ପ୍ରଚଣ୍ଡ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ : ସ୍ନାନପୂର୍ଣ୍ଣିମା ପୂର୍ବରୁ ନିସ୍ତାର ନାହିଁ

The Sakala Picture
Published On

ଭୁବନେଶ୍ୱର : ପୁଣି ଧୋକା ଦେଲା ମୌସୁମୀ। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍‌ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ବଦଳିଛି ପାଗ; ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ ଓ […]

ଭୁବନେଶ୍ୱର : ପୁଣି ଧୋକା ଦେଲା ମୌସୁମୀ। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍‌ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ବଦଳିଛି ପାଗ; ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ ଓ ସ୍ନାନପୂର୍ଣ୍ଣିମା ପୂର୍ବରୁ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସମେତ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ନିଷ୍କ୍ରିୟ ରହିବ। ଏହି ସମୟରେ କେବଳ ଦେଶର ପଶ୍ଚିମ ଉପକୂଳ ଓ ଉତ୍ତର-ପୂର୍ବ ଭାରତରେ ବର୍ଷା ହେବ। ବର୍ତ୍ତମାନ ରାଜ୍ୟକୁ ପଶ୍ଚିମା ପବନ ବହୁଥିବାରୁ ମୌସୁମୀ ଟ୍ରଫ୍‌ ସୃଷ୍ଟି ହୋଇପାରୁ ନାହିଁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

୧୦ ତାରିଖରୁ ବାୟୁର ଦିଗ ପରିବର୍ତ୍ତନ ହେବ ଏବଂ ୧୧ କିମ୍ବା ୧୨ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ବଳୟ ସୃଷ୍ଟି ହେବା ସହ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ସମ୍ଭାବ୍ୟ ଲଘୁଚାପଟି ଓଡ଼ିଶା ବା ସଂଲଗ୍ନ ଉପକୂଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ସମଗ୍ର ରାଜ୍ୟରେ ୪ ଦିନ ବର୍ଷା ହେବ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣରେ ତାପମାତ୍ରା ୩୫-୩୭ ଡିଗ୍ରୀ ମଧ୍ୟରେ ରହିବ। ଏହାପରେ ପୁଣି ତାପମାତ୍ରା ବୃଦ୍ଧି ପାଇବ । ୧୦ ତାରିଖରୁ ତାପମାତ୍ରା କମିବ; ଏଣୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଗୁଳୁଗୁଳି ଚାଲୁ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୪ ତାରିଖରୁ ତାପମାତ୍ରା ସହ ଗୁଳୁଗୁଳିର ପ୍ରଭାବ ଆହୁରି ବଢ଼ିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକଟ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗୁଳୁଗୁଳି ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜନିତ ୟେଲୋ ଆଲର୍ଟ ଜାରି କରିଛି।

02 Jun 2025 By The Sakala

ପ୍ରଚଣ୍ଡ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ : ସ୍ନାନପୂର୍ଣ୍ଣିମା ପୂର୍ବରୁ ନିସ୍ତାର ନାହିଁ

ଭୁବନେଶ୍ୱର : ପୁଣି ଧୋକା ଦେଲା ମୌସୁମୀ। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍‌ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ବଦଳିଛି ପାଗ; ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ ଓ ସ୍ନାନପୂର୍ଣ୍ଣିମା ପୂର୍ବରୁ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସମେତ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ନିଷ୍କ୍ରିୟ ରହିବ। ଏହି ସମୟରେ କେବଳ ଦେଶର ପଶ୍ଚିମ ଉପକୂଳ ଓ ଉତ୍ତର-ପୂର୍ବ ଭାରତରେ ବର୍ଷା ହେବ। ବର୍ତ୍ତମାନ ରାଜ୍ୟକୁ ପଶ୍ଚିମା ପବନ ବହୁଥିବାରୁ ମୌସୁମୀ ଟ୍ରଫ୍‌ ସୃଷ୍ଟି ହୋଇପାରୁ ନାହିଁ।

୧୦ ତାରିଖରୁ ବାୟୁର ଦିଗ ପରିବର୍ତ୍ତନ ହେବ ଏବଂ ୧୧ କିମ୍ବା ୧୨ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ବଳୟ ସୃଷ୍ଟି ହେବା ସହ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ସମ୍ଭାବ୍ୟ ଲଘୁଚାପଟି ଓଡ଼ିଶା ବା ସଂଲଗ୍ନ ଉପକୂଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ସମଗ୍ର ରାଜ୍ୟରେ ୪ ଦିନ ବର୍ଷା ହେବ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣରେ ତାପମାତ୍ରା ୩୫-୩୭ ଡିଗ୍ରୀ ମଧ୍ୟରେ ରହିବ। ଏହାପରେ ପୁଣି ତାପମାତ୍ରା ବୃଦ୍ଧି ପାଇବ । ୧୦ ତାରିଖରୁ ତାପମାତ୍ରା କମିବ; ଏଣୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଗୁଳୁଗୁଳି ଚାଲୁ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୪ ତାରିଖରୁ ତାପମାତ୍ରା ସହ ଗୁଳୁଗୁଳିର ପ୍ରଭାବ ଆହୁରି ବଢ଼ିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକଟ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗୁଳୁଗୁଳି ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜନିତ ୟେଲୋ ଆଲର୍ଟ ଜାରି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର