ସକାଳୁ ମାତିଲେ ଲୁଟେରା, ରାଜଧାନୀରେ ଯୁବତୀଙ୍କଠାରୁ ଝାମ୍ପିନେଲେ ମୋବାଇଲ

The Sakala Picture
Published On

ଭୁବନେଶ୍ୱର: ସକାଳ ହେଉ ହେଉ ମାତିଲେ ଲୁଟେରା । ରାଜଧାନୀ ଭୁବନେଶ୍ୱରର ରବି ଟକିଜ ନିକଟରେ ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଯୁବତୀ ଜଣଙ୍କ ବିଜେବିନଗରରୁ ଚାଲି ଚାଲି ମଲ୍‌କୁ ଯାଉଥିଲେ । ଠିକ ଏହି ସମୟରେ ଗୋଟିଏ ବାଇକ୍‌ରେ ୩ଜଣ ଯୁବକ ଆସି ମୋବାଇଲକୁ ଝାମ୍ଫି ନେଇଛନ୍ତି । ରବି ଟକିଜ୍ ସ୍ଥିତ ଏକ କାର୍ ସୋରୁମ୍‌ରୁ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ଲୁଟ୍‌ର ଶିକାର ହୋଇଥିବା ଯୁବତୀ ଜଣଙ୍କ ଏ […]

ଭୁବନେଶ୍ୱର: ସକାଳ ହେଉ ହେଉ ମାତିଲେ ଲୁଟେରା । ରାଜଧାନୀ ଭୁବନେଶ୍ୱରର ରବି ଟକିଜ ନିକଟରେ ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଯୁବତୀ ଜଣଙ୍କ ବିଜେବିନଗରରୁ ଚାଲି ଚାଲି ମଲ୍‌କୁ ଯାଉଥିଲେ । ଠିକ ଏହି ସମୟରେ ଗୋଟିଏ ବାଇକ୍‌ରେ ୩ଜଣ ଯୁବକ ଆସି ମୋବାଇଲକୁ ଝାମ୍ଫି ନେଇଛନ୍ତି । ରବି ଟକିଜ୍ ସ୍ଥିତ ଏକ କାର୍ ସୋରୁମ୍‌ରୁ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ଲୁଟ୍‌ର ଶିକାର ହୋଇଥିବା ଯୁବତୀ ଜଣଙ୍କ ଏ ନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ତେବେ ନିକଟସ୍ଥ ସୋ ରୁମ୍ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଯୋଗ୍ୟ , ଲୁଟର ଶିକାର ହୋଇଥିବ ଯୁବତୀଙ୍କ ଘର ବିଞ୍ଝାରପୁର ହୋଇଥିବ ବେଳେ ଭୁବନେଶ୍ୱରରେ ରହି ମଲରେ କାମ କରନ୍ତି। ଲୁଟ ହୋଇଥିବା ମୋବାଇଲର ଦାମ ୧୯ ହାଜର ଟଙ୍କା ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

 

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର