କୃଷ୍ଣପ୍ରସାଦରେ ପଞ୍ଚୁଦୋଳ ପୁସ୍ତକ ମେଳା ବୈଠକ ଅନୁଷ୍ଠିତ: ମେଳାର ପଞ୍ଜୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Tapas Ranjan Nanda Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଏକମାତ୍ର ପୁସ୍ତକ ମେଳା ପଞ୍ଚୁଦୋଳ ପୁସ୍ତକ ମେଳାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାଲୁଦ ପଞ୍ଚୁଦୋଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ଥାୟୀ ସଭାପତି ଉଲ୍ଲାସ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସାହିତ୍ୟ ଏବଂ ସଂସ୍କୃତିର ପ୍ରସାର ଦିଗରେ ଏହି ମେଳାର ଏକ ସ୍ୱତନ୍ତ୍ର ପରିଚୟ ରହିଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଉକ୍ତ ବୈଠକରେ ସମ୍ପାଦକ ବିଷ୍ଣୁ ପ୍ରସାଦ ଦଳେଇ ବିଗତ ପୁସ୍ତକ ମେଳାର ଆୟ-ବ୍ୟୟର ହିସାବ ଉପସ୍ଥାପିତ କରିଥିଲେ। ଏହି ଆଲୋଚନାରେ ସର୍ବସମ୍ମତି କ୍ରମେ ପୁସ୍ତକ ମେଳାକୁ ସରକାରୀ ଭାବେ ରେଜିଷ୍ଟ୍ରେସନ ବା ପଞ୍ଜୀକରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହ ଆଗାମୀ ଦିନରେ ଏହି ପୁସ୍ତକ ମେଳା କିପରି ଅଧିକ ସୁଚାରୁ ରୂପେ ପରିଚାଳିତ ହେବ ଏବଂ ବ୍ୟାପକ ସଫଳତା ହାସଲ କରିବ, ସେହି ବିଭିନ୍ନ ଦିଗ ଉପରେ ସଦସ୍ୟମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଉତ୍କଳ ଦିବସ ପାଳନ ଓ କବିତା ପାଠ

ଏହି ବୈଠକ ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତିରେ ଉତ୍କଳ ଦିବସ ମଧ୍ୟ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଉପସ୍ଥିତ କବି ଓ ଲେଖକମାନଙ୍କ ଦ୍ୱାରା ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ କବିତା ପାଠ କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଦାସ, କାଶୀନାଥ ଜେନା, ଦେବରାଜ ଜେନା, ଅଶୋକ କୁମାର ଜେନା, ବିଦ୍ୟାଧର ପ୍ରଧାନ, ବାବୁଲା ନାୟକ, ରୁପାଲୀ ପଲେଇ, ପ୍ରବୀଣା ଦାସ, ମଧୁସୂଦନ ସାହୁ, ମହେନ୍ଦ୍ର ବେହେରା, ସଦାନନ୍ଦ ଗୌଡ଼, ସୁରେନ୍ଦ୍ର ପ୍ରଧାନ, ଲଳିତ କୁମାର ସ୍ୱାଇଁ, ପ୍ରେମଚାନ୍ଦ ପତ୍ର, ପ୍ରଭାଞ୍ଜନ ଦାଶ ଏବଂ ମନୋଜ କୁମାର ବାରିକ ପ୍ରମୁଖ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର