ଆଜି ଆସୁଛନ୍ତି ରାଷ୍ଟ୍ରପତି

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ନୟାଗଡରେ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ରାଜଭବନରେ ରାତ୍ରିରହଣୀ ବ୍ୟବସ୍ଥା ଥିବାରୁ ସୁରକ୍ଷାକୁ କଡାକଡି କରିଛି କମିସନରେଟ ପୁଲିସ। ଏୟାରପୋର୍ଟ, ରାଜଭବନରେ ସୁରକ୍ଷା କଡାକଡି କରିବା ସହ ରୁଟ୍‌ ଲାଇନିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୩ଜଣ ଡିସିପି, ୩ଜଣ ଅତିରିକ୍ତ ଡିସିପି, ୧୪ଜଣ ଏସିପି, ୨୮ଜଣ ଇନ୍ସପେକ୍ଟର, ୧୧୦ଜଣ ଏସ୍‌ଆଇ/ ଏଏସ୍‌ଆଇଙ୍କ ସମେତ ୧୨ ପ୍ଲାଟୁନ ପୁଲିସ […]

ଭୁବନେଶ୍ୱର: ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ନୟାଗଡରେ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ରାଜଭବନରେ ରାତ୍ରିରହଣୀ ବ୍ୟବସ୍ଥା ଥିବାରୁ ସୁରକ୍ଷାକୁ କଡାକଡି କରିଛି କମିସନରେଟ ପୁଲିସ। ଏୟାରପୋର୍ଟ, ରାଜଭବନରେ ସୁରକ୍ଷା କଡାକଡି କରିବା ସହ ରୁଟ୍‌ ଲାଇନିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୩ଜଣ ଡିସିପି, ୩ଜଣ ଅତିରିକ୍ତ ଡିସିପି, ୧୪ଜଣ ଏସିପି, ୨୮ଜଣ ଇନ୍ସପେକ୍ଟର, ୧୧୦ଜଣ ଏସ୍‌ଆଇ/ ଏଏସ୍‌ଆଇଙ୍କ ସମେତ ୧୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କାରକେଡ୍‌ ରହରର୍ସାଲ୍‌ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ରାଷ୍ଟ୍ରପତି ଆଜି ଅପରାହ୍ନ ସାଢେ଼ ୧ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ସେଠାରୁ ଅପରାହ୍ଣ ୩.୩୫ ମିନିଟ୍‌ ସମୟରେ ନୟାଗଡ଼ର କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରୀଯାପନ କରିବେ। ପରଦିନ ସକାଳେ ବାୟୁସେବା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

24 Mar 2025 By The Sakala

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ନୟାଗଡରେ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ରାଜଭବନରେ ରାତ୍ରିରହଣୀ ବ୍ୟବସ୍ଥା ଥିବାରୁ ସୁରକ୍ଷାକୁ କଡାକଡି କରିଛି କମିସନରେଟ ପୁଲିସ। ଏୟାରପୋର୍ଟ, ରାଜଭବନରେ ସୁରକ୍ଷା କଡାକଡି କରିବା ସହ ରୁଟ୍‌ ଲାଇନିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୩ଜଣ ଡିସିପି, ୩ଜଣ ଅତିରିକ୍ତ ଡିସିପି, ୧୪ଜଣ ଏସିପି, ୨୮ଜଣ ଇନ୍ସପେକ୍ଟର, ୧୧୦ଜଣ ଏସ୍‌ଆଇ/ ଏଏସ୍‌ଆଇଙ୍କ ସମେତ ୧୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କାରକେଡ୍‌ ରହରର୍ସାଲ୍‌ କରାଯାଇଛି।

ରାଷ୍ଟ୍ରପତି ଆଜି ଅପରାହ୍ନ ସାଢେ଼ ୧ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ସେଠାରୁ ଅପରାହ୍ଣ ୩.୩୫ ମିନିଟ୍‌ ସମୟରେ ନୟାଗଡ଼ର କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରୀଯାପନ କରିବେ। ପରଦିନ ସକାଳେ ବାୟୁସେବା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

https://www.thesakala.in/latest-odisha-news/nayagarh/president-is-coming-today/article-39523
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର