ଆଜି ପୁରୁଛି ଧାନ କିଣା କଣ୍ଟ: ଏବେ ବି ଧାନ ଧରି ବସିଛନ୍ତି ଲକ୍ଷାଧିକ ଚାଷୀ

Madhusudan Das Picture
Published On

ଭୁବନେଶ୍ୱର: ଖରିଫ ଧାନ କିଣା ପାଇଁ ଧାର୍ଯ୍ୟ ତାରିଖ ଅବଧି ଆଜି ଶେଷ ହେଉଛି। ସରକାରୀ ଭାବେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତାହା ପୂରା ହୋଇଯାଇଛି ବୋଲି ସରକାର କହୁଥିବାରୁ ଏବେବି ଧାନ ବିକି ନ ପାରି ଟୋକନ୍‌ ଧରି ବସିଥିବା ଲକ୍ଷାଧିକ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି। କେମିତି ସେମାନଙ୍କ ଅମଳ ଧାନକୁ ସରକାର କ୍ରୟ କରିବେ ସେନେଇ ଚାଷୀମାନେ ଅନେକ ସ୍ଥାନରେ ବିକ୍ଷୋଭ ଧାରଣାମାନ ଆୟୋଜନ କରୁଛନ୍ତି। 

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏଆଇସିସି କିଷାନ କଂଗ୍ରେସ ସଂଯୋଜକ ଅମିୟ ପଟ୍ଟନାୟକ ସରକାରଙ୍କ ଧାନ କିଣା ପ୍ରକ୍ରିୟାକୁ ସମାଲୋଚନା କରି କହିଛନ୍ତି, ଖରିଫ୍‌ ଧାନ ବିକ୍ରୟ ପାଇଁ ରାଜ୍ୟର ୧୯ଲକ୍ଷ ୬୮ ହଜାର ଚାଷୀ ନାମ ପଞ୍ଜିକରଣ କରିଥିଲେ। ସାଟେଲାଇଟ୍‌ ସର୍ଭେ ପରେ ୧୭ଲକ୍ଷ ୮୮ ହଜାର ୮୮୦ ଜଣ ଯୋଗ୍ୟ ବିବେଚିତ ହେଲେ। କିନ୍ତୁ ସରକାର କହୁଛନ୍ତି, ଆମେ ୧୮ ଲକ୍ଷ ୫୫ହଜାର ୨୦୭ଜଣ ଚାଷୀଙ୍କଠାରୁ ଧାନ କ୍ରୟ କରିଛୁ। ତେବେ ୭୦ ହଜାର ଅଧିକ ଚାଷୀ କେମିତି ଧାନ ବିକ୍ରି କରିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାଛଡ଼ା ୨୦୨୫ ଖରିଫରେ ଉତ୍ପାଦିତ ବଳକା ଧାନର ପରିମାଣ ପ୍ରାୟ ୧୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଉର୍ଦ୍ଧ୍ବ ହୋଇଥିଲା। କିନ୍ତୁ ୭୩ ଲକ୍ଷ ମେଟ୍ରିକ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ୭୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ କରାଯାଇଛି ବୋଲି କୁହାଯାଉଛି। ଅତଏବ ଚାଷୀଙ୍କ ପାଖରେ ପାଖାପାଖି ଆଉ ୩୨ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ବଳକା ଧାନ ରହୁଛି। ଚାଷୀ ଏବେ କରିବେ କ’ଣ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସେହିପରି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଧାନ ସରକାର ଉଠାଇ ପାରି ନାହାନ୍ତି। ଟୋକନ ଅବଧି ଦୁଇ ଦିନ ବୃଦ୍ଧି ପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି। ସର୍ବନିମ୍ନ ୭ ଦିନ ବୃଦ୍ଧି ନହେଲେ ବଳକା ଧାନ ଉଠି ପାରିବ ନାହିଁ ବୋଲି ସେ କହିଛନ୍ତି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ଅନ୍ୟପଟେ ସୋମବାର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆବଶ୍ୟକତା ପଡିଲେ ଧାନ ସଂଗ୍ରହ ପାଇଁ ଆଉ ଦୁଇ ଦିନ ବୃଦ୍ଧି କରାଯିବ। କୌଣସି ଚାଷୀଙ୍କ ଟୋକନ ଯେମିତି ଲାପ୍‌ସ ନ କରିବ, ସେନେଇ ସମସ୍ତ ଧାନ ସଂଗ୍ରହ କରିବୁ ବୋଲି ସେ କହିଛନ୍ତି।

ଗୋଟିଏ ଦିନରେ ବଳକା ୭ ହଜାର ଚାଷୀଙ୍କ ଧାନ କ୍ରୟ ନେଇ ଆଶଙ୍କା
କଟକ: ଚଳିତ ଖରିଫ ଋତୁର ଶେଷ ଦିନରେ ବଳକା ରହିଥିବା ଧାନ କ୍ରୟକୁ ନେଇ କଟକ ଜିଲ୍ଲାର ପ୍ରାୟ ୭ହଜାର ୧୩୦ଜଣ ଚାଷୀ ଚିନ୍ତାରେ ରହିଛନ୍ତି। ଚଳିତ ବର୍ଷ ଜିଲ୍ଲାର ମୋଟ ୭୨ ହଜାର ୫୩୯ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଏଥିମଧ୍ୟରୁ ମୋଟ ୬୫ ହଜାର ୫୫୭ଜଣ ଚାଷୀ ଧାନ ବିକ୍ରି କରିପାରିଛନ୍ତି। ଜିଲ୍ଲାର ୧୪ଟି ବ୍ଲକରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୪୫ ହଜାର ୪୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଜିଲ୍ଲାରେ ଚଳିତବର୍ଷ ଖରିଫ ଋତୁରେ ଗତ ବର୍ଷ ତୁଳନାରେ ୧୦ରୁ ୨୦ପ୍ରତିଶତ ଅଧିକ ଧାନ ଅମଳ ହୋଇଥିବା ବେଳେ ଚାଷୀ ମାନେ ବଳକା ଧାନକୁ ବାଧ୍ୟ ହୋଇ ବେପାରୀଙ୍କ ହାତକୁ ଟେକିଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର