ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ମୋ ସ୍ବାସ୍ଥ୍ୟ ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଚିନ୍ତା: ନବୀନ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେସମିଟ୍। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୋ ସ୍ବାସ୍ଥ୍ୟାବସ୍ଥା କଥା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି। ତଦନ୍ତ କରିବା କଥା କହିଛନ୍ତି। ଭୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ମୋର ଶୁଭ ଚିନ୍ତକ ତାହେଲେ ମୋତେ ଫୋନ୍‌ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେସମିଟ୍। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୋ ସ୍ବାସ୍ଥ୍ୟାବସ୍ଥା କଥା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି। ତଦନ୍ତ କରିବା କଥା କହିଛନ୍ତି। ଭୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ମୋର ଶୁଭ ଚିନ୍ତକ ତାହେଲେ ମୋତେ ଫୋନ୍‌ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ। ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଚାଲ୍। ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି।  ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି।  ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ୍ କରାନ୍ତୁ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର