ଷଢେ଼ଇକଳାରେ ଓଡ଼ିଆ ମହିଳାଙ୍କୁ ଝାଡଖଣ୍ଡ ପୁଲିସର ଅସଦାଚରଣ
ବାରିପଦା : ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଝାଡଖଣ୍ଡ ପୁଲିସର ଦାଦାଗିରି । ଝାଡ଼ଖଣ୍ଡର ଷଢେ଼ଇକଳାରେ ଜଣେ ବିବାହିତା ଓଡ଼ିଆ ମହିଳାଙ୍କୁ ଝାଡଖଣ୍ଡ ପୁରୁଷ ପୁଲିସ ସର୍ବସାଧାରଣରେ ଅସଦାଚରଣ କରିବା ସହିତ ତାଙ୍କ ମାମୁଁଙ୍କୁ ଲାଠିରେ ନିର୍ଘାତ ମାଡ଼ମାରିଛନ୍ତି। ଏଥି ସହିତ ଅନ୍ୟଜଣେ କର୍ତ୍ତବ୍ୟରତ ଓଡ଼ିଆ ସାମ୍ବାଦିକଙ୍କ କ୍ୟାମେରା ଛଡ଼େଇ ନେବା ଘଟଣାକୁ ନେଇ ଷଢେ଼ଇକଳାର ଓଡ଼ିଆ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବା ଖବର ମିଳିଛି । ଏହି ତିନି ସମ୍ବେଦନଶୀଳ ଘଟଣା ଏବଂ ଓଡ଼ିଆଙ୍କ ବିଭିନ୍ନ […]
ବାରିପଦା : ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଝାଡଖଣ୍ଡ ପୁଲିସର ଦାଦାଗିରି । ଝାଡ଼ଖଣ୍ଡର ଷଢେ଼ଇକଳାରେ ଜଣେ ବିବାହିତା ଓଡ଼ିଆ ମହିଳାଙ୍କୁ ଝାଡଖଣ୍ଡ ପୁରୁଷ ପୁଲିସ ସର୍ବସାଧାରଣରେ ଅସଦାଚରଣ କରିବା ସହିତ ତାଙ୍କ ମାମୁଁଙ୍କୁ ଲାଠିରେ ନିର୍ଘାତ ମାଡ଼ମାରିଛନ୍ତି। ଏଥି ସହିତ ଅନ୍ୟଜଣେ କର୍ତ୍ତବ୍ୟରତ ଓଡ଼ିଆ ସାମ୍ବାଦିକଙ୍କ କ୍ୟାମେରା ଛଡ଼େଇ ନେବା ଘଟଣାକୁ ନେଇ ଷଢେ଼ଇକଳାର ଓଡ଼ିଆ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବା ଖବର ମିଳିଛି । ଏହି ତିନି ସମ୍ବେଦନଶୀଳ ଘଟଣା ଏବଂ ଓଡ଼ିଆଙ୍କ ବିଭିନ୍ନ ସମସ୍ୟାକୁ ନେଇ ଓଡ଼ିଶା ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏନେଇ ଝାଡ଼ଖଣ୍ଡ ରାଜ୍ୟର ଦୁଇଟି ସାମ୍ବାଦିକ ସଂଘ ପକ୍ଷରୁ ପ୍ରଥମେ ପୁଲିସ ଥାନା ଓ ଫାଣ୍ଡି ସମ୍ମୁଖରେ ଏବଂ ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ସର୍ବସାଧାରଣରେ ବିବାହିତା ଓଡ଼ିଆ ମହିଳାଙ୍କୁ ଅସଦାଚରଣ, ତାଙ୍କ ସମ୍ପର୍କୀୟଙ୍କୁ ଲାଠିମାଡ଼ ଏବଂ ଓଡ଼ିଆ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପରି ଗର୍ହିତ କାର୍ଯ୍ୟକୁ ପୁଲିସ ଓ ପ୍ରଶାସନ ଆଦୌ ଗୁରୁତ୍ଵ ଦେଇନଥିବା ଅଭିଯୋଗ ହୋଇଛି । ଏହି ସଙ୍ଗୀନ ପରିସ୍ଥିତିରେ ଷଢେ଼ଇକଳାର ଓଡ଼ିଆ ସାମ୍ବାଦିକ ଓଡିଶା ସରକାରଙ୍କ ଦ୍ବାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ପ୍ରକାଶ ଥାଉକି, କିଛିଦିନ ତଳେ ଷଢେ଼ଇକଳା ନିକଟ ରୁଗୁଡିସାହି ଗାଁର ଜଣେ ୨୨ବର୍ଷର ଓଡ଼ିଆ ଯୁବକଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ଉପଯୁକ୍ତ ତଦନ୍ତ ଦାବି କରି ମୃତ ଯୁବକଙ୍କ ପରିବାର ଲୋକେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯେଉଁଠି ଷଢେ଼ଇକଳା ଥାନା ଓ ଗହ୍ମାରିଆ ଫାଣ୍ଡି ଅଧିକାରୀ ଏବଂ ଅନ୍ୟ ପୁଲିସଙ୍କୁ ପ୍ରଶାସନ ପକ୍ଷରୁୁ ମୁତୟନ କରାଯାଇଥିଲା । ପୁଲିସ ଦମନମୂଳକ ଶୈଳୀରେ ମୃତକଙ୍କ ବିବାହିତା ଭଉଣୀଙ୍କୁ ଅସଦାଚରଣ କରୁଥିବାର ଓ ତାଙ୍କ ମାମୁଁଙ୍କୁ ନିସ୍ତୁକ ମାଡ଼ ମାରିବା ବେଳ ଦୃଶ୍ୟର ଫଟୋ ଉତ୍ତୋଳନ କରିଥିଲେ କିଛି ଓଡ଼ିଆ ସାମ୍ବାଦିକ । ୩/୪ ଜଣ ପୁରୁଷ ପୁଲିସ ଅଧିକାରୀ ଓଡ଼ିଆ ମହିଳାଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରି ତାଙ୍କୁ ବଳ ପ୍ରୟୋଗ କରି ହଟାଇ ଦେଲାବେଳେ ଗୋଲକ ବିହାରୀ ନାମକ ଜଣେ ଓଡ଼ିଆ ସାମ୍ବାଦିକଙ୍କଠାରୁ ଫାଣ୍ଡି ଅଧିକାରୀ କ୍ୟାମେରା ଲୁଟିନେବା ସହିତ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ସେ ଅଭିଯୋଗ କରିଛନ୍ତି ।
ସେପଟେ ଗମ୍ଭାରିଆ ଫାଣ୍ଡି ଅଧିକାରୀ ଜଣକ ଓଡ଼ିଆ ସାମ୍ବାଦିକ ଗୋଲକ ବିହାରୀଙ୍କୁ ଦୁର୍ବ୍ୟବହାର କରିବାପରେ ସେ ୨ଦିନ ଅନଶନରେ ବସି ନ୍ୟାୟ ମାଗିଥିଲେ । ରାଜ୍ୟ ସାମ୍ବାଦିକ ସଂଘ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଭେଟି ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିବାଦୀୟ ପୁଲିସ ଅଧିକାରୀ କୃଷ୍ଣମୁରାରୀଙ୍କୁ ଜିଲ୍ଲା ପୁଲିସ ୫ଦିନ ଛୁଟିରେ ପଠେଇ ଦେଇ ନିଜ ଦାୟିତ୍ୱ ସାରି ଦେଇଥିବା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଦୁଇ ଖାଣ୍ଟି ଓଡ଼ିଆ ଗଡ଼ଜାତ ରାଜ୍ୟ ଷଢେ଼ଇକଳା-ଖରସୁଆଁ ପ୍ରଥମେ ଓଡ଼ିଶାରେ, ତାପରେ ବିହାରରେ ଏବଂ ଏବେ ଝାଡ଼ଖଣ୍ଡର ଏକ ଜିଲ୍ଲା ଭାବେ ରହିଛି । ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆ ଲୋକଙ୍କ ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବାକୁ ଝାଡ଼ଖଣ୍ଡ ବିଛିନ୍ନାଞ୍ଚଳ ଓଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବାକୁ ସ୍ଥିର ହୋଇଥିବା ଜଣାପଡିଛି । ଓଡ଼ିଆ ସାମ୍ବାଦିକଙ୍କର ସୁରକ୍ଷା ଏବଂ ଅଣଓଡ଼ିଆ ଅଧିକାରୀଙ୍କ ଓଡ଼ିଆ ଲୋକ ଓ ସାମ୍ବାଦିକଙ୍କ ସହିତ ଦୁର୍ବ୍ୟବହାର ବିରୋଧରେ ଏବଂ ଷଢେ଼ଇକଳା-ଖରସୁଆଁ ପରି ଦୁଇଟି ଖାଣ୍ଟି ଓଡ଼ିଆ ଗଡ଼ଜାତ ରାଜ୍ୟକୁ ଓଡ଼ିଶାକୁ ପୁଣି ଫେରାଇବା ଆଣିବା ପାଇଁ ଷଢେ଼ଇକଳାର ବରିଷ୍ଠ ଓଡ଼ିଆ ସାମ୍ବାଦିକ କାର୍ତ୍ତିକ କୁମାର ପରିଚ୍ଛା ଦାବି କରିଛନ୍ତି । ଏ ସଂପର୍କରେ ଭୁବନେଶ୍ୱରରେ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକିବା ସହିତ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଦନ କରାଯିବ ବୋଲି ଶ୍ରୀ ପରିଚ୍ଛା କହିଛନ୍ତି ।