ଅପରାଧୀଙ୍କ ଆଗରେ ପୁଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି: ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯିବା  ଘଟଣା ଅତ୍ୟନ୍ତ ବର୍ବର। ରାଜ୍ୟ ରାଜଧାନୀ ନିକଟରେ ଏପରି ଜଘନ୍ୟ ଘଟଣା ଘଟୁଥିଲେ ବି ସରକାରଙ୍କ ଅସମ୍ଭବ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛିି ବୋଲି କହିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ହିଞ୍ଜିଳିରେ ଗର୍ଭବତୀଙ୍କୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କଲେ ନବୀନ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ସାମାଜିକ ଗଣମାଧ୍ୟମ ଏକ୍ସରେ କ୍ଷୋଭ ପ୍ରକାଶ କରି ନବୀନ କହିଛନ୍ତି ଯେ ପୁଲିସ ଉପସ୍ଥିତିରେ ଯଦି ଏପରି ଘଟଣା ଘଟୁଛି, ତେବେ ଲୋକେ କାହାକୁ ସୁରକ୍ଷା ମାଗିବେ? ଅପରାଧୀଙ୍କ ଆଗରେ ପୁଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି? ଭୁବନେଶ୍ୱର ଉପକଣ୍ଠରେ ଯଦି ସରକାର ଏପରି ଘଟଣାକୁ ରୋକିବାରେ ଅସମର୍ଥ, ତେବେ ସାରା ରାଜ୍ୟର ଅବସ୍ଥା କ’ଣ ତାହା ସ୍ପଷ୍ଟ ଅନୁମେୟ। ନିକଟରେ ହିଞ୍ଜିଳି, କଣାସ ଓ ଢେଙ୍କାନାଳରେ ଘଟିଥିବା ବର୍ବର କାଣ୍ଡରେ ସରକାର କ’ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସାଧାରଣ ଜନତାଙ୍କ ସୁରକ୍ଷା ସରକାର କାହିଁକି ବିପନ୍ନ କରୁଛନ୍ତି? ବଡ଼ ବଡ଼ ଭାଷଣରେ, ମିଛ ବାହାସ୍ଫୋଟରେ ସରକାର ଚାଲେନି ବୋଲି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ନବୀନ। ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କ ସୁରକ୍ଷା ତଥା ଓଡ଼ିଶାରେ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି ବିଜେପି ସରକାର: ନବୀନ ପଟ୍ଟନାୟକ

07 May 2026 By Madhusudan Das

ଅପରାଧୀଙ୍କ ଆଗରେ ପୁଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯିବା  ଘଟଣା ଅତ୍ୟନ୍ତ ବର୍ବର। ରାଜ୍ୟ ରାଜଧାନୀ ନିକଟରେ ଏପରି ଜଘନ୍ୟ ଘଟଣା ଘଟୁଥିଲେ ବି ସରକାରଙ୍କ ଅସମ୍ଭବ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛିି ବୋଲି କହିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ।

ସାମାଜିକ ଗଣମାଧ୍ୟମ ଏକ୍ସରେ କ୍ଷୋଭ ପ୍ରକାଶ କରି ନବୀନ କହିଛନ୍ତି ଯେ ପୁଲିସ ଉପସ୍ଥିତିରେ ଯଦି ଏପରି ଘଟଣା ଘଟୁଛି, ତେବେ ଲୋକେ କାହାକୁ ସୁରକ୍ଷା ମାଗିବେ? ଅପରାଧୀଙ୍କ ଆଗରେ ପୁଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି? ଭୁବନେଶ୍ୱର ଉପକଣ୍ଠରେ ଯଦି ସରକାର ଏପରି ଘଟଣାକୁ ରୋକିବାରେ ଅସମର୍ଥ, ତେବେ ସାରା ରାଜ୍ୟର ଅବସ୍ଥା କ’ଣ ତାହା ସ୍ପଷ୍ଟ ଅନୁମେୟ। ନିକଟରେ ହିଞ୍ଜିଳି, କଣାସ ଓ ଢେଙ୍କାନାଳରେ ଘଟିଥିବା ବର୍ବର କାଣ୍ଡରେ ସରକାର କ’ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସାଧାରଣ ଜନତାଙ୍କ ସୁରକ୍ଷା ସରକାର କାହିଁକି ବିପନ୍ନ କରୁଛନ୍ତି? ବଡ଼ ବଡ଼ ଭାଷଣରେ, ମିଛ ବାହାସ୍ଫୋଟରେ ସରକାର ଚାଲେନି ବୋଲି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ନବୀନ। ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କ ସୁରକ୍ଷା ତଥା ଓଡ଼ିଶାରେ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର