ନବରଙ୍ଗପୁରରେ ଭାଲୁ ଆତଙ୍କ; ଲୋକଙ୍କ ଘରେ ପସିଯାଉଛି ଭାଲୁ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

The Sakala Picture
Published On

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି । ସପ୍ତାହ ହେବ ଭାଲୁ ଗାଁ ଭିତରେ ଆସିବା ସହ ଘରେ ଘରେ ପଶୁଛି। ପୂରା ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ । ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି । ଗତ ୪ ଦିନ ପୂର୍ବେ ଗ୍ରାମର ମନ ମାଝିଙ୍କ ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ପ୍ରତିଦିନ ପ୍ରାୟ ୪ଟି ଭାଲୁ ରାତିରେ […]

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି । ସପ୍ତାହ ହେବ ଭାଲୁ ଗାଁ ଭିତରେ ଆସିବା ସହ ଘରେ ଘରେ ପଶୁଛି। ପୂରା ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ । ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି । ଗତ ୪ ଦିନ ପୂର୍ବେ ଗ୍ରାମର ମନ ମାଝିଙ୍କ ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ପ୍ରତିଦିନ ପ୍ରାୟ ୪ଟି ଭାଲୁ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ

ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ମିଶନ କମ୍ପାଉଣ୍ଡରେ ମଧ୍ୟ ଭାଲୁ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ନେଇଁ ଲୋକେ ଭୟଭୀତ ରହିଛନ୍ତି । ଦିନକୁ ଦିନ ଜଙ୍ଗଲ କ୍ଷୟ, ଜଙ୍ଗଲରେ ନିଆଁ ଓ ଖାଦ୍ୟ ସଂଗ୍ରହ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

ଅନ୍ୟପଟେ ଭାଲୁର ଅବସ୍ଥିତିକୁ ନେଇଁ ଗ୍ରାମବାସୀ ବାରମ୍ବାର ନବରଙ୍ଗପୁର ବନବିଭାଗକୁ ଜଣାଉଥିଲେ ମଧ୍ୟ ବନବିଭାଗ ଉଚିତ ପଦକ୍ଷେପ ନନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନତା କରି ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇଁ ଭବିଷ୍ୟତରେ ଭାଲୁ କିମ୍ବା ମଣିଷର ଜୀବନହାନୀ ହୋଇପାରେ ବୋଲି ଗ୍ରାମବାସୀ କହିଛନ୍ତି l ଆଉ ଏଥିପାଇଁ କେବଳ ବନ ବିଭାଗ ହିଁ ଦାୟୀ ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଫଳରେ ବନବିଭାଗ ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ: ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ କଣ୍ଟ୍ରୋଲ୍ ରୁମରେ ୧୦୦% ମହିଳା ଅପରେଟର

05 Nov 2023 By The Sakala

ନବରଙ୍ଗପୁରରେ ଭାଲୁ ଆତଙ୍କ; ଲୋକଙ୍କ ଘରେ ପସିଯାଉଛି ଭାଲୁ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଭତରାସିଉନି ଗ୍ରାମରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି । ସପ୍ତାହ ହେବ ଭାଲୁ ଗାଁ ଭିତରେ ଆସିବା ସହ ଘରେ ଘରେ ପଶୁଛି। ପୂରା ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ । ଯାହାକୁ ନେଇଁ ଗ୍ରାମବାସୀ ଭୟଭୀତ ଥିବା ଦେଖିବାକୁ ମିଳିଛି । ଗତ ୪ ଦିନ ପୂର୍ବେ ଗ୍ରାମର ମନ ମାଝିଙ୍କ ଗୋଟିଏ ମେଣ୍ଢାକୁ ଭାଲୁ ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ପ୍ରତିଦିନ ପ୍ରାୟ ୪ଟି ଭାଲୁ ରାତିରେ ଗାଁ ଭିତରେ ପ୍ରବେଶ କରୁଥିବା ବେଳେ ସକାଳ ଯାଏଁ ରହୁଛନ୍ତି ।

ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ମିଶନ କମ୍ପାଉଣ୍ଡରେ ମଧ୍ୟ ଭାଲୁ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ନେଇଁ ଲୋକେ ଭୟଭୀତ ରହିଛନ୍ତି । ଦିନକୁ ଦିନ ଜଙ୍ଗଲ କ୍ଷୟ, ଜଙ୍ଗଲରେ ନିଆଁ ଓ ଖାଦ୍ୟ ସଂଗ୍ରହ ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ଭାଲୁର ଅବସ୍ଥିତିକୁ ନେଇଁ ଗ୍ରାମବାସୀ ବାରମ୍ବାର ନବରଙ୍ଗପୁର ବନବିଭାଗକୁ ଜଣାଉଥିଲେ ମଧ୍ୟ ବନବିଭାଗ ଉଚିତ ପଦକ୍ଷେପ ନନେଇ କେବଳ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସଚେତନତା କରି ଚାଲିଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇଁ ଭବିଷ୍ୟତରେ ଭାଲୁ କିମ୍ବା ମଣିଷର ଜୀବନହାନୀ ହୋଇପାରେ ବୋଲି ଗ୍ରାମବାସୀ କହିଛନ୍ତି l ଆଉ ଏଥିପାଇଁ କେବଳ ବନ ବିଭାଗ ହିଁ ଦାୟୀ ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଫଳରେ ବନବିଭାଗ ତୁରନ୍ତ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର