ରାଜ୍ୟରେ ବଢିଚାଲିଛି ବାଲି ମାଫିଆଙ୍କ ଆତଙ୍କରାଜ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବାଲି ଚୋରା ଚାଲାଣ ବଢିବାରେ ଲାଗିଛି। କେଉଁଠି ତହସିଲଦାରଙ୍କୁ ଆକ୍ରମଣ ହେଲାଣି ତ କେଉଁଠି କର୍ତ୍ତବ୍ୟରତ ପୁଲିସ ଅଫିସରଙ୍କୁ ଗାଡି ଚଢାଇ ଜୀବନରୁ ମାରିଦେଲେଣି। ରାଜ୍ୟରେ ବାଲି ଚୋରା ଚାଲାଣର କାୟା ଦିନକୁ ଦିନ ବଢିବାରେ ଲାଗିଛି। ବାଲି ମାଫିଆମାନେ ଦିନ ଦ୍ୱିପ୍ରହରରେ ଖୁଲମଖୁଲା ଯେଉଁଭଳି ଅପରାଧମାନ ସଂଗଠିତ କରୁଛନ୍ତି ତାହା ରାଜ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ନଗ୍ନ ରୂପ ଦର୍ଶାଉଛି ବୋଲି ଅଭିଯୋଗ କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଅଘଟଣ: ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ରବିବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ସଂଜୟ ଦାସବର୍ମା ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ ଗତ ୨ ତାରିଖରେ ସାକ୍ଷୀଗୋପାଳ ନିର୍ବାଚନମଣ୍ଡଳୀ କଣାସ ଥାନା ଅନ୍ତର୍ଗତ ଗୋଲବଜାରରେ ସକାଳ ୮ଟା ବେଳେ ବାଲି ମାଫିଆମାନେ ସର୍ବସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପନିକିରେ ହାଣି ମଟରସାଇକେଲ ଚଢାଇ ହତ୍ୟା ଉଦ୍ୟମ କରିଥିଲେ। ଯେଉଁଥିରେ ସାଧାରଣ ଲୋକ ଅତ୍ୟନ୍ତ ଭୟଭିତ ହେବା ସହ ରାଜ୍ୟ ସରକାରଙ୍କ ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ବାଲି ମାଫିଆମାନେ ବିଗତ ଦିନରେ କଟକରେ ପୁଲିସ କର୍ମଚାରୀଙ୍କୁ ଗାଡି ଚଢାଇ ହତ୍ୟା କରିଥିଲେ। ସେହିପରି ବ୍ୟାସନଗର ଅତିରିକ୍ତ ତହସିଲଦାରଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ କରିବା, ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର, ଆନନ୍ଦପୁର ତହସିଲ କର୍ମଚାରୀଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ବିହାରରେ ଯେଉଁଭଳି ଭାବେ ଅପରାଧୀମାନେ ଆଇନ ବ୍ୟବସ୍ଥାକୁ ‘ଫୁ’ କରି ଅପରାଧମାନ ସଂଗଠିତ କରୁଛନ୍ତି, ସେହିଭଳି ବିଜେପି ଓଡ଼ିଶାରେ ଶାସନ ଭାରକୁ ଆସିଲା ପରେ ରାଜ୍ୟରେ ବାଲି ମାଫିଆମାନେ ଅନୁରୂପ ଆତଙ୍କରାଜ ଚଳାଉଛନ୍ତି। ସରକାର ବେଆଇନ ବାଲି ଖାଦାନ ଗୁଡିକୁ ଚିହ୍ନଟ କରି ତୁରନ୍ତ ବନ୍ଦ କରିବା ସହିତ ବାଲି ମାଫିଆମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ବେଆଇନ କାର୍ଯ୍ୟ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ନ ନିଅନ୍ତି, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ; ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

03 May 2026 By Madhusudan Das

ରାଜ୍ୟରେ ବଢିଚାଲିଛି ବାଲି ମାଫିଆଙ୍କ ଆତଙ୍କରାଜ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବାଲି ଚୋରା ଚାଲାଣ ବଢିବାରେ ଲାଗିଛି। କେଉଁଠି ତହସିଲଦାରଙ୍କୁ ଆକ୍ରମଣ ହେଲାଣି ତ କେଉଁଠି କର୍ତ୍ତବ୍ୟରତ ପୁଲିସ ଅଫିସରଙ୍କୁ ଗାଡି ଚଢାଇ ଜୀବନରୁ ମାରିଦେଲେଣି। ରାଜ୍ୟରେ ବାଲି ଚୋରା ଚାଲାଣର କାୟା ଦିନକୁ ଦିନ ବଢିବାରେ ଲାଗିଛି। ବାଲି ମାଫିଆମାନେ ଦିନ ଦ୍ୱିପ୍ରହରରେ ଖୁଲମଖୁଲା ଯେଉଁଭଳି ଅପରାଧମାନ ସଂଗଠିତ କରୁଛନ୍ତି ତାହା ରାଜ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ନଗ୍ନ ରୂପ ଦର୍ଶାଉଛି ବୋଲି ଅଭିଯୋଗ କରିଛି ବିଜେଡି।

ରବିବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ସଂଜୟ ଦାସବର୍ମା ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ ଗତ ୨ ତାରିଖରେ ସାକ୍ଷୀଗୋପାଳ ନିର୍ବାଚନମଣ୍ଡଳୀ କଣାସ ଥାନା ଅନ୍ତର୍ଗତ ଗୋଲବଜାରରେ ସକାଳ ୮ଟା ବେଳେ ବାଲି ମାଫିଆମାନେ ସର୍ବସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପନିକିରେ ହାଣି ମଟରସାଇକେଲ ଚଢାଇ ହତ୍ୟା ଉଦ୍ୟମ କରିଥିଲେ। ଯେଉଁଥିରେ ସାଧାରଣ ଲୋକ ଅତ୍ୟନ୍ତ ଭୟଭିତ ହେବା ସହ ରାଜ୍ୟ ସରକାରଙ୍କ ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ବାଲି ମାଫିଆମାନେ ବିଗତ ଦିନରେ କଟକରେ ପୁଲିସ କର୍ମଚାରୀଙ୍କୁ ଗାଡି ଚଢାଇ ହତ୍ୟା କରିଥିଲେ। ସେହିପରି ବ୍ୟାସନଗର ଅତିରିକ୍ତ ତହସିଲଦାରଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ କରିବା, ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର, ଆନନ୍ଦପୁର ତହସିଲ କର୍ମଚାରୀଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ବିହାରରେ ଯେଉଁଭଳି ଭାବେ ଅପରାଧୀମାନେ ଆଇନ ବ୍ୟବସ୍ଥାକୁ ‘ଫୁ’ କରି ଅପରାଧମାନ ସଂଗଠିତ କରୁଛନ୍ତି, ସେହିଭଳି ବିଜେପି ଓଡ଼ିଶାରେ ଶାସନ ଭାରକୁ ଆସିଲା ପରେ ରାଜ୍ୟରେ ବାଲି ମାଫିଆମାନେ ଅନୁରୂପ ଆତଙ୍କରାଜ ଚଳାଉଛନ୍ତି। ସରକାର ବେଆଇନ ବାଲି ଖାଦାନ ଗୁଡିକୁ ଚିହ୍ନଟ କରି ତୁରନ୍ତ ବନ୍ଦ କରିବା ସହିତ ବାଲି ମାଫିଆମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ବେଆଇନ କାର୍ଯ୍ୟ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ନ ନିଅନ୍ତି, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର