ମଝି ସମୁଦ୍ରରେ ନିଖୋଜ ଓଡ଼ିଆ ନାବିକ ସାର୍ଥକ: ୫ ଦିନ ପରେ ବି ମିଳିଲାନି ପତ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

Tapas Ranjan Nanda Picture
Published On

ସମୁଦ୍ର ମଝିରେ ଓଡ଼ିଆ ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଯିବା ଘଟଣା ବର୍ତ୍ତମାନ ଏକ ବଡ଼ ରହସ୍ୟ ପାଲଟିଛି। ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ସାର୍ଥକଙ୍କର କୌଣସି ପତ୍ତା ମିଳିପାରିନାହିଁ। ମରିସସ୍ ନିକଟ ଗଭୀର ସମୁଦ୍ରରେ ସେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ନାନା ଆଶା ଓ ଆଶଙ୍କା ଲାଗିରହିଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ସିଙ୍ଗାପୁରରୁ ଫେରୁଥିଲା ଜାହାଜ

ମିଳିଥିବା ସୂଚନା ଅନୁଯାୟୀ, ସିଙ୍ଗାପୁରରୁ ଫେରୁଥିବା ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ (Anglo-Eastern Ship Management) ସଂସ୍ଥାର EA ଜର୍ସୀ (EA Jersey) ଭେସେଲରେ ସାର୍ଥକ ଜଣେ କ୍ରିୟୁ ମେମ୍ବର ଭାବରେ କାର୍ଯ୍ୟରତ ଥିଲେ। ଗତ ୩ ତାରିଖରେ ଶେଷ ଥର ପାଇଁ ତାଙ୍କୁ ଜାହାଜର ସିସି କ୍ୟାମେରାରେ ଦେଖିବାକୁ ମିଳିଥିଲା। ଏହାପରଠାରୁ ତାଙ୍କର ଆଉ କୌଣସି ଖୋଜ ଖବର ମିଳୁନାହିଁ, ଯାହା ପରିବାର ପାଇଁ ଚିନ୍ତାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

କେନ୍ଦ୍ରର ହସ୍ତକ୍ଷେପ ଲୋଡିଲେ ରାଜ୍ୟ ସରକାର

ସାର୍ଥକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପରିବାର ବର୍ଗ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଦିଲ୍ଲୀ ସ୍ଥିତ ଓଡ଼ିଶାର ପ୍ରିନ୍ସିପାଲ୍ ରେସିଡେଣ୍ଟ କମିଶନର ବିଶାଲ୍ ଗଗନ ଏ ସଂପର୍କରେ କେନ୍ଦ୍ରର ୪ଟି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଚିଠି ଲେଖିଛନ୍ତି। ମାମଲାକୁ ଗୁରୁତର ସହ ନେଇ କେନ୍ଦ୍ର ବୈଦେଶିକ ସଚିବ, ସ୍ବରାଷ୍ଟ୍ର ସଚିବ, ଜଳପଥ ସଚିବ ଓ ସିପିଂ ଡିଜିଙ୍କୁ ଯୋଗାଯୋଗ କରାଯାଇଛି। ଅନ୍ୟପଟେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର