କାଳବୈଶାଖୀ ପ୍ରଭାବରେ ଟ୍ବିନସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

Madhusudan Das Picture
Published On

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ଫେରିଲା ବର୍ଷା । ଶୀତ ଭିତରେ ଏଣ୍ଟ୍ରି କଲା ବର୍ଷା । କାଳବୈଶାଖୀ ପ୍ରଭାବରେ ଟ୍ବିନସିଟିରେ ବର୍ଷା ସହ ଘଡ଼ଘଡ଼ି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପାଣି ଜମିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାସହ ରାଜଧାନୀରେ ପବନର ବେଗ ମଧ୍ୟ ଅଧିକ ରହିଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଟ୍ବନସିଟି ସମେତ ରାଜ୍ୟର ୪ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ପୁର୍ବାନୁମାନ କରାଯାଇଥିଲା । ସଂନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ କାଳବୈଶାଖୀ ଆଲର୍ଟ ରହିଛି । ଟ୍ବିନସିଟି ସମେତ ପୁରୀ, ଗଞ୍ଜାମ, ମୟୂରଭଞ୍ଜରେ ମଧ୍ୟ ଆଲର୍ଟ ରହିଛି । 

ଆହୁରି ପଢ଼ନ୍ତୁ: ଜେଲ ବିଭାଗର ଗୁପ୍ତ ଖବର ବାହାରକୁ ଆସିବା ନେଇ ଦୁର୍ନୀତିଗସ୍ତ ଅଫିସରଙ୍କ ଉପରେ ବର୍ଷିଲେ ଜେଲ୍ ଡିଜି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp