ନେଉଳ ମାଛ ଖାଇଦେଲା ବୋଲି ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା କଲେ ପଡୋଶୀ !
ଗଞ୍ଜାମ: ପୋଷା ନେଉଳ ମାଛ ଖାଇଦେଲା ବୋଲି ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା କଲା ପଡୋଶୀ । କବିସୂର୍ଯ୍ୟନଗର ଥାନା ପଥରାପଲି ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ବୃଦ୍ଧ ଜଣକ ହେଲେ କୃଷ୍ଣଚନ୍ଦ୍ର ମହାନ୍ତି । ହତ୍ୟାକାରୀ ଜଣକ ହେଲେ ନାରାୟଣ ଦାସ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ୧ନଂ ହାଟରେ ଭୟଙ୍କର ଅଗ୍ନିକାଣ୍ଡ; ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ପାଇଁ ନିଆଁ ଲାଗୁଥିବା କହିଲେ ମେୟର
ଶୁକ୍ରବାର କୃଷ୍ଣଚନ୍ଦ୍ର ଘରେ ଚିକେନ୍ ରଖିଥିବା ବେଳେ ପଡ଼ୋଶୀ ନାରାୟଣ ଦାସଙ୍କ ପୋଷା ନେଉଳ ଖାଇ ଦେଇଥିଲା। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପିରିକି ନେଉଳକୁ ବାନ୍ଧି ରଖିବାକୁ କୃଷ୍ଣଚନ୍ଦ୍ର କହିଥିଲେ। ଶନିବାର ସକାଳ ପ୍ରାୟ ୮ଟାରେ ନେଉଳ ପୁଣି କୃଷ୍ଣଚନ୍ଦ୍ରଙ୍କ ଘରେ ପଶିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାରାୟଣ ଏକ ଖଣ୍ଡାରେ କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ନାରାୟଣ ଦାସ ଫେରାର୍ ହୋଇଯାଇଛି।





