ରାତିରେ ମିଳିବ ଅସ୍ତ୍ରୋପଚାର ସେବା, ସହଜ ହେବ ଜୀବନ ରକ୍ଷା
ଭୁବନେଶ୍ୱର: ଆଗକୁ ରାତିରେ ଅସ୍ତ୍ରୋପଚାର ସେବା ମିଳିବ। ଅସ୍ତ୍ରୋପଚାର ପାଇଁ ରୋଗୀ ପୂର୍ବାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହେବେ ନାହିଁ। କେବଳ ଅସ୍ତ୍ରୋପଚାର ନୁହେଁ ଏଥିପାଇଁ ଆବଶ୍ୟକ ଆନୁସଙ୍ଗିକ ପରୀକ୍ଷା ନୀରିକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ହେବ। କ୍ୟାପିଟାଲ ହସ୍ପିଟାଲରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ହସ୍ତଗତ ସୂଚନା ପାଇଁ ବଡ଼ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ ନିର୍ମାଣ କରାଯାଇଛି। ଅସ୍ତ୍ରୋପଚାର ଗୃହ ପରିଚାଳନା ପାଇଁ ତିନିଟି ସିଫ୍ଟରେ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ନିୟୋଜିତ […]
ଭୁବନେଶ୍ୱର: ଆଗକୁ ରାତିରେ ଅସ୍ତ୍ରୋପଚାର ସେବା ମିଳିବ। ଅସ୍ତ୍ରୋପଚାର ପାଇଁ ରୋଗୀ ପୂର୍ବାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହେବେ ନାହିଁ। କେବଳ ଅସ୍ତ୍ରୋପଚାର ନୁହେଁ ଏଥିପାଇଁ ଆବଶ୍ୟକ ଆନୁସଙ୍ଗିକ ପରୀକ୍ଷା ନୀରିକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ହେବ। କ୍ୟାପିଟାଲ ହସ୍ପିଟାଲରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ହସ୍ତଗତ ସୂଚନା ପାଇଁ ବଡ଼ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ ନିର୍ମାଣ କରାଯାଇଛି। ଅସ୍ତ୍ରୋପଚାର ଗୃହ ପରିଚାଳନା ପାଇଁ ତିନିଟି ସିଫ୍ଟରେ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ନିୟୋଜିତ ହେବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ସାଧାରଣତଃ ଅତି ଜରୁରୀ ମାମଲାରେ ମେଡିକାଲ କଲେଜରେ ରାତି ବେଳା ଅସ୍ତ୍ରୋପଚାର ହୋଇପାରୁଛି।
କିନ୍ତୁ ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର ପାଇଁ ସକାଳ ହେବାକୁ ଅପେକ୍ଷା କରିବାକୁ ପଡ଼ୁଛି। ଅଧିକାଂଶ ମାମଲାରେ ସକାଳୁ ଅସ୍ତ୍ରୋପଚାର ହୋଇପାରୁ ନାହିଁ, ଆରମ୍ଭ ହେବା ବେଳକୁ ପୂର୍ବାହ୍ନ ହୋଇଯାଉଛି। ତେବେ ରାଜଧାନୀର ମୁଖ୍ୟ ଡାକ୍ତରଖାନା ରୋଗୀ ଅବା ଆହତଙ୍କର ଜୀବନ ରକ୍ଷା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୫ ହଜାରରୁ ଅଧିକ ରୋଗୀ ଆସୁଥିବାବେଳେ ଶତାଧିକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ପହଞ୍ଚିଥାନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥାଏ।
ଆଉ ଯଦି ରାତିରେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀ ଆସନ୍ତି ତା ହେଲେ ବଡ଼ ଡାକ୍ତରଖାନାକୁ ରେଫର କରିବା ଛଡ଼ା ଅନ୍ୟ କିଛି ବାଟ ନାହିଁ। ଏହା ଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ହେବା ସହିତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଷ୍ଟ ହେବାର ଆଶଙ୍କା ରହିଥାଏ। ସେହିପରି ଅନ୍ୟ ଉପାୟ ନ ପାଇ ଅନେକ ରୋଗୀ ଅବା ଆହତ ଘରୋଇ ଡାକ୍ତରଖାନା ଯିବାକୁ ବାଧ୍ୟ ହୋଇଥାନ୍ତି। ତେବେ ରାତି ସମୟରେ ଅସ୍ତ୍ରୋପଚାର ଆରମ୍ଭ ହେଲେ ରୋଗୀଙ୍କ ଜୀବନ ରକ୍ଷା ହେବ ଆଉ ମେଡିକାଲ କଲେଜ ଉପରୁ ଭାର ହ୍ରାସ ପାଇବ।