ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

Madhusudan Das Picture
Published On

କଟକ: ଓପିଏସସି ପରିଚାଳିତ ଓଡିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷାରେ କପି ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ। କଟକ ଏବିଆଇଟି ପରୀକ୍ଷା କେନ୍ଦ୍ରରେ ଅଭିଷେକ ରାଉତ ନାମକ ପରୀକ୍ଷାର୍ଥୀଙ୍କ ପାଖରୁ ମୋବାଇଲ ଓ ବ୍ଲୁ ଟୁଥ୍ ଜବତ ହୋଇଥିଲା। ପରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଅନ୍ୟ   ତିନି ସହଯୋଗୀଙ୍କ ସଂପର୍କରେ ଜଣା ପଡିଥିଲା। ପରେ ବାକି ତିନି ଜଣଙ୍କ ମଧ୍ୟ ଗିରଫ କରିଛି ପୋଲିସ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀ ଜଣକ ନିଜ ପାଖରେ ଏକ ମୋବାଇଲ୍ ଫୋନ୍ ଲୁଚାଇ ରଖିବା ସହ କାନରେ ବ୍ଲୁ ଟୁଥ୍ ଇୟରଫୋନ୍ ଲଗାଇ ପରୀକ୍ଷା ଦେଉଥିଲେ। ପରୀକ୍ଷା ଚାଲିଥିବା ସମୟରେ ସେ ବାରମ୍ବାର ପ୍ରଶ୍ନଗୁଡ଼ିକୁ ଜୋରରେ ପଢ଼ୁଥିଲେ, ଯାହାକୁ ନେଇ ପରୀକ୍ଷା କେନ୍ଦ୍ରରେ ଥିବା ଇନଭିଜିଲେଟରଙ୍କ ସନ୍ଦେହ ବଢ଼ିଥିଲା। ପରେ ଯାଞ୍ଚ କରାଯିବାରୁ ସେ ମୋବାଇଲ୍ ଏବଂ ଇୟରଫୋନ୍ ମାଧ୍ୟମରେ କପି କରୁଥିବା ସ୍ପଷ୍ଟ ହୋଇଥିଲା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ପରୀକ୍ଷାର୍ଥୀ ଜଣକ ଧରାପଡ଼ିବା ପରେ ତାଙ୍କୁ ତୁରନ୍ତ ମର୍କତନଗର ପୋଲିସ ଜିମା ଦିଆଯାଇଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ପରୀକ୍ଷା କେନ୍ଦ୍ର ବାହାରୁ ତାଙ୍କର ୩ ଜଣ ସହଯୋଗୀ ତାଙ୍କୁ ସାହାଯ୍ୟ କରୁଥିଲେ। ସହଯୋଗୀମାନେ ସିଡିଏ ଏବଂ ବାଦାମବାଡ଼ି ଅଞ୍ଚଳରେ ରହି ଫୋନ୍ ଯୋଗେ ତାଙ୍କୁ ଉତ୍ତର କହୁଥିଲେ। ପୋଲିସ ମୋବାଇଲର କଲ୍ ରେକର୍ଡ ଯାଞ୍ଚ କରିବା ପରେ ଏହି ୩ ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର