ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି: ରାତି ୧୧ଟା ସୁଦ୍ଧା ନ ହେଲେ ବାତିଲ୍‌ ହେବ ରାତ୍ର ପହୁଡ଼

The Sakala Picture
Published On

ପୁରୀ: ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ, ସେଥିଲାଗି ବ୍ୟାପକ ବ୍ୟବସ୍ଥା ହୋଇଛି। ଆଜି ଏବଂ ଆସନ୍ତାକାଲି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ଶୃଙ୍ଖଳିତ ନୀତିକାନ୍ତି ଲାଗି ପୂର୍ବରୁ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି। ମଙ୍ଗଳବାର ରାତି ୧୧ଟା ମଧ୍ୟରେ ପହୁଡ଼ କରାଯିବା ଲାଗି ଯୋଜନା ରହିଛି। ଯଦି ଏହି ସମୟ ଭିତରେ ପହୁଡ଼ ନ ହୁଏ, ତେବେ ରାତ୍ର ପହୁଡ଼ ବାତିଲ କରାଯିବ ବୋଲି ଛତିଶା ନିଯୋଗ ବୈଠକରେ […]

ପୁରୀ: ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ, ସେଥିଲାଗି ବ୍ୟାପକ ବ୍ୟବସ୍ଥା ହୋଇଛି। ଆଜି ଏବଂ ଆସନ୍ତାକାଲି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ଶୃଙ୍ଖଳିତ ନୀତିକାନ୍ତି ଲାଗି ପୂର୍ବରୁ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି। ମଙ୍ଗଳବାର ରାତି ୧୧ଟା ମଧ୍ୟରେ ପହୁଡ଼ କରାଯିବା ଲାଗି ଯୋଜନା ରହିଛି। ଯଦି ଏହି ସମୟ ଭିତରେ ପହୁଡ଼ ନ ହୁଏ, ତେବେ ରାତ୍ର ପହୁଡ଼ ବାତିଲ କରାଯିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ନୀତିକାନ୍ତି ସଅଳ ଯୋଗୁଁ ଯଦି ୧୧ଟା ସୁଦ୍ଧା ରାତ୍ର ପହୁଡ଼ ହେଲା ତେବେ ୨ଟା ପରେ ଦ୍ୱାରା ଫିଟାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ ଜଣାଇବା ଲାଗି ପୁରୀ ସହର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସବୁଆଡ଼େ ଭକ୍ତ, ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି। ହୋଟେଲ, ଲଜ୍‌‌, ଭକ୍ତନିବାସ, ହଲି-ଡେ’ ହୋମ୍‌‌ଗୁଡ଼ିକ ପୂରା ପ୍ୟାକ୍‌‌ ହୋଇଯାଇଛି। ଜିରୋ-ନାଇଟ୍‌‌ ସେଲିବ୍ରେସନ୍‌କୁ ସମସ୍ତଙ୍କ ଅପେକ୍ଷା। ମଙ୍ଗଳବାର ରାତି ୧୨ଟାରେ ମନାଇବେ ଜିରୋ-ନାଇଟ୍‌‌ ସେଲିବ୍ରେସନ୍‌। ମଉଜ, ମସ୍ତିରେ ସ୍ୱାଗତ କରିବେ ନୂଆବର୍ଷକୁ। ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଜିରୋ-ନାଇଟ୍‌‌ ସେଲିବ୍ରେସନ୍‌ ପରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଭୋର୍‌ରୁ ସମୁଦ୍ରରେ ସ୍ନାନ କରି ନୂଆବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କରିବେ। ଏହାପରେ ଶ୍ରୀମନ୍ଦିର ଯାଇ ଦାରୁଦିଅଁଙ୍କୁ ଦର୍ଶନ କରି ପରିବାର ମଙ୍ଗଳ କାମନା କରିବେ। ଏମିତି ଭାବନା ନେଇ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ବହୁ ସଂଖ୍ୟାରେ ଭକ୍ତ। ତେଣୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ନିରାପଦ ସ୍ନାନ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

31 Dec 2024 By The Sakala

ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି: ରାତି ୧୧ଟା ସୁଦ୍ଧା ନ ହେଲେ ବାତିଲ୍‌ ହେବ ରାତ୍ର ପହୁଡ଼

ପୁରୀ: ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ, ସେଥିଲାଗି ବ୍ୟାପକ ବ୍ୟବସ୍ଥା ହୋଇଛି। ଆଜି ଏବଂ ଆସନ୍ତାକାଲି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ଶୃଙ୍ଖଳିତ ନୀତିକାନ୍ତି ଲାଗି ପୂର୍ବରୁ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି। ମଙ୍ଗଳବାର ରାତି ୧୧ଟା ମଧ୍ୟରେ ପହୁଡ଼ କରାଯିବା ଲାଗି ଯୋଜନା ରହିଛି। ଯଦି ଏହି ସମୟ ଭିତରେ ପହୁଡ଼ ନ ହୁଏ, ତେବେ ରାତ୍ର ପହୁଡ଼ ବାତିଲ କରାଯିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ନୀତିକାନ୍ତି ସଅଳ ଯୋଗୁଁ ଯଦି ୧୧ଟା ସୁଦ୍ଧା ରାତ୍ର ପହୁଡ଼ ହେଲା ତେବେ ୨ଟା ପରେ ଦ୍ୱାରା ଫିଟାଯିବ ବୋଲି ସୂଚନା ମିଳିଛି।

ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ ଜଣାଇବା ଲାଗି ପୁରୀ ସହର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସବୁଆଡ଼େ ଭକ୍ତ, ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି। ହୋଟେଲ, ଲଜ୍‌‌, ଭକ୍ତନିବାସ, ହଲି-ଡେ’ ହୋମ୍‌‌ଗୁଡ଼ିକ ପୂରା ପ୍ୟାକ୍‌‌ ହୋଇଯାଇଛି। ଜିରୋ-ନାଇଟ୍‌‌ ସେଲିବ୍ରେସନ୍‌କୁ ସମସ୍ତଙ୍କ ଅପେକ୍ଷା। ମଙ୍ଗଳବାର ରାତି ୧୨ଟାରେ ମନାଇବେ ଜିରୋ-ନାଇଟ୍‌‌ ସେଲିବ୍ରେସନ୍‌। ମଉଜ, ମସ୍ତିରେ ସ୍ୱାଗତ କରିବେ ନୂଆବର୍ଷକୁ। ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଜିରୋ-ନାଇଟ୍‌‌ ସେଲିବ୍ରେସନ୍‌ ପରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଭୋର୍‌ରୁ ସମୁଦ୍ରରେ ସ୍ନାନ କରି ନୂଆବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କରିବେ। ଏହାପରେ ଶ୍ରୀମନ୍ଦିର ଯାଇ ଦାରୁଦିଅଁଙ୍କୁ ଦର୍ଶନ କରି ପରିବାର ମଙ୍ଗଳ କାମନା କରିବେ। ଏମିତି ଭାବନା ନେଇ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ବହୁ ସଂଖ୍ୟାରେ ଭକ୍ତ। ତେଣୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ନିରାପଦ ସ୍ନାନ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର