‘କୋଭିଡ୍‌ ସତ୍ତ୍ବେ ଓଡ଼ିଶା ଶ୍ରେଷ୍ଠ ନିବେଶ ସ୍ଥଳ’

The Sakala Picture
Published On

ଭୁବନେଶ୍ୱର: ଗତ କିଛି ବର୍ଷ ମଧ୍ୟରେ ଓଡିଶା ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏକ ସଶକ୍ତ ଶିଳ୍ପ ନୀତି ରାଜ୍ୟର ପରିବେଶକୁ ଶିଳ୍ପ ଓ ଉଦ୍ୟୋଗୀଙ୍କ ନିମନ୍ତେ ଅନୁକୁଳ କରିପାରିଛି। କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶା ଦେଶରେ ଏକ ପ୍ରମୁଖ ପୁଞ୍ଜିନିବେଶ କ୍ଷେତ୍ରର ମାନ୍ୟତା ବଜାୟ ରଖିଛି ଓ ଏ କ୍ଷେତ୍ରରେ ରାଜ୍ୟର ରେକର୍ଡ ବେଶ ଉତ୍ସାହଜନକ ରହିଛି। ବିଭିନ୍ନ ବ୍ୟବସାୟିକ ମାନଦଣ୍ଡରୁ ହସ୍ତଗତ ରିପୋର୍ଟ ଅନୁସରେ ସମ୍ପ୍ରତି ଅର୍ଥନୀତିରେ […]

ଭୁବନେଶ୍ୱର: ଗତ କିଛି ବର୍ଷ ମଧ୍ୟରେ ଓଡିଶା ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏକ ସଶକ୍ତ ଶିଳ୍ପ ନୀତି ରାଜ୍ୟର ପରିବେଶକୁ ଶିଳ୍ପ ଓ ଉଦ୍ୟୋଗୀଙ୍କ ନିମନ୍ତେ ଅନୁକୁଳ କରିପାରିଛି। କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶା ଦେଶରେ ଏକ ପ୍ରମୁଖ ପୁଞ୍ଜିନିବେଶ କ୍ଷେତ୍ରର ମାନ୍ୟତା ବଜାୟ ରଖିଛି ଓ ଏ କ୍ଷେତ୍ରରେ ରାଜ୍ୟର ରେକର୍ଡ ବେଶ ଉତ୍ସାହଜନକ ରହିଛି। ବିଭିନ୍ନ ବ୍ୟବସାୟିକ ମାନଦଣ୍ଡରୁ ହସ୍ତଗତ ରିପୋର୍ଟ ଅନୁସରେ ସମ୍ପ୍ରତି ଅର୍ଥନୀତିରେ ପୁନଃରୁଦ୍ଧାର ଘଟୁଛି। ବର୍ଷ ୨୦୨୦ ଆମ ଜୀବନରେ ବହୁତ ପରିବର୍ତ୍ତନ ଆଣିଛି। ବିଭିନ୍ନ ଜିନିଷ ଉପରେ ଆମର ଦୃଷ୍ଟିକୋଣ କିଭଳି ରହିଛି ତାହା ଉପରେ ଏହା ଏକ ବଡ ପ୍ରଭାବ ପକାଇଛି । କରୋନା ମହାମାରୀକୁ ରୋକିବା ପାଇଁ ବାରମ୍ବାର ଲକ୍‌ଡାଉନ୍ ଏବଂ କୋଭିଡ୍ ସମ୍ବନ୍ଧୀୟ ମାର୍ଗଦର୍ଶିକାଗୁଡିକୁ ପ୍ରାଥମିକତା ଦିଆଯିବା ସତ୍ତ୍ବେ ଏଥିରେ ଆର୍ଥିକ ପ୍ରଭାବକୁ ଉପେକ୍ଷା କରାଯାଇନାହିଁ। ଏଭଳି ଏକ ଅପ୍ରତ୍ୟାଶିତ ଏବଂ କଠିନ ସମୟ ମଧ୍ୟରେ ରାଜ୍ୟ ସରକାର ଉଦ୍ୟୋଗଗୁଡିକୁ ଉତ୍ସାହିତ କରିବା ପାଇଁ ବହୁମୁଖୀ ଉପାୟ ଅବଲମ୍ବନ କରିଛନ୍ତି । ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଣରେ ସହାୟତା ସହ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଶନିବାର ଏକ ସ୍ଥାନୀୟ ହୋଟେରେ ଧରିତ୍ରୀ ଏବଂ ଓଡିଶା ପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜ୍‌ନେସ୍ ଏମିନେନ୍ସ ଆୱାର୍ଡକୁ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷି ପରେ ଏମଏସଏମଇ ହେଉଛି ବୃହତ୍‌ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର। ସେଥିପାଇଁ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ୪୬୫ କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି, ଯାହା ଗତବର୍ଷ ତୁଳନାରେ ଦୁଇଗୁଣ ଅଧିକ। ଏହାଛଡା ଏମ୍ଏସ୍ଏମ୍ଇଗୁଡିକ ପାଇଁ ସରକାର ୨୮୯ କୋଟି ଟଙ୍କାର ଏକ ସ୍ୱତନ୍ତ୍ର କୋଭିଡ୍ ପ୍ୟାକେଜ୍ ଘୋଷଣା କରିଥିଲେ ଏବଂ ସେମାନଙ୍କ ପାଇଁ ଉତ୍ତମ କ୍ରେଡିଟ୍ ଲିଙ୍କେଜ୍ ଉପରେ ଧ୍ୟାନ ଦେଇଥିଲେ। ଗତ ଦୁଇ ବର୍ଷ ହେବ ପର୍ଯ୍ୟଟନ କ୍ଷେତ୍ର ପାଇଁ ବଜେଟ୍ ଦ୍ୱିଗୁଣିତ ହୋଇଛି । ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆମେ ବିଶ୍ୱ ସ୍ତରୀୟ ସୁବିଧା ସୃଷ୍ଟି କରିବା ପ୍ରକ୍ରିୟାରେ ରହିଛୁ । ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ‘ବିଜ୍‌ନେସ୍ ଏମିେନନ୍ସ ଆୱାର୍ଡ ’ମାଧ୍ୟମରେ ଓଡିଶାର ବିଶିଷ୍ଟ ଉଦ୍ୟୋଗୀ ତଥା ବ୍ୟବସାୟିକ ବ୍ୟକ୍ତିତ୍ବମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ପଦକ୍ଷେପ ନେଇଛନ୍ତି। ଏହି ବ୍ୟକ୍ତିତ୍ବମାନେ କେବଳ ମହାମାରୀ ସମୟରେ ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହୋଇ ନ ଥିଲେ ବରଂ ଏକ ଭୟଙ୍କର ପରିସ୍ଥିତିରେ ଏକ ସକରାତ୍ମକ ଦୃଷ୍ଟିକୋଣ ରଖିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ସମ୍ପ୍ରତି ବିଶ୍ଵ ବଜାର ଛୋଟ ହୋଇଯାଇଛି। ଓଡ଼ିଶାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଭାରତରେ ରୋରିଂ ଟ୍ରେଣ୍ଡିଜର ସମୟ ଆସୁଛି। ଆଗାମୀ ଦୁଇ ଦଶନ୍ଧିରେ ଓଡ଼ିଶା ପାଇଁ ସାମାଜିକ ଖସଡ଼ା ପ୍ରସ୍ତୁତ କରିବାକୁ ହେବ। କାରଣ ତାହା ଓଡ଼ିଶାର ସମୟ ହେବ ବୋଲି ସେ କହିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ କହିଲେ, ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳଗୁଡିକରେ ସରକାର ଭିତ୍ତିଭୂମିର ବିକାଶ କରାଇଛନ୍ତି। ସେଠାରେ ହୋଟେଲ, ରିସର୍ଟ, ଜଳ କ୍ରୀଡା ଏବଂ ଆଡଭେଞ୍ଚର କ୍ରୀଡା ପାଇଁ ସୁବିଧା ଉପଲବ୍‌ଧ କରାଯାଇଛି। ରାଜ୍ୟର ପର୍ଯ୍ୟଟନ ପ୍ରକଳ୍ପର ଅନୁମୋଦନ ସମ୍ପ୍ରତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ନିକଟରେ ପଡିରହିଛି ତାହାକୁ ତ୍ବରାନ୍ବିତ କରିବାକୁ ଏହି ଅବସରରେ ଶ୍ରୀ ଦେବ କେନ୍ଦ୍ର ମନ୍ତ୍ରୀଙ୍କ ଅନୁରୋଧ କରିଥିଲେ। ପ୍ରାରମ୍ଭରୁ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦ୍ୟାଶା ଶତପଥୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ତଥା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ସଫଳ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର