ଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ: ବିଜେଡି

The Sakala Picture
Published On

ଭୁବନେଶ୍ୱର :  ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ରାୟଗଡା ଜିଲ୍ଲାର ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା ଦଳ କହିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ସଂଗଠନ ରାଜ୍ୟରେ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ଦଳ ତରଫରୁ ଦୃଢୋକ୍ତି ପ୍ରକାଶ କରାଯାଇଛି […]

ଭୁବନେଶ୍ୱର :  ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ରାୟଗଡା ଜିଲ୍ଲାର ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା ଦଳ କହିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ସଂଗଠନ ରାଜ୍ୟରେ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ଦଳ ତରଫରୁ ଦୃଢୋକ୍ତି ପ୍ରକାଶ କରାଯାଇଛି ।

ଆହୁରି ପଢ଼ନ୍ତୁ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ସ୍ଥଗିତ ରହିଲା ମିଡ୍ ସେମିଷ୍ଟର ପରୀକ୍ଷା

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାୟଗଡା ଜିଲ୍ଲାରେ  ଏନ୍. ଭାସ୍କର ରାଓ,  ଲାଲ ବିହାରୀ ହିମିରିକା ଓ ଦଳର ଅନ୍ୟ କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି । କିନ୍ତୁ, ଦଳରୁ ଏହି ନେତା ମାନଙ୍କର ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ଶ୍ରୀ ରାଓ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଯଦି ଶ୍ରୀ ରାଓ ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ଜାଣିପାରୁ ନାହାନ୍ତି, ତାହେଲେ ବିଭିନ୍ନ ପଦପଦବୀରେ ରହି ଲମ୍ୱା ସମୟ ଦଳରେ କାର୍ଯ୍ୟ କରିଥିବା ଶ୍ରୀ ରାଓ ଦଳ ପାଇଁ କିଭଳି କାର୍ଯ୍ୟ କରୁଥିଲେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗଞ୍ଜାମ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଆଉ ୩ ମୃତଦେହ ଠାବ, ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ଦଳ ତରଫରୁ ଶ୍ରୀ ରାଓଙ୍କୁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହିତ ତାଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା । ଦଳ ତାଙ୍କୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଥିବା ସତ୍ତ୍ୱେ ସେ ଦଳ ଛାଡିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିଜେଡି ଶାସନ ଦାୟିତ୍ୱରେ ଥିବା ସମୟରେ ସେ ଦଳର ବିଭିନ୍ନ ଦାୟିତ୍ୱରେ ଥିଲେ, ଆଜି ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ସେ ଦଳ ଛାଡ଼ିଛନ୍ତି । ଡ଼ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ।

ଆହୁରି ପଢ଼ନ୍ତୁ: ଆବାସିକ ବିଦ୍ୟାଳୟରେ ଛାତ୍ରୀ ପ୍ରସବ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ନବଜାତକର ମୃତ୍ୟୁ, ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର