ପ୍ରକାଶ ପାଇଲା ୨୦୨୬ର ସରକାରୀ କ୍ୟାଲେଣ୍ଡର୍‌; ଏ ବର୍ଷ କର୍ମଚାରୀଙ୍କୁ ୨୯ ଦିନ ଛୁଟି, ତାଲିକାରେ ୯ଟି ଇଚ୍ଛାଧୀନ ଛୁଟି ...

ରବିବାର, ଦ୍ୱିତୀୟ ଶନିବାରରେ ୬ ପର୍ବ

Deviprasad Mohanty Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୬ ମସିହା ପାଇଁ ଛୁଟି କ୍ୟାଲେଣ୍ଡର୍‌ ଜାରି କରିଛନ୍ତି। ୨୦୨୬ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମୋଟ୍‌ ୨୯ଟି ସରକାରୀ ଛୁଟି ଦିନ ଓ ୯ଟି ଇଚ୍ଛାଧୀନ ଛୁଟି (ଯେକୌଣସି ଗୋଟିଏ ଦିନ) ମିଳିବ। ଅନ୍ୟପଟେ ଏହି ଛୁଟି ତାଲିକା ମଧ୍ୟରେ ୬ଟି ଛୁଟିି ରବିବାର ଓ ଦ୍ୱିତୀୟ ଶନିବାରରେ ପଡ଼ୁଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Screenshot_4

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୬ ମସିହା ପାଇଁ ଜାରି ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍‌ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍‌ କୋର୍ଟ ପାଇଁ ପ୍ରଯୁଜ୍ୟ। ଏହି ୨୯ଟି ସରକାରୀ ଛୁଟି ନୂଆବର୍ଷରେ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏକ୍ସମାସ୍‌ ଡେ’ ପର୍ଯ୍ୟନ୍ତ ରହିଛି। ସେପ୍ଟେମ୍ବର ୧୫ତାରିଖରେ ପଡ଼ୁଥିବା ନୂଆଁଖାଇ ପାଇଁ ୨ ଦିନ ଅର୍ଥାତ୍‌ ୧୫ ଓ ୧୬ ତାରିଖକୁ ଛୁଟି ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଏହି ଛୁଟି ବ୍ୟତୀତ ସରକାରୀ କର୍ମଚାରୀମାନେ ଅତିରିକ୍ତ ଭାବେ ଗୋଟିଏ ଦିନ ଛୁଟି (୯ଟି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ) ନେଇପାରିବେ ବୋଲି ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ୯ଟି ଇଚ୍ଛାଧୀନ ଛୁଟି ମଧ୍ୟରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଶବ-ଇ-କାଦର, ଇଷ୍ଟର ସଟରଡେ’, ରାଜା ରାମମୋହନ ରାୟ ଜୟନ୍ତୀ, ବାହୁଡ଼ା ଯାତ୍ରା, ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଅଁଳା ନବମୀ, ପ୍ରଥମାଷ୍ଟମୀ ଓ ଡିସେମ୍ୱର ୨୪ରେ ପଡ଼ୁଥିବା ଖ୍ରୀଷ୍ଟମାସ୍‌ ପର୍ବ ଆଦି ସାମିଲ ରହିଛି। ଏହି ସମସ୍ତ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନକୁ ରାଜ୍ୟ କର୍ମଚାରୀମାନେ ନିଜର ଇଚ୍ଛାଧୀନ ଛୁଟି ଭାବେ ନେଇପାରିବେ। ଏହାବ୍ୟତୀତ ରବିବାର ଓ ଦ୍ୱିତୀୟ ଶନିବାରରେ ପଡ଼ୁଥିବା ୬ ଟି ସରକାରୀ ଛୁଟି ମଧ୍ୟରେ ମହାଶିବରାତ୍ରୀ, ପହିଲି ରଜ, ମହାଳୟା, ମହାଷ୍ଟମୀ, କୁମାର ପୂର୍ଣ୍ଣିମା, ଦୀପାବଳି ଆଦି ରହିଛି।

ସେହିପରି, ୨୦୨୬ କ୍ୟାଲେଣ୍ଡର ବର୍ଷରେ ରହିଥିବା ୨୯ଟି ଛୁଟି ମଧ୍ୟରେ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି, ୨୩ରେ ସୁଭାଷ ଚନ୍ଦ୍ର ବୋଷ/ବୀରସୁରେନ୍ଦ୍ର ସାଏ ଜୟନ୍ତୀ ଓ ବସନ୍ତ ପଞ୍ଚମୀ, ଜାନୁଆରୀ ୨୬, ମାର୍ଚ୍ଚରେ ଦୋଳପୂର୍ଣ୍ଣିମା, ମାର୍ଚ୍ଚ ୪ରେ ହୋଲି, ୨୧ରେ ଇଦ-ଉଲ-ଫିତର, ୨୭ ମାର୍ଚ୍ଚରେ ରାମ ନବମୀ, ଏପ୍ରିଲ ୧ରେ ଉତ୍କଳ ଦିବସ, ୯ରେ ଗୁଡ୍‌ ଫ୍ରାଇଡେ’, ୧୪ରେ ମହାବିଷୁବ ସଂକ୍ରାନ୍ତି/ବିଆର ଆମ୍ୱେଦକର ଜୟନ୍ତୀ, ମେ’ ୧ରେ ବୁଦ୍ଧପୂର୍ଣ୍ଣିମା/ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ, ୧୬ରେ ସାବିତ୍ରୀ ଅମାବାସ୍ୟା, ୨୭ରେ ଇଦ-ଉଲ-ଜୁହା, ୧୫ଜୁନ୍‌ ରଜ ସଂକ୍ରାନ୍ତି, ୨୬ରେ ମହରମ୍‌, ୧୬ଜୁଲାଇରେ ରଥଯାତ୍ରା, ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ, ୨୬ ଅଗଷ୍ଟ ପ୍ରଫେଟ୍‌ ମହମ୍ମଦ ଜୟନ୍ତୀ, ୨୭ରେ ଝୁଲଣ ପୂର୍ଣ୍ଣିମା, ୪ ସେପ୍ଟେମ୍ବର ଜନ୍ମାଷ୍ଟମୀ, ୧୪ରେ ଗଣେଶ ପୂଜା, ୧୫ ଓ ୧୬ରେ ନୂଆଁଖାଇ, ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ, ୧୭ରେ ମହାସପ୍ତମୀ, ୧୯ରେ ମହାନବମୀ, ୨୦ରେ ବିଜୟା ଦଶମୀ, ୨୪ରେ ରାହାସ ପୂର୍ଣ୍ଣିମା, ଡିସେମ୍ୱର ୨୫ରେ ଏକ୍ସମାସ୍‌ ଡେ’ ପାଇଁ ସରକାରୀ ଛୁଟି ରହିବ।

12 Nov 2025 By Deviprasad Mohanty

ପ୍ରକାଶ ପାଇଲା ୨୦୨୬ର ସରକାରୀ କ୍ୟାଲେଣ୍ଡର୍‌; ଏ ବର୍ଷ କର୍ମଚାରୀଙ୍କୁ ୨୯ ଦିନ ଛୁଟି, ତାଲିକାରେ ୯ଟି ଇଚ୍ଛାଧୀନ ଛୁଟି ...

ରବିବାର, ଦ୍ୱିତୀୟ ଶନିବାରରେ ୬ ପର୍ବ

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୬ ମସିହା ପାଇଁ ଛୁଟି କ୍ୟାଲେଣ୍ଡର୍‌ ଜାରି କରିଛନ୍ତି। ୨୦୨୬ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମୋଟ୍‌ ୨୯ଟି ସରକାରୀ ଛୁଟି ଦିନ ଓ ୯ଟି ଇଚ୍ଛାଧୀନ ଛୁଟି (ଯେକୌଣସି ଗୋଟିଏ ଦିନ) ମିଳିବ। ଅନ୍ୟପଟେ ଏହି ଛୁଟି ତାଲିକା ମଧ୍ୟରେ ୬ଟି ଛୁଟିି ରବିବାର ଓ ଦ୍ୱିତୀୟ ଶନିବାରରେ ପଡ଼ୁଛି।

Screenshot_4

ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୬ ମସିହା ପାଇଁ ଜାରି ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍‌ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍‌ କୋର୍ଟ ପାଇଁ ପ୍ରଯୁଜ୍ୟ। ଏହି ୨୯ଟି ସରକାରୀ ଛୁଟି ନୂଆବର୍ଷରେ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏକ୍ସମାସ୍‌ ଡେ’ ପର୍ଯ୍ୟନ୍ତ ରହିଛି। ସେପ୍ଟେମ୍ବର ୧୫ତାରିଖରେ ପଡ଼ୁଥିବା ନୂଆଁଖାଇ ପାଇଁ ୨ ଦିନ ଅର୍ଥାତ୍‌ ୧୫ ଓ ୧୬ ତାରିଖକୁ ଛୁଟି ଘୋଷଣା କରାଯାଇଛି।

ଏହି ଛୁଟି ବ୍ୟତୀତ ସରକାରୀ କର୍ମଚାରୀମାନେ ଅତିରିକ୍ତ ଭାବେ ଗୋଟିଏ ଦିନ ଛୁଟି (୯ଟି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ) ନେଇପାରିବେ ବୋଲି ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ୯ଟି ଇଚ୍ଛାଧୀନ ଛୁଟି ମଧ୍ୟରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଶବ-ଇ-କାଦର, ଇଷ୍ଟର ସଟରଡେ’, ରାଜା ରାମମୋହନ ରାୟ ଜୟନ୍ତୀ, ବାହୁଡ଼ା ଯାତ୍ରା, ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଅଁଳା ନବମୀ, ପ୍ରଥମାଷ୍ଟମୀ ଓ ଡିସେମ୍ୱର ୨୪ରେ ପଡ଼ୁଥିବା ଖ୍ରୀଷ୍ଟମାସ୍‌ ପର୍ବ ଆଦି ସାମିଲ ରହିଛି। ଏହି ସମସ୍ତ ଛୁଟିଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନକୁ ରାଜ୍ୟ କର୍ମଚାରୀମାନେ ନିଜର ଇଚ୍ଛାଧୀନ ଛୁଟି ଭାବେ ନେଇପାରିବେ। ଏହାବ୍ୟତୀତ ରବିବାର ଓ ଦ୍ୱିତୀୟ ଶନିବାରରେ ପଡ଼ୁଥିବା ୬ ଟି ସରକାରୀ ଛୁଟି ମଧ୍ୟରେ ମହାଶିବରାତ୍ରୀ, ପହିଲି ରଜ, ମହାଳୟା, ମହାଷ୍ଟମୀ, କୁମାର ପୂର୍ଣ୍ଣିମା, ଦୀପାବଳି ଆଦି ରହିଛି।

ସେହିପରି, ୨୦୨୬ କ୍ୟାଲେଣ୍ଡର ବର୍ଷରେ ରହିଥିବା ୨୯ଟି ଛୁଟି ମଧ୍ୟରେ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି, ୨୩ରେ ସୁଭାଷ ଚନ୍ଦ୍ର ବୋଷ/ବୀରସୁରେନ୍ଦ୍ର ସାଏ ଜୟନ୍ତୀ ଓ ବସନ୍ତ ପଞ୍ଚମୀ, ଜାନୁଆରୀ ୨୬, ମାର୍ଚ୍ଚରେ ଦୋଳପୂର୍ଣ୍ଣିମା, ମାର୍ଚ୍ଚ ୪ରେ ହୋଲି, ୨୧ରେ ଇଦ-ଉଲ-ଫିତର, ୨୭ ମାର୍ଚ୍ଚରେ ରାମ ନବମୀ, ଏପ୍ରିଲ ୧ରେ ଉତ୍କଳ ଦିବସ, ୯ରେ ଗୁଡ୍‌ ଫ୍ରାଇଡେ’, ୧୪ରେ ମହାବିଷୁବ ସଂକ୍ରାନ୍ତି/ବିଆର ଆମ୍ୱେଦକର ଜୟନ୍ତୀ, ମେ’ ୧ରେ ବୁଦ୍ଧପୂର୍ଣ୍ଣିମା/ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ, ୧୬ରେ ସାବିତ୍ରୀ ଅମାବାସ୍ୟା, ୨୭ରେ ଇଦ-ଉଲ-ଜୁହା, ୧୫ଜୁନ୍‌ ରଜ ସଂକ୍ରାନ୍ତି, ୨୬ରେ ମହରମ୍‌, ୧୬ଜୁଲାଇରେ ରଥଯାତ୍ରା, ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ, ୨୬ ଅଗଷ୍ଟ ପ୍ରଫେଟ୍‌ ମହମ୍ମଦ ଜୟନ୍ତୀ, ୨୭ରେ ଝୁଲଣ ପୂର୍ଣ୍ଣିମା, ୪ ସେପ୍ଟେମ୍ବର ଜନ୍ମାଷ୍ଟମୀ, ୧୪ରେ ଗଣେଶ ପୂଜା, ୧୫ ଓ ୧୬ରେ ନୂଆଁଖାଇ, ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ, ୧୭ରେ ମହାସପ୍ତମୀ, ୧୯ରେ ମହାନବମୀ, ୨୦ରେ ବିଜୟା ଦଶମୀ, ୨୪ରେ ରାହାସ ପୂର୍ଣ୍ଣିମା, ଡିସେମ୍ୱର ୨୫ରେ ଏକ୍ସମାସ୍‌ ଡେ’ ପାଇଁ ସରକାରୀ ଛୁଟି ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର