ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ
ବ୍ରହ୍ମପୁର/ସୋରଡ଼ା: ଗୋପାଳପୁର ଥାନା ଅଞ୍ଚଳର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ରାସ୍ତାରୁ ଟେକି ନେଇ ମୁଣ୍ଡ ଜାମିନ ରଖି ୨କୋଟି ମାଗିଲେ ଦୁର୍ବୁତ୍ତ। ସୁଧୀରଙ୍କ ପରିବାର ଏ ସମ୍ପର୍କରେ ପୁଲିସର ଦ୍ୱାରସ୍ଥ ହୋଇ ସହାୟତା ମାଗିଲେ। ପୁଲିସ ସୁଧୀରଙ୍କୁ ଉଦ୍ଧାର କରି ପାରିଲା ନାହିଁ; ଅନ୍ୟପକ୍ଷରେ ଥାନାରେ ଅଭିଯୋଗ ହେବାରୁ ଦୁବୃର୍ତ୍ତ ସୁଧୀରଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ। ଅପହରଣର ୭ଦିନ ପରେ ଅର୍ଥାତ ଆଜି ସୋରଡ଼ା ଥାନା ଅଞ୍ଚଳର ବାଲାପଙ୍କା ଗ୍ରାମ ନିକଟ ରଶିପଙ୍କାଳ ନିକଟରୁ ଅପହୃତ ବ୍ୟବସାୟୀ ସୁଧୀର ପାତ୍ର (୪୭)ଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି।
ସୁଧୀର ଗତ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ପରଠାରୁ ନିଖୋଜ ଥିଲେ। ଏ ସମ୍ପର୍କରେ ତାଙ୍କର ଶଳା କାଳିଆ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଦିନ ରାତିରେ ସୁଧୀରର ପତ୍ନୀ ରଶ୍ମିତା ମୋବାଇଲଙ୍କୁ ଏକ କଲ ଆସିଥିଲା। ଏହି ସମୟରେ ଅପହର୍ତ୍ତାମାନେ ସୁଧୀରଙ୍କୁ ମାଡ଼ ମାରିବା ସହ ଫାଙ୍କା ଗୁଳି ଫୁଠାଇଥିବା ଭିଡ଼ିଓ ଦେଖାଇବା ସହ ୨କୋଟି ଟଙ୍କା ଦାବି କରିଥିଲେ। ଏ ସମ୍ପର୍କରେ ସୁଧୀରଙ୍କ ପରିବାର ପୁଲିସକୁ ଅବଗତ କରିଥିଲେ। ମାତ୍ର ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ସୁଧୀରଙ୍କୁ ବଞ୍ଚାଇ ପାରି ନାହିଁ। ପୁଲିସ ଉପରେ ଭରସା କରି ସୁଧୀରଙ୍କ ମୃତଦେହ ପାଇଲୁ ବୋଲି ଏବେ ପରିବାର ଲୋକ ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ପ୍ରାୟ ୮ଜଣଙ୍କୁ ପୁଲିସ ଉଠାଇ ଆଣିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିରେ ମୃତକଙ୍କ ସମ୍ପର୍କୀୟଙ୍କ ସହ ଜିଲ୍ଲାର ଆଉ କିଛି ଲୋକ ଅଛନ୍ତି। ଜମିଜମା ବିବାଦରୁ ସୁଧୀରଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା କୁହାଯାଉଛି। ବ୍ରହ୍ମପୁର ଦାୟିତ୍ୱରେ ଥିବା ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର କହିଛନ୍ତି, ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ରହିଛି। କିଛି ଅଭିଯୁକ୍ତଙ୍କୁ ପୁଲିସ ହେପାଜତକୁ ନେଇଛି। ସୁଧୀରକୁ ଅପହରଣ କରିବା ପାଇଁ ଗୋଟିଏ କାର୍ ଭଡ଼ାରେ ଅଣାଯାଇଥିଲା। ହିଞ୍ଜିଜିକାଟୁ ଥାନା ଅଞ୍ଚଳର ଜଣେ ଯୁବକ ଏହି କାର୍ ଭଡ଼ାରେ ଦେଇଥିବା ପୁଲିସ ଜାଣିବା ପରେ ପୁଲିସ ସମ୍ପୃକ୍ତ ଯୁବକକୁ ମଧ୍ୟ ଉଠାଇ ଆଣିଛି। ସୂଚନା ଅନୁସାରେ ସୁଧୀରଙ୍କ ପରିବାରଠାରୁ ଟଙ୍କା ପାଇବାରେ ବିଫଳ ହେବା ପରେ ତାଙ୍କୁ ଦୁର୍ବୁତ୍ତମାନେ ହତ୍ୟା କରି ସୋରଡ଼ା ବାଲାପଙ୍କା ଗାଁ ନିକଟ ରାସିପଙ୍କାଳ ଶଙ୍ଖ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପୁଲିସ ସୁଧୀରଙ୍କୁ ହତ୍ୟା କରାଯାଇଥିବା ସୂଚନା ପାଇବା ପରେ ସେହି ଜଙ୍ଗଲରେ ତିନିଦିନ ହେଲା ଖୋଜୁଥିଲା
୧୫ତାରିଖ ସନ୍ଧ୍ୟାରେ ସୁଧୀରଙ୍କୁ ଅପହରଣ ପରେ ତାଙ୍କ ପରିବାରଠାରୁ ୨ କୋଟି ଦାବି କରିଥିଲେ। ଆସିକା ଅଞ୍ଚଳର ଏକ ସ୍ଥାନରେ ଟଙ୍କା ଦେବାକୁ ତାଙ୍କ ପତ୍ନୀଙ୍କୁ କହିଥିଲେ। ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ କିଛି ଟଙ୍କା ଓ ସୁନା ଗହଣା ଧରି ରଶ୍ମିତା ଯାଇଥିଲେ। ଅପହର୍ତ୍ତାମାନେ ରଶ୍ମିତାଙ୍କ ସହ ପୁଲିସ ଯାଇଥିବା ସନ୍ଦେହରେ ଭିଡ଼ିଓ କଲରେ ଟଙ୍କାସୁନା ଦେଖାଇବାକୁ କହିଥିଲେ। ରଶ୍ମିତା ମଧ୍ୟ ସାଥୀରେ ନେଇଥିବା ଟଙ୍କା ଓ ଗହଣା ଦେଖାଇଥିଲେ। ମାତ୍ର ରଶ୍ମିତାଙ୍କ ଉପରେ ତାଙ୍କର ସନ୍ଦେହ ହୋଇଥିଲା। ସେମାନେ ସୁନା ଗହଣା ଓ ଟଙ୍କା ନ ନେଇ ମୋବାଇଲ ସୁଇଚଅଫ କରି ଦେଇଥିଲେ। ଦିନ ତମାମ ଅପେକ୍ଷା କରି ପରିବାର ଲୋକେ ନିରାଶ ହୋଇ ଫେରିଥିଲେ। ଏହାପରେ ପୁଲିସ ୭ ଟି ଟିମ ଗଠନ କରି ଖୋଜା ଖୋଜି ଆରମ୍ଭ କରିଥିଲା। ସୁଧୀରଙ୍କ ବଡ଼ ଭାଇର ପରିବାର ଲୋକଙ୍କୁ ଆଣି ଥାନାକୁ ଆଣି ପଚରା ଉଚରା କରିବା ସହ ବ୍ୟାଙ୍କ ଖାତା ଓ କଲ ରେକର୍ଡର ତଥ୍ୟ ସଂଗ୍ରହ କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଗୁପ୍ତ ସ୍ଥାନ ମାନଙ୍କରେ ରଖି ପଚରା ଉଚରା ପୁଲିସ କରିଥିଲା।
ସୋରଡ଼ା ଥାନା ରାସିପଙ୍କାଳ ଗାଁ ନିକଟରେ ଏକ ଅଜଣା ମୃତଦେହ ପଡ଼ିଥିବା କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଗୋପାଳପୁର ପୁଲିସ ସୁଧୀରଙ୍କ ପରିବାରଲୋକଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଡ୍ରେସ, ପଇତା, ଅନାନ୍ୟ ଜିନିଷ ଦେଖି ସୁଧୀର ବୋଲି ଚିହ୍ନଟ କରିଥିଲେ।