ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର : ରାଜ୍ୟର ଋଣଭାର ସହନୀୟ, ବଢିଛି ମୁଣ୍ଡପିଛା ଆୟ

The Sakala Picture
Published On

ଭୁବନେଶ୍ବର : ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ, ସୁଚିନ୍ତିତ ଯୋଜନା ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିଛି। କୋଡ଼ିଏ ବର୍ଷ ତଳେ ଏକଦା ବିତ୍ତୀୟ ନିଅଣ୍ଟ ରାଜ୍ୟର ଦୁର୍ନାମ ଅର୍ଜିଥିବା ଓଡ଼ିଶା ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚା ଓ ପ୍ରଶଂସାର ବିଷୟ ହୋଇଛି। ଦେଶର ବିଭିନ୍ନ ସଂସ୍ଥାର ରିସର୍ଚ୍ଚରେ ରାଜ୍ୟର ବିତ୍ତୀୟ ଶୃଙ୍ଖଳା […]

ଭୁବନେଶ୍ବର : ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ, ସୁଚିନ୍ତିତ ଯୋଜନା ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିଛି। କୋଡ଼ିଏ ବର୍ଷ ତଳେ ଏକଦା ବିତ୍ତୀୟ ନିଅଣ୍ଟ ରାଜ୍ୟର ଦୁର୍ନାମ ଅର୍ଜିଥିବା ଓଡ଼ିଶା ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚା ଓ ପ୍ରଶଂସାର ବିଷୟ ହୋଇଛି। ଦେଶର ବିଭିନ୍ନ ସଂସ୍ଥାର ରିସର୍ଚ୍ଚରେ ରାଜ୍ୟର ବିତ୍ତୀୟ ଶୃଙ୍ଖଳା ଦେଶର ଅନ୍ୟ ସମୃଦ୍ଧ ଓ ବଡ଼ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଆଜି ବିଧାନସଭାର ପ୍ରଶ୍ନକାଳରେ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି ଓ ଋଣଭାର ନେଇ ଉତ୍ତର ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ‘ ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି। ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା । ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ତେବେ ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ରାଜ୍ୟରେ ‘୫-ଟି’ ଉପକ୍ରମର ଅନୁପାଳନ ଯୋଗୁ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ରାଜ୍ୟଠୁ କେନ୍ଦ୍ରର ଋଣଭାର ଅଧିକ ରହିଛି । କେନ୍ଦ୍ରର ବଜେଟ ଅନୁଯାୟୀ ୨୫ ପ୍ରତିଶତ ଋଣଭାର ରହିଛି । ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଅନ୍ୟପଟେ ଗତ ଜାନୁଆାରୀ ମାସରେ ପିଆରଏସ ଲେଜିସ୍‌‌ଲେଟିଭ୍‌‌ ରିସର୍ଚ୍ଚର ଏକ ରିପୋର୍ଟରେ କୁହାଯାଇଥିଲା କି ଦେଶର ରାଜସ୍ୱ ବଳକା ଆଙ୍ଗୁଳିଗଣତି କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ। ଦେଶର ବହୁ ବଡ଼ ବଡ଼ ରାଜ୍ୟ କ୍ରମାଗତ ଭାବେ ରାଜସ୍ୱ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରି ଆସୁଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାର ପରି ରାଜ୍ୟମାନେ ଏ କ୍ଷେତ୍ରରେ ବେଶ୍‌‌ ଅନୁକୂଳ ସ୍ଥିତିରେ ରହିଛନ୍ତି। ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୭ଟି ରାଜ୍ୟ ବିତ୍ତୀୟ ନିଅଣ୍ଟ ୩.୫ ପ୍ରତିଶତ ଉପରେ ରହିବ ବୋଲି ଆକଳନ କରିଥିବା ବେଳେ ୭ଟି ରାଜ୍ୟ ସେମାନଙ୍କର ବିତ୍ତୀୟ ନିଅଣ୍ଟ ୪ ପ୍ରତିଶତ ଉପରେ ରହିବ ନେଇ ଆକଳନ କରିଛନ୍ତି। ମାତ୍ର ଓଡ଼ିଶା ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଢେର୍‌‌ ସୁବିଧାଜନକ ସ୍ଥିତିରେ ରହିଛି। ଓଡ଼ିଶାର ବିତ୍ତୀୟ ନିଅଣ୍ଟ ପରିମାଣ ୩ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଏହା ଧାର୍ଯ୍ୟ ୩.୫ ପ୍ରତିଶତଠାରୁ କମ୍‌‌ ଅଟେ। ଯାହା ରାଜ୍ୟର ଉନ୍ନତ ଏବଂ ସବଳ ଆର୍ଥିକ ସ୍ଥିତିକୁ ଦର୍ଶାଉଛି। ଅନ୍ୟପକ୍ଷରେ ରାଜ୍ୟର ଋଣଭାର ମଧ୍ୟ ପୋଷଣୀୟ ଥିବାବେଳେ ଏହା ଅନ୍ୟରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ରହିଥିବା ରିପୋର୍ଟରେ ଦର୍ଶାଯାଇଥିଲା।

13 Mar 2023 By The Sakala

ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର : ରାଜ୍ୟର ଋଣଭାର ସହନୀୟ, ବଢିଛି ମୁଣ୍ଡପିଛା ଆୟ

ଭୁବନେଶ୍ବର : ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ, ସୁଚିନ୍ତିତ ଯୋଜନା ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିଛି। କୋଡ଼ିଏ ବର୍ଷ ତଳେ ଏକଦା ବିତ୍ତୀୟ ନିଅଣ୍ଟ ରାଜ୍ୟର ଦୁର୍ନାମ ଅର୍ଜିଥିବା ଓଡ଼ିଶା ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚା ଓ ପ୍ରଶଂସାର ବିଷୟ ହୋଇଛି। ଦେଶର ବିଭିନ୍ନ ସଂସ୍ଥାର ରିସର୍ଚ୍ଚରେ ରାଜ୍ୟର ବିତ୍ତୀୟ ଶୃଙ୍ଖଳା ଦେଶର ଅନ୍ୟ ସମୃଦ୍ଧ ଓ ବଡ଼ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଆଜି ବିଧାନସଭାର ପ୍ରଶ୍ନକାଳରେ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି ଓ ଋଣଭାର ନେଇ ଉତ୍ତର ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ‘ ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି। ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା । ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ।

ତେବେ ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ରାଜ୍ୟରେ ‘୫-ଟି’ ଉପକ୍ରମର ଅନୁପାଳନ ଯୋଗୁ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ରାଜ୍ୟଠୁ କେନ୍ଦ୍ରର ଋଣଭାର ଅଧିକ ରହିଛି । କେନ୍ଦ୍ରର ବଜେଟ ଅନୁଯାୟୀ ୨୫ ପ୍ରତିଶତ ଋଣଭାର ରହିଛି । ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ ।

ଅନ୍ୟପଟେ ଗତ ଜାନୁଆାରୀ ମାସରେ ପିଆରଏସ ଲେଜିସ୍‌‌ଲେଟିଭ୍‌‌ ରିସର୍ଚ୍ଚର ଏକ ରିପୋର୍ଟରେ କୁହାଯାଇଥିଲା କି ଦେଶର ରାଜସ୍ୱ ବଳକା ଆଙ୍ଗୁଳିଗଣତି କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ। ଦେଶର ବହୁ ବଡ଼ ବଡ଼ ରାଜ୍ୟ କ୍ରମାଗତ ଭାବେ ରାଜସ୍ୱ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରି ଆସୁଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାର ପରି ରାଜ୍ୟମାନେ ଏ କ୍ଷେତ୍ରରେ ବେଶ୍‌‌ ଅନୁକୂଳ ସ୍ଥିତିରେ ରହିଛନ୍ତି। ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୭ଟି ରାଜ୍ୟ ବିତ୍ତୀୟ ନିଅଣ୍ଟ ୩.୫ ପ୍ରତିଶତ ଉପରେ ରହିବ ବୋଲି ଆକଳନ କରିଥିବା ବେଳେ ୭ଟି ରାଜ୍ୟ ସେମାନଙ୍କର ବିତ୍ତୀୟ ନିଅଣ୍ଟ ୪ ପ୍ରତିଶତ ଉପରେ ରହିବ ନେଇ ଆକଳନ କରିଛନ୍ତି। ମାତ୍ର ଓଡ଼ିଶା ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଢେର୍‌‌ ସୁବିଧାଜନକ ସ୍ଥିତିରେ ରହିଛି। ଓଡ଼ିଶାର ବିତ୍ତୀୟ ନିଅଣ୍ଟ ପରିମାଣ ୩ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଏହା ଧାର୍ଯ୍ୟ ୩.୫ ପ୍ରତିଶତଠାରୁ କମ୍‌‌ ଅଟେ। ଯାହା ରାଜ୍ୟର ଉନ୍ନତ ଏବଂ ସବଳ ଆର୍ଥିକ ସ୍ଥିତିକୁ ଦର୍ଶାଉଛି। ଅନ୍ୟପକ୍ଷରେ ରାଜ୍ୟର ଋଣଭାର ମଧ୍ୟ ପୋଷଣୀୟ ଥିବାବେଳେ ଏହା ଅନ୍ୟରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ରହିଥିବା ରିପୋର୍ଟରେ ଦର୍ଶାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର