ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

Madhusudan Das Picture
Published On

ଭୁବନେଶ୍ୱର: ପ୍ରଚଣ୍ଡ ଖରାରେ ତାତୁଛି ଓଡିଶା । ଦିନକୁ ଦିନ ଅସମ୍ଭାଳ ହେଲାଣି ତାପମାତ୍ରା । ୨୨ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ହିଟୱେଭକୁ ସାମ୍ନା କରିବା ପାଇଁ ରାଜସ୍ବ ବିଭାଗ ତରଫରୁ ନୂଆ SOP ପ୍ରସ୍ତୁତ ହୋଇଛି ।  ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ ସରକାର । ଜିଲ୍ଲାପାଳ ଚାହିଁଲେ ଏସଓପି ବାହାରେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି । ଏନେଇ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରସିଂରେ ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । 

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

11 ଟାରୁ 3 ଟା ପର୍ଯ୍ୟନ୍ତ ଗରମ ସମୟ । ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ଯାତାୟତ କରିବାର ରାସ୍ତାରେ ଡ୍ରାଇଭର ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ରଖି ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ବ ବିଭାଗ କଥା ହୋଇସାରିଛି । ଯେଉଁଠି ତାତି ବଢୁଛି ସେଠି ସ୍କୁଲ ଛୁଟି ପାଇଁ ଜିଲ୍ଲପାଳଙ୍କୁ କ୍ଷମତା ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତି ପୂରଣ ଦିଆଯାଉଛି । ରିପୋର୍ଟ ପାଇବାର 24 ଘଣ୍ଟା ଭିତରେ ପଇସା ମିଳିବ ବୋଲି କାଗିଛି ରାଜସ୍ବ ବିଭାଗ ।

ଆହୁରି ପଢ଼ନ୍ତୁ: ରଜ ପରେ ଆଗକୁ ବଢ଼ିବ ମୌସୁମୀ, ୨୦ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା

18 Apr 2026 By Madhusudan Das

ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଭୁବନେଶ୍ୱର: ପ୍ରଚଣ୍ଡ ଖରାରେ ତାତୁଛି ଓଡିଶା । ଦିନକୁ ଦିନ ଅସମ୍ଭାଳ ହେଲାଣି ତାପମାତ୍ରା । ୨୨ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ହିଟୱେଭକୁ ସାମ୍ନା କରିବା ପାଇଁ ରାଜସ୍ବ ବିଭାଗ ତରଫରୁ ନୂଆ SOP ପ୍ରସ୍ତୁତ ହୋଇଛି ।  ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ ସରକାର । ଜିଲ୍ଲାପାଳ ଚାହିଁଲେ ଏସଓପି ବାହାରେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି । ଏନେଇ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରସିଂରେ ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । 

11 ଟାରୁ 3 ଟା ପର୍ଯ୍ୟନ୍ତ ଗରମ ସମୟ । ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ଯାତାୟତ କରିବାର ରାସ୍ତାରେ ଡ୍ରାଇଭର ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ରଖି ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ବ ବିଭାଗ କଥା ହୋଇସାରିଛି । ଯେଉଁଠି ତାତି ବଢୁଛି ସେଠି ସ୍କୁଲ ଛୁଟି ପାଇଁ ଜିଲ୍ଲପାଳଙ୍କୁ କ୍ଷମତା ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତି ପୂରଣ ଦିଆଯାଉଛି । ରିପୋର୍ଟ ପାଇବାର 24 ଘଣ୍ଟା ଭିତରେ ପଇସା ମିଳିବ ବୋଲି କାଗିଛି ରାଜସ୍ବ ବିଭାଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର