ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ; ପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ: ବିଜେଡି

ନିଜ ରାଜ୍ୟର ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ରାଜ୍ୟ ସରକାର

Deviprasad Mohanty Picture
Published On

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାର୍ତ୍ତାଳାପର ଭିଡିଓ ଚିତ୍ର ଗଣମାଧ୍ୟମରେ ପ୍ରକାଶିତ ହେବାକୁ ନେଇ ବିଜୁ ମହିଳା ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଭର୍ତ୍ସନା କରିଛି। ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ବାରଣ କରାଯାଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟ ଘୋର ନିନ୍ଦନୀୟ ବୋଲି ବିଜୁ ମହିଳା ଜନତା ଦଳର ନେତ୍ରୀମାନେ କହିଥିଲେ। 

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁ କହିଥିଲେ, ଗତ ୧୫ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଭଳି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ମଣ୍ଡନ କରୁଛି। ରାଜ୍ୟରେ ପ୍ରତିଦିନ ଅନେକ ମହିଳା ଏହିପରି ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ। ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ ଓ ନିନ୍ଦନୀୟ। କିନ୍ତୁ, ଏଭଳି ଏକ ସମ୍ୱେଦନଶୀଳ ଘଟଣାରେ, ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପୀଡିତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କଲେ ତାହା ଆହୁରି ଅଧିକ ନିନ୍ଦନୀୟ। ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ କୌଣସି ବାର୍ତ୍ତାଳାପ ଜନସାଧାରଣଙ୍କ ନିକଟରେ ପ୍ରକାଶିତ ହେବା ଉଚିତ ନୁହେଁ। ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗଣମାଧ୍ୟମରେ ବିତରଣ କରିବା ଦ୍ୱାରା ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କରିଛନ୍ତି।  

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ଦଳର ସାଧାରଣ ସମ୍ପାଦିକା ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିଲେ, ଗତ ୧୫ ମାସରେ ଧାରାବାହିକ ଭାବେ ରାଜ୍ୟରେ ଘଟିଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଗୁଡିକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତତ୍ପରତା ଦେଖିବାକୁ ମିଳିନାହିଁ। ପଶ୍ଚିମବଙ୍ଗ ଘଟଣାରେ ହଠାତ୍‌ ତତ୍ପର ହୋଇଉଠିବା କେବଳ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଉର୍ଦ୍ଦିଷ୍ଟ। ପଶ୍ଚିମବଙ୍ଗ ଘଟଣାରେ ଉଭୟ ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନ ପୀଡ଼ିତାଙ୍କୁ ଭେଟିଛନ୍ତି। କିନ୍ତୁ, ଓଡ଼ିଶାରେ ଘଟିଥିବା କୌଣସି ଘଟଣାରେ ଏମାନଙ୍କୁ ପୀଡ଼ିତାଙ୍କ ନିକଟରେ ଦେଖିବାକୁ ମିଳିନାହିଁ। ଦୁଃଖ ଓ ପରିତାପର ବିଷୟ ଯେ, ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ବିଜେପି ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି। ବିଜେପି ବିଧାୟକ ସନ୍ତୋଷ ଖଟୁଆ ବିଜେଡି ନେତ୍ରୀଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଟିପ୍ପଣୀ ଦେଇଥିବା ବେଳେ ଏହି ମାମଲା ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନଙ୍କ ପାଖରେ ଅଭିଯୋଗ କରାଯାଇଥିଲା। କିନ୍ତୁ, ଉଭୟ ରାଜ୍ୟ ଓ ଜାତୀୟ ମହିଳା କମିସନ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। 

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଜେପି ନେତା ମାନେ ଯେଉଁଭଳି ଭାବେ ପଶ୍ଚିମବଙ୍ଗ ଯାଇ ପୀଡିତାଙ୍କୁ ଭେଟିବା ପାଇଁ ଉଦ୍ୟମ କଲେ, ତାହା ଦୁଷ୍କର୍ମ ଟୁରିଜମର ଦୃଶ୍ୟ ସଦୃଶ୍ୟ ଅନୁଭବ ହୋଇଥିଲା। ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସହିତ ବାର୍ତ୍ତାଳାପ ରେକର୍ଡିଂକୁ ଭାଇରାଲ କରିବାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏହାଛଡା ଏହି ଘଟଣାକୁ ରାଜନୀତିକରଣ କରିବା ଉଦ୍ୟମକୁ ମଧ୍ୟ ଆମେ ଗଭୀର ନିନ୍ଦା କରୁଛୁ। ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍‌ ନାହିଁ, କିନ୍ତୁ ଓଡ଼ିଶାର ଆଇନ ଶୃଙ୍ଖଳା ସ୍ଥିତି ଆହୁରି ଅଧିକ ଖରାପ ଅଛି। ଓଡ଼ିଶାରେ ମଧ୍ୟ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଘୋର ନିନ୍ଦନୀୟ।

15 Oct 2025 By Deviprasad Mohanty

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ; ପୀଡ଼ିତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ ଭିଡିଓ ଭାଇରାଲ ହେବା ନିନ୍ଦନୀୟ: ବିଜେଡି

ନିଜ ରାଜ୍ୟର ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ରାଜ୍ୟ ସରକାର

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାର୍ତ୍ତାଳାପର ଭିଡିଓ ଚିତ୍ର ଗଣମାଧ୍ୟମରେ ପ୍ରକାଶିତ ହେବାକୁ ନେଇ ବିଜୁ ମହିଳା ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ଭର୍ତ୍ସନା କରିଛି। ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ବାରଣ କରାଯାଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟ ଘୋର ନିନ୍ଦନୀୟ ବୋଲି ବିଜୁ ମହିଳା ଜନତା ଦଳର ନେତ୍ରୀମାନେ କହିଥିଲେ। 

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଟୁକୁନି ସାହୁ କହିଥିଲେ, ଗତ ୧୫ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଭଳି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ମଣ୍ଡନ କରୁଛି। ରାଜ୍ୟରେ ପ୍ରତିଦିନ ଅନେକ ମହିଳା ଏହିପରି ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ। ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ ଓ ନିନ୍ଦନୀୟ। କିନ୍ତୁ, ଏଭଳି ଏକ ସମ୍ୱେଦନଶୀଳ ଘଟଣାରେ, ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପୀଡିତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କଲେ ତାହା ଆହୁରି ଅଧିକ ନିନ୍ଦନୀୟ। ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ କୌଣସି ବାର୍ତ୍ତାଳାପ ଜନସାଧାରଣଙ୍କ ନିକଟରେ ପ୍ରକାଶିତ ହେବା ଉଚିତ ନୁହେଁ। ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗଣମାଧ୍ୟମରେ ବିତରଣ କରିବା ଦ୍ୱାରା ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କରିଛନ୍ତି।  

ଦଳର ସାଧାରଣ ସମ୍ପାଦିକା ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିଲେ, ଗତ ୧୫ ମାସରେ ଧାରାବାହିକ ଭାବେ ରାଜ୍ୟରେ ଘଟିଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଗୁଡିକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତତ୍ପରତା ଦେଖିବାକୁ ମିଳିନାହିଁ। ପଶ୍ଚିମବଙ୍ଗ ଘଟଣାରେ ହଠାତ୍‌ ତତ୍ପର ହୋଇଉଠିବା କେବଳ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଉର୍ଦ୍ଦିଷ୍ଟ। ପଶ୍ଚିମବଙ୍ଗ ଘଟଣାରେ ଉଭୟ ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନ ପୀଡ଼ିତାଙ୍କୁ ଭେଟିଛନ୍ତି। କିନ୍ତୁ, ଓଡ଼ିଶାରେ ଘଟିଥିବା କୌଣସି ଘଟଣାରେ ଏମାନଙ୍କୁ ପୀଡ଼ିତାଙ୍କ ନିକଟରେ ଦେଖିବାକୁ ମିଳିନାହିଁ। ଦୁଃଖ ଓ ପରିତାପର ବିଷୟ ଯେ, ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ବିଜେପି ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି। ବିଜେପି ବିଧାୟକ ସନ୍ତୋଷ ଖଟୁଆ ବିଜେଡି ନେତ୍ରୀଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଟିପ୍ପଣୀ ଦେଇଥିବା ବେଳେ ଏହି ମାମଲା ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନଙ୍କ ପାଖରେ ଅଭିଯୋଗ କରାଯାଇଥିଲା। କିନ୍ତୁ, ଉଭୟ ରାଜ୍ୟ ଓ ଜାତୀୟ ମହିଳା କମିସନ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। 

ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଜେପି ନେତା ମାନେ ଯେଉଁଭଳି ଭାବେ ପଶ୍ଚିମବଙ୍ଗ ଯାଇ ପୀଡିତାଙ୍କୁ ଭେଟିବା ପାଇଁ ଉଦ୍ୟମ କଲେ, ତାହା ଦୁଷ୍କର୍ମ ଟୁରିଜମର ଦୃଶ୍ୟ ସଦୃଶ୍ୟ ଅନୁଭବ ହୋଇଥିଲା। ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସହିତ ବାର୍ତ୍ତାଳାପ ରେକର୍ଡିଂକୁ ଭାଇରାଲ କରିବାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏହାଛଡା ଏହି ଘଟଣାକୁ ରାଜନୀତିକରଣ କରିବା ଉଦ୍ୟମକୁ ମଧ୍ୟ ଆମେ ଗଭୀର ନିନ୍ଦା କରୁଛୁ। ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍‌ ନାହିଁ, କିନ୍ତୁ ଓଡ଼ିଶାର ଆଇନ ଶୃଙ୍ଖଳା ସ୍ଥିତି ଆହୁରି ଅଧିକ ଖରାପ ଅଛି। ଓଡ଼ିଶାରେ ମଧ୍ୟ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଘୋର ନିନ୍ଦନୀୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର