ରାଜଧାନୀରେ 'ଲଭ୍-ମର୍ଡର-ଆକ୍ସିଡେଣ୍ଟ' ମାମଲାରେ ନୂଆ ଟ୍ୱିଷ୍ଟ: ତ୍ରିକୋଣୀୟ ପ୍ରେମରୁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା 'ଲଭ୍-ମର୍ଡର-ଆକ୍ସିଡେଣ୍ଟ' ମାମଲାରେ ଏକ ବଡ଼ ଧରଣର ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଘଟଣାର ମୁଖ୍ୟ ସାକ୍ଷୀ ତଥା ମୃତକଙ୍କ ପ୍ରେମିକା ଶେଷରେ ସତ ମାନିଛନ୍ତି। ପୋଲିସ ଆଗରେ ସେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ରୁମ୍‌ରେ ହିଁ ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସହ ଜଡିତ ସିସିଟିଭି ଫୁଟେଜ୍ ଏବଂ ଏକ ଅଡିଓ କଲ୍ ରେକର୍ଡିଂ ମଧ୍ୟ ଏବେ ସାମ୍ନାକୁ ଆସିଛି, ଯାହା ପୋଲିସ ତଦନ୍ତକୁ ଏକ ନୂଆ ମୋଡ଼ ଦେଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ରାଜଧାନୀରେ ତ୍ରିକୋଣୀୟ ପ୍ରେମରୁ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଛି ନୂଆ ଚିତ୍ର । ଦୁଇଟି ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଆକ୍ରମଣ ସମୟରେ ସତ୍ୟବ୍ରତ କିପରି ଜୀବନ ବିକଳରେ ଦୌଡୁଛନ୍ତି । ତାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ଆଉ ଏକ ଭିଡ଼ିଓରେ ଜଣେ ପୁଅ ଓ ଝିଅ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ପୁଅ ଜଣଙ୍କ ଦିନେଶ ଏବଂ ଝିଅଟି ଲିଜା ବୋଲି ଅନୁମାନ କରାଯାଉଛି। ହେଲେ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

ମିଳିଥିବା ସୂଚନା ଅନୁଯାୟୀ, ମୃତ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନ ବ୍ରହ୍ମଗିରିର ହସିନପୁର ଅଞ୍ଚଳର ବାସିନ୍ଦା ଥିଲେ। ସୋସିଆଲ ମିଡିଆ ଜରିଆରେ ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। 'ପ୍ରପୋଜ ଡେ' ଅବସରରେ ସତ୍ୟବ୍ରତ ନିଜ ପ୍ରେମିକାଙ୍କୁ ଚକୋଲେଟ୍ ଦେବା ପାଇଁ ତାଙ୍କ ନୀଳାଦ୍ରିବିହାର ସ୍ଥିତ ଭଡ଼ା ଘରକୁ ଯାଇଥିଲେ। ଉଭୟ ଏକାଠି ସମୟ ବିତାଉଥିବା ବେଳେ ହଠାତ୍ ଯୁବତୀଙ୍କ ଅନ୍ୟ ଜଣେ ପ୍ରେମିକ ଦିନେଶ ସେଠାରେ ପହଞ୍ଚି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ନାଁରେ କଳଙ୍କ: ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା, କଲେଜ ଅଧ୍ୟକ୍ଷ ଗିରଫ

ଦିନେଶ ଘର ଭିତରକୁ ଏଣ୍ଟ୍ରି କରିବା ପରେ ସତ୍ୟବ୍ରତଙ୍କୁ ଦେଖି ଉତକ୍ଷିପ୍ତ ହୋଇ ଉଠିଥିଲେ। ରାଗରେ ସେ ସେଠାରେ ପଡ଼ିଥିବା ଏକ ପନିକିରେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସତ୍ୟବ୍ରତ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗୁରୁତର ଆଘାତ କାରଣରୁ ନୀଳାଦ୍ରିବିହାର ଛକ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରେମିକା ନିଜେ ଏହି ସମସ୍ତ ଘଟଣା ବର୍ଣ୍ଣନା କରିଥିବା ଏକ ଅଡିଓ କଲ୍ ଏବେ ଭାଇରାଲ ହେବାରେ ଲାଗିଛି।

ଚନ୍ଦ୍ରଶେଖରପୁର ଥାନା ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତ ଦିନେଶକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଅନ୍ୟପଟେ, ଶିଶୁଭବନ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର୍ ସହ ଏହି ହତ୍ୟାକାଣ୍ଡର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। କାର୍ ମାଲିକାଣୀଙ୍କୁ ମଧ୍ୟ ପୋଲିସ ଜେରା କରୁଛି ଯେ, ହତ୍ୟା ପରେ ଅଭିଯୁକ୍ତ ଖସି ପଳାଇବା ପାଇଁ ଏହି କାର୍ ବ୍ୟବହାର କରିଥିଲା କି ନାହିଁ। ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ଅଧିକ ପ୍ରମାଣ ଯୋଗାଡ଼ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର