୧୮୧ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଗାଡ଼ିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍‌ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ଯୋଜନା ଅଧୀନରେ ଏହି ନୂଆ ମୋବାଇଲ ୟୁନିଟ୍‌ ଘରେ ପହଞ୍ଚି ପ୍ରାଣୀ ଚିକିତ୍ସା ଯୋଗାଇବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ. ପ୍ରାଣୀ ଚିକିତ୍ସାଳୟ ଠାରୁ ଦୂରରେ ଥିବା ଗାଁରେ ପଶୁପାଳନ କରୁଥିବା ତଥା କୃଷକମାନଙ୍କୁ ଘରେ ହିଁ ପ୍ରାଣୀ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍‌ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ଯୋଜନା ଅଧୀନରେ ଏହି ନୂଆ ମୋବାଇଲ ୟୁନିଟ୍‌ ଘରେ ପହଞ୍ଚି ପ୍ରାଣୀ ଚିକିତ୍ସା ଯୋଗାଇବ।

ଆହୁରି ପଢ଼ନ୍ତୁ: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ

ଆହୁରି ପଢ଼ନ୍ତୁ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସାସଂଦ ମାନସଙ୍କ ପ୍ରଶ୍ନ: ଗତ ୩ ବର୍ଷରେ କେତେ ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ. ପ୍ରାଣୀ ଚିକିତ୍ସାଳୟ ଠାରୁ ଦୂରରେ ଥିବା ଗାଁରେ ପଶୁପାଳନ କରୁଥିବା ତଥା କୃଷକମାନଙ୍କୁ ଘରେ ହିଁ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ପାଇଁ ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ କାର୍ଯ୍ୟ କରୁଛି। ପଶୁପାଳକଙ୍କ ଜୀବନକୁ ଅଧିକ ସହଜ କରିବା, ଆୟକୁ ବୃଦ୍ଧି କରିବା ଏବଂ ସେମାନଙ୍କ ମୁହଁରେ ହସ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ପଶୁ ସମ୍ପଦ ବିକାଶ କ୍ଷେତ୍ରକୁ ପରବର୍ତ୍ତୀ ସ୍ତରର ଅଭିବୃଦ୍ଧି ବୋଲି ଚିହ୍ନଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ଲୋକଙ୍କ ଜୀବିକା ପରିଚାଳନା ପାଇଁ ପ୍ରାଣୀ ଚିକିତ୍ସା ଏବଂ ପରାମର୍ଶଦାତା ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ସମସ୍ତ ଜିଲ୍ଲାରେ ୧୮୧ଟି ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ବ୍ୟବହାର ପାଇଁ ନିଜସ୍ୱ ଯାନ ଯୋଗାଇ ଦେଇଛନ୍ତି।’

ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ କୃଷକମାନଙ୍କୁ ସଚେତନତା ଶିବିର ଆୟୋଜନ ବ୍ୟତୀତ ପଶୁ ସ୍ୱାସ୍ଥ୍ୟସେବା, ଜଟିଳ ଅସ୍ତ୍ରୋପଚାର, ଟୀକାକରଣ ଏବଂ ଡାଇଗ୍ନୋଷ୍ଟିକ୍ ସେବା ମାଧ୍ୟମରେ କୃଷକମାନଙ୍କୁ ପ୍ରାଣୀ ଚିକିତ୍ସା ସେବା ଏବଂ ପଶୁପାଳନ ପରାମର୍ଶଦାତା ସେବା ଯୋଗାଇବ। ଏହି ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ଗୁଡିକରେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏମିତିକି ଏଥିରେ ଜିପିଏସ୍‌ ମଧ୍ୟ ରହିଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ମୋବାଇଲ୍ ପ୍ରାଣୀ ଚିକିତ୍ସା ୟୁନିଟ୍ ରାଜ୍ୟରେ ପଶୁ ସମ୍ପଦର ବିକାଶକୁ ଏକ ନୂତନ ଉଚ୍ଚତାକୁ ନେବ।

ଏହି ଅବସରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ନିର୍ଦ୍ଦେଶକ, ପଶୁପାଳନ ଏବଂ ପଶୁ ଚିକିତ୍ସା ସେବା ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp