ନବୀନଙ୍କ ରୋଡ ଶୋ’; ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ: ନବୀନ ପଟ୍ଟନାୟକ

Deviprasad Mohanty Picture
Published On

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ନବୀନଙ୍କ ରୋଡ ଶୋ’। ସ୍ବତନ୍ତ୍ର ବସରେ ପ୍ରଚାର କରୁଛନ୍ତି ନବୀନ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଲଥିଲେ ନେତା ଓ କର୍ମୀ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗୁଛନ୍ତି ଭୋଟ୍। ନବୀନଙ୍କ ରୋଡ ଶୋ’ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଛନ୍ତି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ଅନ୍ୟପଟେ, ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ଭୁବନେଶ୍ୱର ବିମାନବନ୍ଦରରେ ଦେଢ଼ ଘଣ୍ଟା ଧରି ମିଳିଲାନଥିଲା କ୍ଲିଅରାନ୍ସ । ଦେଢ଼ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଥିଲା ନବୀନଙ୍କ ହେଲିକପ୍ଟର। ଆଜି ସକାଳ ୯ଟା ୪୫ରେ ବିମାନବନ୍ଦରରେ ପହଞ୍ଚିଥିଲେ ନବୀନ। ସାଢ଼େ ୧୧ଟାରେ ଖରିଆର ରୋଡ୍ ହେଲିପ୍ୟାଡରେ ପହଞ୍ଚିଥାନ୍ତେ ନବୀନ। ମାତ୍ର ବିଳମ୍ବରେ କ୍ଲିଅରାନ୍ସ ମିଳିବା ଯୋଗୁଁ ଖରିଆର ରୋଡରେ ପହଞ୍ଚିବା ବିଳମ୍ବ ହୋଇଥିଲା। କାହିଁକି ନିର୍ଦ୍ଧାରିତ ସମୟ ଅନୁସାରେ କ୍ଲିଅରାନ୍ସ ମିଳିଲାନି ତାକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ବିଜେପି ନିଜ କ୍ଷମତାର ଅପବ୍ୟବହାର କରୁଛି, ନିର୍ବାଚନ ଜିତିବା ପାଇଁ ସବୁ କଳା କୌଶଳ କରି ଆମକୁ ଅଟକାଇବାକୁ ଚେଷ୍ଟା କରୁଛି, ହେଲେ ଲୋକେ ନବୀନବାବୁଙ୍କ ପାଇଁ ଯେତେ ଡେରି ହେଲେ ବି ଆଗ୍ରହରର ସହ ଅପେକ୍ଷା କରିଛନ୍ତି ବୋଲି ନୂଆପଡା ବିଜେଡ଼ି ପ୍ରର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।  ନବୀନଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ ପାଇଁ ଲୋକେ ଆଜି ଏକତ୍ରିତ। କାରଣ ସେ ଯାହା କହିଛନ୍ତି ତାହା କରିଛନ୍ତି ବୋଲି ବିଜେଡ଼ି ବିଧାୟକ ଗଣେଶ୍ବର ବେହାରି କହିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର