ହାତଗଣ୍ଠି ପଡିବା ପୂର୍ବରୁ ବାହବେଦୀରୁ ଆଇଟି ଇଞ୍ଜିନିୟରକୁ ଉଠାଇନେଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ବାହବେଦୀରୁ ଦୁଷ୍କର୍ମକାରୀକୁ ଉଠାଇଲା ପୋଲିସ । ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ। ଅଭିଯୁକ୍ତ ଜଣକ ହେଲା ସିଦ୍ଧାର୍ଥ ଶଙ୍କର ରଥ । ଖଣ୍ଡଗିରି ଥାନା ପୋଲିସ ଅଭିଯୁକ୍ତ ଜଣକୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି । ପୀଡିତା ଜଣଙ୍କ ପ୍ରତିଷ୍ଠିତ ଆଇଟି କମ୍ପାନୀରେ କାର୍ଯ୍ୟରତ । ଅଭିଯୁକ୍ତ ମଧ୍ୟ ସେହି କମ୍ପାନୀରେ କାର୍ଯ୍ୟରତ ଥିଲା । ପୀଡିତାଙ୍କୁ ଏକତରଫା ପ୍ରେମ କରିବା ସହ ଘର ପର୍ଯ୍ୟନ୍ତ ପିଛା କରି କିଛିଦିନ ତଳେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ପରେ ଏ ନେଇ ଯୁବତୀ ଜଣଙ୍କ ଏତଲା ଦେବାକୁ ବାହାରିବା ବେଳେ ତାଙ୍କ ଗୋଡ ଧରି ବିବାହ କରିବ ବୋଲି କହିଥିଲା ଅଭିଯୁକ୍ତ । ପରେ କିନ୍ତୁ ପୀଡିତା ଜଣଙ୍କୁ ବିବାହ ନକରି ଆଉ ଜଣଙ୍କୁ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅଭିଯୁକ୍ତ ଜଣକୁ ବିବାହବେଦୀରୁ ଉଠାଇ ନେଇଛି ପୋଲିସ । 

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଅମାନବୀୟତା: ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp