ହିଞ୍ଜିଳିରେ ଗର୍ଭବତୀଙ୍କୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କଲେ ନବୀନ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Madhusudan Das Picture
Published On

ଭୁବନେଶ୍ୱର: ହିଞ୍ଜିଳିରେ ଗର୍ଭବତୀଙ୍କୁ ନିର୍ମମ ହତ୍ୟା ଘଟଣା । ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ । ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ବ୍ୟକ୍ତିଗତ ହସ୍ତକ୍ଷେପ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି । ହିଞ୍ଜିଳି ଖରିଦାରେ ଘଟିଥିବା ଘଟଣା ଅତ୍ୟନ୍ତ ଉଦବେଗଜନକ । ଗଣମାଧ୍ୟମ ଓ ଭିଡିଓ ଫୁଟେଜରୁ ବର୍ବରତା ସ୍ପଷ୍ଟ । 

ଆହୁରି ପଢ଼ନ୍ତୁ: 'ସୁଭଦ୍ରା'କୁ ନେଇ ବଡ ଖବର: ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ବକେୟା ଟଙ୍କା

ସୂଚନାଯୋଗ୍ୟ, ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ହୃଦୟକୁ ଆଘାତ ଦେଇଛି। ବିରୋଧୀ ଦଳ ନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଚିଠିରେ ଦାବି କରିଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିବା ପ୍ରେମିକାକୁ ନିର୍ମମ ହତ୍ୟା !

06 May 2026 By Madhusudan Das

ହିଞ୍ଜିଳିରେ ଗର୍ଭବତୀଙ୍କୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କଲେ ନବୀନ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ହିଞ୍ଜିଳିରେ ଗର୍ଭବତୀଙ୍କୁ ନିର୍ମମ ହତ୍ୟା ଘଟଣା । ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ । ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ବ୍ୟକ୍ତିଗତ ହସ୍ତକ୍ଷେପ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି । ହିଞ୍ଜିଳି ଖରିଦାରେ ଘଟିଥିବା ଘଟଣା ଅତ୍ୟନ୍ତ ଉଦବେଗଜନକ । ଗଣମାଧ୍ୟମ ଓ ଭିଡିଓ ଫୁଟେଜରୁ ବର୍ବରତା ସ୍ପଷ୍ଟ । 

ସୂଚନାଯୋଗ୍ୟ, ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ହୃଦୟକୁ ଆଘାତ ଦେଇଛି। ବିରୋଧୀ ଦଳ ନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଚିଠିରେ ଦାବି କରିଛନ୍ତି ନବୀନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର