ପରେ ଲୋନାଭାଲାର ଏକ ୪୦୦ ଫୁଟ ଗଭୀର ଖାତରୁ ଶ୍ରେୟାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶ୍ରେୟା ଏକାକୀ ଟ୍ରେକିଂ ପାଇଁ ଯାଇଥିଲେ ନା ତାଙ୍କ ସହ ଅନ୍ୟ କେହି ଥିଲେ, ସେ ନେଇ ପୋଲିସ ଅଧିକ ଛାନଭିନ୍ ଚଳାଇଛି।

03 Feb 2026 By Tapas Ranjan Nanda

ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

ଏଲ୍‌ଏଲ୍‌ବି ପଢୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ମହାରାଷ୍ଟ୍ରର ଲୋନାଭାଲା ଅଞ୍ଚଳର ଏକ ଗଭୀର ଖାତରୁ ଉଦ୍ଧାର କରାଯାଇଛି। ଦୀର୍ଘ ୩୬ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ପୋଲିସ ମଙ୍ଗଳବାର ଦିନ ଛାତ୍ରୀଙ୍କ ମୃତଦେହ ଜବତ କରିଛି।

ମୃତ ଛାତ୍ରୀ ଜଣକ ହେଲେ ଶ୍ରେୟା ନରେନ୍ଦ୍ର ପତି (୨୦)। ସେ ମୁମ୍ବାଇର ଏକ କଲେଜରେ ଏଲ୍‌ଏଲ୍‌ବି ତୃତୀୟ ବର୍ଷର ଛାତ୍ରୀ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଶ୍ରେୟା ଗତ ଜାନୁଆରୀ ୩୧ ତାରିଖରେ ଲୋନାଭାଲା-ଖଣ୍ଡାଲା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିଲେ। ସେ ଏନେଇ ନିଜ ପରିବାରକୁ ମଧ୍ୟ ସୂଚନା ଦେଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ଏବଂ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ।

ଘଟଣାସ୍ଥଳ ନିକଟରେ ଥିବା ଜଣେ ଦୋକାନୀ ଶ୍ରେୟାଙ୍କ ବ୍ୟାଗ୍ ପାଇଥିଲେ। ବ୍ୟାଗ୍ ଭିତରେ ଥିବା ପରିଚୟ ପତ୍ର ଯାଞ୍ଚ କରି ଦୋକାନୀ ଜଣକ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ, ଯାହା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡଗ୍ ସ୍କ୍ୱାଡ୍ ଏବଂ ଡ୍ରୋନ୍ ସହାୟତାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା।

ପ୍ରାୟ ୩୬ ଘଣ୍ଟାର ତଲାସୀ ଅଭିଯାନ ପରେ ଲୋନାଭାଲାର ଏକ ୪୦୦ ଫୁଟ ଗଭୀର ଖାତରୁ ଶ୍ରେୟାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶ୍ରେୟା ଏକାକୀ ଟ୍ରେକିଂ ପାଇଁ ଯାଇଥିଲେ ନା ତାଙ୍କ ସହ ଅନ୍ୟ କେହି ଥିଲେ, ସେ ନେଇ ପୋଲିସ ଅଧିକ ଛାନଭିନ୍ ଚଳାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର