ରାଜନୀତିରେ ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ପୂରଣ, ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସରେ ପ୍ରବଳ ଭିଡ଼

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି।୧୯୯୭, ଜୁନ ୧ ତାରିଖରେ ପ୍ରଥମ ଥର ପାଇଁ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ। ୧୯୯୭ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନବୀନ ଆଜି ଦେଶରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଜଣାଶୁଣା।୨୫ ବର୍ଷ ତଳେ ରାଜନୀତିରେ ନବାଗତ ଭାବେ ଉଭା ହୋଇଥିବା ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି। ରାଜନୀତି ସଫଳତାର […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି।୧୯୯୭, ଜୁନ ୧ ତାରିଖରେ ପ୍ରଥମ ଥର ପାଇଁ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ। ୧୯୯୭ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନବୀନ ଆଜି ଦେଶରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଜଣାଶୁଣା।୨୫ ବର୍ଷ ତଳେ ରାଜନୀତିରେ ନବାଗତ ଭାବେ ଉଭା ହୋଇଥିବା ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି। ରାଜନୀତି ସଫଳତାର ଗୋଟିଏ ପରେ ଗୋଟିଏ ସିଡି ଚଢି ଅତିକ୍ରମ କରି ଚାଲିଛନ୍ତି ନବୀନ। ନବୀନଙ୍କ ସଫଳ ରାଜନୈତିକ ଯାତ୍ରା ପାଇଁ ସାଂସଦ ଓ ବିଧାୟକମାନେ ନବୀନ ନିବାସରେ ପହଞ୍ଚି ତାଙ୍କର ଭୁରି ଭୁରି ପ୍ରଶଂସା କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡିଶାକୁ ବାତ୍ୟା ଦ୍ଵନ୍ଦ ଭିତରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସୁଛି ବଡ଼ ଲଘୁଚାପ

୨୫ ବର୍ଷ ଧରି ଅନବରତ ଜନସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଜି ସନ୍ଧ୍ୟାରେ ନବୀନ ନିବାସରେ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ସାଧାରଣ ଲୋକଙ୍କ ଭିଡ଼ ଲାଗିଥିଲା । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବିଧାୟକମାନେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପହଞ୍ଚିଥିଲେ । ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ଜେନା ମଧ୍ୟ ନବୀନ ନିବାସରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଲୋକେ ଆସି ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ପୋଲିସର ଏନକାଉଣ୍ଟର; ୨ ଅପରାଧୀ ଆହତ

ଆହୁରି ପଢ଼ନ୍ତୁ: ଫାଇନ ଆଦାୟ ନାଁରେ ଜନତାଙ୍କ ଠାରୁ ଜିଜିଆ କର ଆଦାୟ କରୁଛନ୍ତି ସରକାର: ବିଜେଡି

ଏହି ଅବସରରେ ଦଳର ନେତା ଓ କର୍ମୀଙ୍କ ଉତ୍ସାହକୁ ଦେଖି ନବୀନ ମଧ୍ୟ ତୁମମାନଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ। ସଫଳତା ପାଇଁ ସାମୁହିକ ଉଦ୍ୟମ ଦରକାର। ତେଣୁ ସମୁହ ପ୍ରଚେଷ୍ଟାରେ ଦଳକୁ ଏହି ସଫଳତା ମିଳିଛି। ଏହି ସଫଳତା ତୁମ୍ଭମାନଙ୍କର। ସବୁବେଳେ ଏକ ହୋଇ ରହି ରାଜ୍ୟର ବିକାଶରେ ମନୋନୀବେଶ କର। ସଫଳତା ନିଶ୍ଚିତ ମିଳିବ ବୋଲି ସେମାନଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ ୧୭ ଏପ୍ରିଲ ୧୯୯୭ରେ ଜନପ୍ରିୟ ନେତା ବିଜୁବାବୁଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା। ଏହାପରେ ନାବଗତ ଭାବେ ରାଜନୀତିକୁ ଆସିଥିବା ନବୀନ ଆସିକାରୁ ଉପନିର୍ବାଚନରେ ଜିତିଥିଲେ। ୧୯୯୭ ଜୁନ୍ ୧ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ନବୀନ।ରାଜନୀତିରେ ପ୍ରବେଶ ବେଳେ ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ସୃଷ୍ଟି କରିବେ। ୧୯୯୭ରୁ ରାଜନୀତିରେ ପାଦ ଥାପିବା ପରେ କେବେ ପରାଜୟ ଦେଖିନାହାନ୍ତି ନବୀନ। ରାଜନୀତିକୁ ଆସି ନବୀନଙ୍କ ଲୋକସେବାକୁ ଇତିମଧ୍ୟରେ ୨୫ ବର୍ଷ ପୂରିଛି। ୨ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡ଼ିଶା ଶାସନ ଭାର ସମ୍ଭାଳିଥିଲେ।

01 Jun 2022 By The Sakala

ରାଜନୀତିରେ ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ପୂରଣ, ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସରେ ପ୍ରବଳ ଭିଡ଼

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି।୧୯୯୭, ଜୁନ ୧ ତାରିଖରେ ପ୍ରଥମ ଥର ପାଇଁ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ। ୧୯୯୭ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନବୀନ ଆଜି ଦେଶରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଜଣାଶୁଣା।୨୫ ବର୍ଷ ତଳେ ରାଜନୀତିରେ ନବାଗତ ଭାବେ ଉଭା ହୋଇଥିବା ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି। ରାଜନୀତି ସଫଳତାର ଗୋଟିଏ ପରେ ଗୋଟିଏ ସିଡି ଚଢି ଅତିକ୍ରମ କରି ଚାଲିଛନ୍ତି ନବୀନ। ନବୀନଙ୍କ ସଫଳ ରାଜନୈତିକ ଯାତ୍ରା ପାଇଁ ସାଂସଦ ଓ ବିଧାୟକମାନେ ନବୀନ ନିବାସରେ ପହଞ୍ଚି ତାଙ୍କର ଭୁରି ଭୁରି ପ୍ରଶଂସା କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨୫ ବର୍ଷ ଧରି ଅନବରତ ଜନସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଜି ସନ୍ଧ୍ୟାରେ ନବୀନ ନିବାସରେ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ସାଧାରଣ ଲୋକଙ୍କ ଭିଡ଼ ଲାଗିଥିଲା । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବିଧାୟକମାନେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପହଞ୍ଚିଥିଲେ । ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ଜେନା ମଧ୍ୟ ନବୀନ ନିବାସରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଲୋକେ ଆସି ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ଦଳର ନେତା ଓ କର୍ମୀଙ୍କ ଉତ୍ସାହକୁ ଦେଖି ନବୀନ ମଧ୍ୟ ତୁମମାନଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ। ସଫଳତା ପାଇଁ ସାମୁହିକ ଉଦ୍ୟମ ଦରକାର। ତେଣୁ ସମୁହ ପ୍ରଚେଷ୍ଟାରେ ଦଳକୁ ଏହି ସଫଳତା ମିଳିଛି। ଏହି ସଫଳତା ତୁମ୍ଭମାନଙ୍କର। ସବୁବେଳେ ଏକ ହୋଇ ରହି ରାଜ୍ୟର ବିକାଶରେ ମନୋନୀବେଶ କର। ସଫଳତା ନିଶ୍ଚିତ ମିଳିବ ବୋଲି ସେମାନଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ ୧୭ ଏପ୍ରିଲ ୧୯୯୭ରେ ଜନପ୍ରିୟ ନେତା ବିଜୁବାବୁଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା। ଏହାପରେ ନାବଗତ ଭାବେ ରାଜନୀତିକୁ ଆସିଥିବା ନବୀନ ଆସିକାରୁ ଉପନିର୍ବାଚନରେ ଜିତିଥିଲେ। ୧୯୯୭ ଜୁନ୍ ୧ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ନବୀନ।ରାଜନୀତିରେ ପ୍ରବେଶ ବେଳେ ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ସୃଷ୍ଟି କରିବେ। ୧୯୯୭ରୁ ରାଜନୀତିରେ ପାଦ ଥାପିବା ପରେ କେବେ ପରାଜୟ ଦେଖିନାହାନ୍ତି ନବୀନ। ରାଜନୀତିକୁ ଆସି ନବୀନଙ୍କ ଲୋକସେବାକୁ ଇତିମଧ୍ୟରେ ୨୫ ବର୍ଷ ପୂରିଛି। ୨ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡ଼ିଶା ଶାସନ ଭାର ସମ୍ଭାଳିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର