ବିବାହ ପାଇଁ ନୂଆ ନିୟମ : ୨୪ ଘଣ୍ଟା ପୂର୍ବରୁ ପ୍ରଶାସନକୁ ଦେବେ ବାହାଘରରେ ଆସିବାକୁ ଥିବା ୫୦ ଅତିଥିଙ୍କ ତାଲିକା

The Sakala Picture
Published On

ଭୁବନେଶ୍ବର :  ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହେବ । ଏଥିସହ ଏସଆରସି ପୂର୍ବରୁ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ଜାରି କରିଥିବା ନିର୍ଦ୍ଦେଶାବଳୀରେ କିଛି ପରିବର୍ତ୍ତନ କରିଛନ୍ତି । ତେବେ ଆସନ୍ତା ୨୧ ତାରିଖରୁ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର […]

ଭୁବନେଶ୍ବର :  ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହେବ । ଏଥିସହ ଏସଆରସି ପୂର୍ବରୁ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ଜାରି କରିଥିବା ନିର୍ଦ୍ଦେଶାବଳୀରେ କିଛି ପରିବର୍ତ୍ତନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଖୋଲିବ SEBI ର ନୂଆ ବ୍ରାଞ୍ଚ ଅଫିସ: ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ

ତେବେ ଆସନ୍ତା ୨୧ ତାରିଖରୁ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ନୂଆ ନିୟମ ଜାରି କରିଛନ୍ତି । ନୂଆ ନିୟମ ମୁତାବକ ବାହାଘରରେ ସର୍ଵମୋଟ ୫୦ ଜଣ ହିଁ ରହିପାରିବେ । ଏମାନଙ୍କ ମଧ୍ୟରେ ବ୍ରାହ୍ମଣ, କ୍ୟାଟରିଂ ଓ ପରିବାର ଲୋକ ଅନ୍ତର୍ଭୁକ୍ତ ରହିବେ। ଯେଉଁ ୫୦ ଜଣ ଲୋକ ରହିବେ ସେମାନଙ୍କ ତାଲିକା ପ୍ରଶାସନକୁ ପୂର୍ବରୁ ଦିଆଯିବ। ନିର୍ଦ୍ଧାରିତ ଦିନର ୨୪ ଘଣ୍ଟା ପୂର୍ବରୁ ପ୍ରଶାସନକୁ ସମସ୍ତ ଅତିଥିଙ୍କ ତାଲିକା ଦିଆଯିବ। ଯେଉଁମାନେ ବାହାଘରକୁ ଆସିବେ ସେମାନଙ୍କ ନାମ ବାହାଘର ହେଉଥିବା ସ୍ଥାନରେ ମାରିବାକୁ ନିୟମ କରାଯାଇଛି। ଅନୁମତି ନ ନେଇ କିମ୍ବା ନିୟମ ଭାଙ୍ଗି ବାହାଘର କିମ୍ବା ପ୍ରୋସେସନ କଲେ ବ୍ୟବହୃତ ଗାଡି, ଡିଜେ,ସାଉଣ୍ଡ ଇତ୍ୟାଦି ଜିନିଷ ଜବତ ହେବ।

ଆହୁରି ପଢ଼ନ୍ତୁ: ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ, ୨୪ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରୁ ନିସ୍ତାର ନାହିଁ

ଅନ୍ୟପଟେ ବିବାହରେ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବେ । ଗୋଟିଏ ଲୋକଠାରୁ ଅନ୍ୟ ଲୋକ ଭିତରେ ୬ ଫୁଟ୍ ଦୂରତା ରହିବ ବୋଲି କୁହାଯାଇଛି । ସେହିପରି ସାନିଟାଇଜରର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । ସେହିପରି କୋଭିଡ୍ ନିୟମ ଉଲ୍ଲଘଂନ କଲେ ବିବାହର ଆୟୋଜନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

19 Apr 2021 By The Sakala

ବିବାହ ପାଇଁ ନୂଆ ନିୟମ : ୨୪ ଘଣ୍ଟା ପୂର୍ବରୁ ପ୍ରଶାସନକୁ ଦେବେ ବାହାଘରରେ ଆସିବାକୁ ଥିବା ୫୦ ଅତିଥିଙ୍କ ତାଲିକା

ଭୁବନେଶ୍ବର :  ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ଲାଗୁ ହେବ । ଏଥିସହ ଏସଆରସି ପୂର୍ବରୁ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଲାଗି ଜାରି କରିଥିବା ନିର୍ଦ୍ଦେଶାବଳୀରେ କିଛି ପରିବର୍ତ୍ତନ କରିଛନ୍ତି ।

ତେବେ ଆସନ୍ତା ୨୧ ତାରିଖରୁ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ନୂଆ ନିୟମ ଜାରି କରିଛନ୍ତି । ନୂଆ ନିୟମ ମୁତାବକ ବାହାଘରରେ ସର୍ଵମୋଟ ୫୦ ଜଣ ହିଁ ରହିପାରିବେ । ଏମାନଙ୍କ ମଧ୍ୟରେ ବ୍ରାହ୍ମଣ, କ୍ୟାଟରିଂ ଓ ପରିବାର ଲୋକ ଅନ୍ତର୍ଭୁକ୍ତ ରହିବେ। ଯେଉଁ ୫୦ ଜଣ ଲୋକ ରହିବେ ସେମାନଙ୍କ ତାଲିକା ପ୍ରଶାସନକୁ ପୂର୍ବରୁ ଦିଆଯିବ। ନିର୍ଦ୍ଧାରିତ ଦିନର ୨୪ ଘଣ୍ଟା ପୂର୍ବରୁ ପ୍ରଶାସନକୁ ସମସ୍ତ ଅତିଥିଙ୍କ ତାଲିକା ଦିଆଯିବ। ଯେଉଁମାନେ ବାହାଘରକୁ ଆସିବେ ସେମାନଙ୍କ ନାମ ବାହାଘର ହେଉଥିବା ସ୍ଥାନରେ ମାରିବାକୁ ନିୟମ କରାଯାଇଛି। ଅନୁମତି ନ ନେଇ କିମ୍ବା ନିୟମ ଭାଙ୍ଗି ବାହାଘର କିମ୍ବା ପ୍ରୋସେସନ କଲେ ବ୍ୟବହୃତ ଗାଡି, ଡିଜେ,ସାଉଣ୍ଡ ଇତ୍ୟାଦି ଜିନିଷ ଜବତ ହେବ।

ଅନ୍ୟପଟେ ବିବାହରେ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବେ । ଗୋଟିଏ ଲୋକଠାରୁ ଅନ୍ୟ ଲୋକ ଭିତରେ ୬ ଫୁଟ୍ ଦୂରତା ରହିବ ବୋଲି କୁହାଯାଇଛି । ସେହିପରି ସାନିଟାଇଜରର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । ସେହିପରି କୋଭିଡ୍ ନିୟମ ଉଲ୍ଲଘଂନ କଲେ ବିବାହର ଆୟୋଜନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର