ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଡାକ୍ତରୀ ଅଭାବ ସମସ୍ୟାର ହେବ ସ୍ଥାୟୀ ସମାଧାନ : ରାଜ୍ୟରେ ଏମବିବିଏସ୍‍ ସିଟ୍‍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକ ସଂଖ୍ୟକ ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା ହୋଇଚାଲିଛି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଅଧିନସ୍ଥ ମେଡିକାଲ କଲେଜରେ ଏମ୍‍ବିବିଏସ୍‍ ସିଟ୍‍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ। ଯାହା ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍‍ ସହାୟକ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ ରଖି ୨୦୧୭-୧୮ରୁ ପର୍ଯ୍ୟାୟ କ୍ରମେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା […]

ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକ ସଂଖ୍ୟକ ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା ହୋଇଚାଲିଛି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଅଧିନସ୍ଥ ମେଡିକାଲ କଲେଜରେ ଏମ୍‍ବିବିଏସ୍‍ ସିଟ୍‍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ। ଯାହା ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍‍ ସହାୟକ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଲଜ୍ଜ୍ୟା: ମୁଖ୍ୟ ଡାକ୍ତରଖାନାରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ, ମହିଳାଙ୍କ ସମେତ ୩ ଗିରଫ

ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ ରଖି ୨୦୧୭-୧୮ରୁ ପର୍ଯ୍ୟାୟ କ୍ରମେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ/ବଲାଙ୍ଗୀରରେ ଓ ୨୦୧୮-୧୯ରେ ବାରିପଦା/ବାଲେଶ୍ୱରରେ ଓ ୨୦୨୧-୨୨ରେ ପୁରୀରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା କରି ସାରିଛନ୍ତି। ଅନୁରୂପ ଭାବେ ୨୦୨୨-୨୩ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନେସନାଲ ମେଡିକାଲ କମିଶନ (ଏନ୍‍ଏମ୍‍ସି)ର ମାନଦଣ୍ଡ ଅନୁଯାୟୀ ଆବଶ୍ୟକୀୟ ଭିତ୍ତିଭୂମି ଓ ନିର୍ଦ୍ଧାରିତ ସଂଖ୍ୟକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି କରିସାରିଛନ୍ତି। ଭବାନୀପାଟଣାରେ (୨୦୨୩-୨୪), ଯାଜପୁର ଓ ଫୁଲବାଣୀରେ (୨୦୨୪-୨୫) ସରକାର ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରହିଛି। ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାଜ୍ୟର ସ୍ୱାର୍ଥ ପାଇଁ ଦୁଇଗୋଟି ୧୦୦ ଏମ୍‍ବିବିଏସ୍‍ ସିଟ୍‍ବିଶିଷ୍ଟ ମେଡିକାଲ କଲେଜ ଖୋଲିବା ପାଇଁ ଏନ୍‍ଏମ୍‍ସିକୁ ଆବେଦନ କରିଛନ୍ତି। ଏନ୍‍ଏମ୍‍ସି ମାପଦଣ୍ଡ ଅନୁଯାୟୀ ପ୍ରଥମ ବର୍ଷରୁ ପ୍ରତ୍ୟେକରେ ୬ ଗୋଟି ପ୍ରାଧ୍ୟାପକ ୨୦ ଗୋଟି ସହଯୋଗୀ ପ୍ରାଧ୍ୟାପକ ଓ ୨୪ ଗୋଟି ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ଦେବା ପରିପ୍ରେକ୍ଷୀରେ ସରକାର ବାଧ୍ୟ ହୋଇ ରାଜ୍ୟର ପୁରାତନ କଟକ ଓ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରୁ ଏହି ଦୁଇ ନୂତନ ମେଡିକାଲ କଲେଜକୁ କିଛି ସହଯୋଗୀ ପ୍ରାଧ୍ୟାପକଙ୍କୁ ବଦଳି କରିଛନ୍ତି।

ଆହୁରି ପଢ଼ନ୍ତୁ: ଛେଳିକୁ ଆକ୍ରମଣ କଲା ବୁଲା କୁକୁର, ହେଲେ ମାଡ ଖାଇଲେ ବିଧବା ମହିଳା ଏବଂ ଦିବ୍ୟାଙ୍ଗ ଝିଅ

ଅପରପକ୍ଷରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସମୁଦାୟ ୩୫ଟି ବିଭାଗରେ ମୋଟ ପ୍ରାଧ୍ୟାପକ ପଦବୀ ସଂଖ୍ୟା ୩୯ ଓ ତନ୍ମଧ୍ୟରୁ ୩୫ଟି ପଦବୀରେ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି। ୪ ଗୋଟି ପଦବୀ ଖାଲି ଅଛି। ସେହିପରି ୮୧ ଗୋଟି ସହଯୋଗୀ ପ୍ରାଧ୍ୟାପକ ପଦବୀରୁ ୫୧ଟି ପଦବୀରେ ସହଯୋଗୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୩୦ଟି ପଦବୀ ଖାଲି ଅଛି। ସେହିପରି ମୋଟି ୧୬୩ ସହକାରୀ ପ୍ରାଧ୍ୟାପକ ପଦବୀରୁ ୧୫୩ଟି ପଦବୀରେ ସହକାରୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୧୧ଟି ପଦବୀ ଖାଲି ଅଛି। ଅନୁରୂପ ଭାବେ ରାଜ୍ୟ ସରକାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁୁ ଏକ ଅଗ୍ରଜ ମହାବିଦ୍ୟାଳୟ ହିସାବରେ ମଧ୍ୟ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଏହି ଅନୁକ୍ରମରେ ରାଜ୍ୟ ସରକାର ଗତ ୧୭ ଓ ୧୯ ତାରିଖରେ ଏହି ଭେଷଜ ମହାବିଦ୍ୟାଳୟରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ ଜଣ ଟିଉଟର ଓ ୪ ଜଣ ସିନିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

ଅନୁରୂପ ଭାବେ ଗତ ୨୬ ତାରିଖରେ ୭ ଜଣ ସହଯୋଗୀ ପ୍ରାଧ୍ୟାପକଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି। ଏତଦ୍‍ବ୍ୟତୀତ ୩୫ ଜଣ ସିନିଅର ରେସିଡେଣ୍ଟଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି। ଚଳିତ ସପ୍ତାହରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହି କ୍ରମରେ ବର୍ତ୍ତମାନ ସିନିଅର ରେସିଡେଣ୍ଟ ଓ ଟିଉଟର ମୋଟ ୧୬୪ ପଦବୀରେ ୯୧ ଜଣ କାର୍ଯ୍ୟରତ ଅଛନ୍ତି ଓ ଆଉ ୩୫ ଜଣ ସପ୍ତାହକ ମଧ୍ୟରେ କାର୍ଯ୍ୟରେ ଯୋଗଦେବେ। ୧୨୬ ଗୋଟି ପଦବୀ ପୂରଣ କରାଯାଇଛି। ସରକାର ପଦୋନ୍ନତି, ବଦଳି ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ବଳକା ଥିବା ପଦବୀ ପୂରଣ ପାଇଁ ବିହିତ ପଦକ୍ଷେପ ନେବା ସହିତ ଏହି ଭେଷଜ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସୁବ୍ୟବସ୍ଥା କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

30 May 2022 By The Sakala

ଡାକ୍ତରୀ ଅଭାବ ସମସ୍ୟାର ହେବ ସ୍ଥାୟୀ ସମାଧାନ : ରାଜ୍ୟରେ ଏମବିବିଏସ୍‍ ସିଟ୍‍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକ ସଂଖ୍ୟକ ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା ହୋଇଚାଲିଛି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଅଧିନସ୍ଥ ମେଡିକାଲ କଲେଜରେ ଏମ୍‍ବିବିଏସ୍‍ ସିଟ୍‍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ। ଯାହା ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍‍ ସହାୟକ ହେବ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ ରଖି ୨୦୧୭-୧୮ରୁ ପର୍ଯ୍ୟାୟ କ୍ରମେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ/ବଲାଙ୍ଗୀରରେ ଓ ୨୦୧୮-୧୯ରେ ବାରିପଦା/ବାଲେଶ୍ୱରରେ ଓ ୨୦୨୧-୨୨ରେ ପୁରୀରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା କରି ସାରିଛନ୍ତି। ଅନୁରୂପ ଭାବେ ୨୦୨୨-୨୩ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନେସନାଲ ମେଡିକାଲ କମିଶନ (ଏନ୍‍ଏମ୍‍ସି)ର ମାନଦଣ୍ଡ ଅନୁଯାୟୀ ଆବଶ୍ୟକୀୟ ଭିତ୍ତିଭୂମି ଓ ନିର୍ଦ୍ଧାରିତ ସଂଖ୍ୟକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି କରିସାରିଛନ୍ତି। ଭବାନୀପାଟଣାରେ (୨୦୨୩-୨୪), ଯାଜପୁର ଓ ଫୁଲବାଣୀରେ (୨୦୨୪-୨୫) ସରକାର ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରହିଛି। ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାଜ୍ୟର ସ୍ୱାର୍ଥ ପାଇଁ ଦୁଇଗୋଟି ୧୦୦ ଏମ୍‍ବିବିଏସ୍‍ ସିଟ୍‍ବିଶିଷ୍ଟ ମେଡିକାଲ କଲେଜ ଖୋଲିବା ପାଇଁ ଏନ୍‍ଏମ୍‍ସିକୁ ଆବେଦନ କରିଛନ୍ତି। ଏନ୍‍ଏମ୍‍ସି ମାପଦଣ୍ଡ ଅନୁଯାୟୀ ପ୍ରଥମ ବର୍ଷରୁ ପ୍ରତ୍ୟେକରେ ୬ ଗୋଟି ପ୍ରାଧ୍ୟାପକ ୨୦ ଗୋଟି ସହଯୋଗୀ ପ୍ରାଧ୍ୟାପକ ଓ ୨୪ ଗୋଟି ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ଦେବା ପରିପ୍ରେକ୍ଷୀରେ ସରକାର ବାଧ୍ୟ ହୋଇ ରାଜ୍ୟର ପୁରାତନ କଟକ ଓ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରୁ ଏହି ଦୁଇ ନୂତନ ମେଡିକାଲ କଲେଜକୁ କିଛି ସହଯୋଗୀ ପ୍ରାଧ୍ୟାପକଙ୍କୁ ବଦଳି କରିଛନ୍ତି।

ଅପରପକ୍ଷରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସମୁଦାୟ ୩୫ଟି ବିଭାଗରେ ମୋଟ ପ୍ରାଧ୍ୟାପକ ପଦବୀ ସଂଖ୍ୟା ୩୯ ଓ ତନ୍ମଧ୍ୟରୁ ୩୫ଟି ପଦବୀରେ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି। ୪ ଗୋଟି ପଦବୀ ଖାଲି ଅଛି। ସେହିପରି ୮୧ ଗୋଟି ସହଯୋଗୀ ପ୍ରାଧ୍ୟାପକ ପଦବୀରୁ ୫୧ଟି ପଦବୀରେ ସହଯୋଗୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୩୦ଟି ପଦବୀ ଖାଲି ଅଛି। ସେହିପରି ମୋଟି ୧୬୩ ସହକାରୀ ପ୍ରାଧ୍ୟାପକ ପଦବୀରୁ ୧୫୩ଟି ପଦବୀରେ ସହକାରୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୧୧ଟି ପଦବୀ ଖାଲି ଅଛି। ଅନୁରୂପ ଭାବେ ରାଜ୍ୟ ସରକାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁୁ ଏକ ଅଗ୍ରଜ ମହାବିଦ୍ୟାଳୟ ହିସାବରେ ମଧ୍ୟ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଏହି ଅନୁକ୍ରମରେ ରାଜ୍ୟ ସରକାର ଗତ ୧୭ ଓ ୧୯ ତାରିଖରେ ଏହି ଭେଷଜ ମହାବିଦ୍ୟାଳୟରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ ଜଣ ଟିଉଟର ଓ ୪ ଜଣ ସିନିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି।

ଅନୁରୂପ ଭାବେ ଗତ ୨୬ ତାରିଖରେ ୭ ଜଣ ସହଯୋଗୀ ପ୍ରାଧ୍ୟାପକଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି। ଏତଦ୍‍ବ୍ୟତୀତ ୩୫ ଜଣ ସିନିଅର ରେସିଡେଣ୍ଟଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି। ଚଳିତ ସପ୍ତାହରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହି କ୍ରମରେ ବର୍ତ୍ତମାନ ସିନିଅର ରେସିଡେଣ୍ଟ ଓ ଟିଉଟର ମୋଟ ୧୬୪ ପଦବୀରେ ୯୧ ଜଣ କାର୍ଯ୍ୟରତ ଅଛନ୍ତି ଓ ଆଉ ୩୫ ଜଣ ସପ୍ତାହକ ମଧ୍ୟରେ କାର୍ଯ୍ୟରେ ଯୋଗଦେବେ। ୧୨୬ ଗୋଟି ପଦବୀ ପୂରଣ କରାଯାଇଛି। ସରକାର ପଦୋନ୍ନତି, ବଦଳି ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ବଳକା ଥିବା ପଦବୀ ପୂରଣ ପାଇଁ ବିହିତ ପଦକ୍ଷେପ ନେବା ସହିତ ଏହି ଭେଷଜ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସୁବ୍ୟବସ୍ଥା କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର