ମନୋରଞ୍ଜନ
ଅଗଷ୍ଟ ୧ରେ ନିଟ୍ ପ୍ରବେଶିକା ପରୀକ୍ଷା, ୧୧ଟି ଭାଷାରେ ଆସିବ ପ୍ରଶ୍ନ
ଭୁବନେଶ୍ବର : ନାସ୍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ଏମ୍ବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତା ଅଗଷ୍ଟ ୧ରେ ସାରା ଦେଶରେ ନିଟ୍ ଅନୁଷ୍ଠିତ ହେବ। ଏନେଇ ଏନ୍ଟିଏ ପକ୍ଷରୁ ଶୁକ୍ରବାର ତାରିଖ ଘୋଷଣା ହୋଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଅଫ୍ଲାଇନ୍ରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଏବଂ ହିନ୍ଦୀ ସହିତ ୧୧ ଭାଷାରେ ପ୍ରଶ୍ନପତ୍ର ଆସିବ। ଏମ୍ବିବିଏସ୍, ବିଡିଏସ୍, ବିଏଏମ୍ଏସ୍, ବିଏସ୍ଏମ୍ଏସ୍, ବିୟୁଏମ୍ଏସ୍ ଏବଂ ବିଏଚ୍ଏମ୍ଏସ୍ […]
ଭୁବନେଶ୍ବର : ନାସ୍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ଏମ୍ବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତା ଅଗଷ୍ଟ ୧ରେ ସାରା ଦେଶରେ ନିଟ୍ ଅନୁଷ୍ଠିତ ହେବ। ଏନେଇ ଏନ୍ଟିଏ ପକ୍ଷରୁ ଶୁକ୍ରବାର ତାରିଖ ଘୋଷଣା ହୋଇଛି।
ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଅଫ୍ଲାଇନ୍ରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଏବଂ ହିନ୍ଦୀ ସହିତ ୧୧ ଭାଷାରେ ପ୍ରଶ୍ନପତ୍ର ଆସିବ। ଏମ୍ବିବିଏସ୍, ବିଡିଏସ୍, ବିଏଏମ୍ଏସ୍, ବିଏସ୍ଏମ୍ଏସ୍, ବିୟୁଏମ୍ଏସ୍ ଏବଂ ବିଏଚ୍ଏମ୍ଏସ୍ ପାଠ୍ୟକ୍ରମ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡିଥାଏ। ଏ ନେଇ ଏନଟିଏର ntaneet.nic.in/nta.ac.in ୱେବସାଇଟରେ ଘୋଷଣା କରାଯାଇଛି।
ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଲୱେ ଟ୍ରାକ୍କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ
ନିଟ୍ ୟୁଜି ପରୀକ୍ଷା ଫଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଡାକ୍ତରୀ ଏବଂ ନର୍ସିଂ ଶିକ୍ଷାନୁଷ୍ଠାନ ଗୁଡିକର ନିୟମାବଳୀକୁ ଭିତିକରି ଫଳ ପ୍ରକାଶ ପାଇବ ବୋଲି ଏନ୍ଟିଏ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।






