ଆଜିଠୁ ରାଜ୍ୟ ବଜେଟ ଅଧିବେଶନ

The Sakala Picture
Published On

ଭୁବନେଶ୍ବର : ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଚଳିତ ଅଧିବେଶନ ପାଇଁ ସମୟ ସାରଣୀ ବଦଳିଥିବା ବେଳେ ଏଥର ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ । ସକାଳ ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ପ୍ରଶ୍ନକାଳ ଚାଲିବ । ତାରକା […]

ଭୁବନେଶ୍ବର : ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଚଳିତ ଅଧିବେଶନ ପାଇଁ ସମୟ ସାରଣୀ ବଦଳିଥିବା ବେଳେ ଏଥର ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ । ସକାଳ ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ପ୍ରଶ୍ନକାଳ ଚାଲିବ । ତାରକା ପ୍ରଶ୍ନ ମଧ୍ୟ ପଚାରି ପାରିବେ ବିଧାୟକ ।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

୧୧ଟା ୩୦ରୁ ଶୂନ୍ୟକାଳ ଓ ପରେ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ । ଦେଢ଼ଘଣ୍ଟା ଧରି ଆଲୋଚନା ହେବ ମୁଲତବୀ ପ୍ରସ୍ତାବ । ସେଥିରୁ ୫୫ମିନଟ ବିରୋଧୀ ଦଳଙ୍କ ପାଇଁ ରହିଛି । ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ସକାଳ ୧୦ଟା ୩୦ରୁ ଦିନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ  ଚାଲିବ ଗୃହ । ସ୍ବତନ୍ତ୍ର କାର୍ଯ୍ୟଦିବସରେ ରାତି ୭ଟା ପର୍ଯ୍ୟନ୍ତ ଗୃହ ଚାଲିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସବର୍ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଫେବୃଆରୀ ୧୮ରୁ ୨୮ ଯାଏଁ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଥିବା ବେଳେ ମାର୍ଚ୍ଚ ୧୧ରୁ ୩୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ୨୨ତାରିଖ ଦିନ ଅର୍ଥମନ୍ତ୍ରୀ ବଜେଟ୍‌ ଆଗତ କରିବେ । ପ୍ରଥମ ଦିନରେ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର, ବିଭୂତି ଭୂଷଣ ନାୟକ, ଯଜ୍ଞନାରାୟଣ କର, କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

ସେପଟେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରଙ୍କୁ ଘେରିବାକୁ ବିରୋଧୀ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ବିଜେଡି ବି ପ୍ରସ୍ତୁତ ଥିବା କହିଛ । ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଲମ୍ବା ପ୍ରସଙ୍ଗ ଧରି ଶାସକ ଦଳକୁ ଘେରିବା ପାଇଁ ପ୍ରସ୍ତୁତି କରିଛନ୍ତି । ଅନ୍ୟପକ୍ଷେ ବିଧାନସଭାରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ବିଶେଷ କରି କୋଇଲା ରୟାଲିଟି, ଜିଏସଟି ବକେୟା ଅର୍ଥ, ସ୍ବାମୀନାଥନ କମିଟିକୁ କାର୍ୟ୍ୟକାରୀ କରିବା, ବକେୟା ଧାନ ସବସିଡି ଦେବେ ଓ ବାଇ ଲ ପ୍ରସଙ୍ଗକୁ ଗୃହରେ ଉଠାଇବ ଶାସକ ବିଜେଡି । ବର୍ଷକୁ ୧୨ ହଜାର କୋଟି ଟଙ୍କା ହିସାବରେ ରୟାଲଟି ବାବଦକୁ ୫ବର୍ଷରେ ୬୦ହଜାର କୋଟି କାଟିଛି କେନ୍ଦ୍ର । ଏସବୁ ନେଇ ଗୃହରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ ।

18 Feb 2021 By The Sakala

ଆଜିଠୁ ରାଜ୍ୟ ବଜେଟ ଅଧିବେଶନ

ଭୁବନେଶ୍ବର : ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଚଳିତ ଅଧିବେଶନ ପାଇଁ ସମୟ ସାରଣୀ ବଦଳିଥିବା ବେଳେ ଏଥର ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ । ସକାଳ ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ପ୍ରଶ୍ନକାଳ ଚାଲିବ । ତାରକା ପ୍ରଶ୍ନ ମଧ୍ୟ ପଚାରି ପାରିବେ ବିଧାୟକ ।

୧୧ଟା ୩୦ରୁ ଶୂନ୍ୟକାଳ ଓ ପରେ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ । ଦେଢ଼ଘଣ୍ଟା ଧରି ଆଲୋଚନା ହେବ ମୁଲତବୀ ପ୍ରସ୍ତାବ । ସେଥିରୁ ୫୫ମିନଟ ବିରୋଧୀ ଦଳଙ୍କ ପାଇଁ ରହିଛି । ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ସକାଳ ୧୦ଟା ୩୦ରୁ ଦିନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ  ଚାଲିବ ଗୃହ । ସ୍ବତନ୍ତ୍ର କାର୍ଯ୍ୟଦିବସରେ ରାତି ୭ଟା ପର୍ଯ୍ୟନ୍ତ ଗୃହ ଚାଲିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସବର୍ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଫେବୃଆରୀ ୧୮ରୁ ୨୮ ଯାଏଁ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଥିବା ବେଳେ ମାର୍ଚ୍ଚ ୧୧ରୁ ୩୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ୨୨ତାରିଖ ଦିନ ଅର୍ଥମନ୍ତ୍ରୀ ବଜେଟ୍‌ ଆଗତ କରିବେ । ପ୍ରଥମ ଦିନରେ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର, ବିଭୂତି ଭୂଷଣ ନାୟକ, ଯଜ୍ଞନାରାୟଣ କର, କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ।

ସେପଟେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରଙ୍କୁ ଘେରିବାକୁ ବିରୋଧୀ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ବିଜେଡି ବି ପ୍ରସ୍ତୁତ ଥିବା କହିଛ । ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଲମ୍ବା ପ୍ରସଙ୍ଗ ଧରି ଶାସକ ଦଳକୁ ଘେରିବା ପାଇଁ ପ୍ରସ୍ତୁତି କରିଛନ୍ତି । ଅନ୍ୟପକ୍ଷେ ବିଧାନସଭାରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ବିଶେଷ କରି କୋଇଲା ରୟାଲିଟି, ଜିଏସଟି ବକେୟା ଅର୍ଥ, ସ୍ବାମୀନାଥନ କମିଟିକୁ କାର୍ୟ୍ୟକାରୀ କରିବା, ବକେୟା ଧାନ ସବସିଡି ଦେବେ ଓ ବାଇ ଲ ପ୍ରସଙ୍ଗକୁ ଗୃହରେ ଉଠାଇବ ଶାସକ ବିଜେଡି । ବର୍ଷକୁ ୧୨ ହଜାର କୋଟି ଟଙ୍କା ହିସାବରେ ରୟାଲଟି ବାବଦକୁ ୫ବର୍ଷରେ ୬୦ହଜାର କୋଟି କାଟିଛି କେନ୍ଦ୍ର । ଏସବୁ ନେଇ ଗୃହରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର