ପୁରୀରେ ପୁଣି ଲଜ୍ଜା : ବଳିଆପଣ୍ଡା ଅଞ୍ଚଳରେ ପାଞ୍ଚ ବର୍ଷିଆ ନାବାଳିକାକୁ ବଳାତ୍କାର କଲା ପଡୋଶୀ

The Sakala Picture
Published On

ପୁରୀ : ଶ୍ରୀକ୍ଷେତ୍ରରେ ପୁଣି ଲଜ୍ଜା । ପୁରୀ ବଳିଆପଣ୍ଡା ଅଞ୍ଚଳରେ ପାଖ ପଡୋଶୀ ୫ ବର୍ଷିଆ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ବଳିଆପଣ୍ଡା ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସୁବାଶିଷ ତ୍ରିପାଠୀ ଓରଫ ଯୁବା। ଅଭିଯୁକ୍ତଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡିଛି। ତେବେ ଆଜି ବଳାତ୍କାର ନେଇ ନାବାଳିକାର ପରିବାର ବଳିଆପଣ୍ଡା ଥାନାରେ ଅଭିଯୋଗ କରାଯାଇଥିଲା । ଯାହାପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି […]

ପୁରୀ : ଶ୍ରୀକ୍ଷେତ୍ରରେ ପୁଣି ଲଜ୍ଜା । ପୁରୀ ବଳିଆପଣ୍ଡା ଅଞ୍ଚଳରେ ପାଖ ପଡୋଶୀ ୫ ବର୍ଷିଆ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ବଳିଆପଣ୍ଡା ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସୁବାଶିଷ ତ୍ରିପାଠୀ ଓରଫ ଯୁବା। ଅଭିଯୁକ୍ତଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡିଛି। ତେବେ ଆଜି ବଳାତ୍କାର ନେଇ ନାବାଳିକାର ପରିବାର ବଳିଆପଣ୍ଡା ଥାନାରେ ଅଭିଯୋଗ କରାଯାଇଥିଲା । ଯାହାପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ପୁରୀରେ ଗୋଟିଏ ଦିନ ତରେ ୨୩ ତାରିଖରେ ମଧ୍ୟ ଜଣେ ପାଞ୍ଚ ବର୍ଷିଆ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ନାବାଳିକା ଜଣକୁ ଛାତ ଉପରେ ଏକୁଟିଆ ଦେଖି ସେହି ଅଞ୍ଚଳର ଜଣେ ଯୁବକ ମହେଶ ମହାନ୍ତି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।ସେପଟେ ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜଣଙ୍କ  ଫେରାର ହୋଇଯାଇଥିବା ଜଣାପଡିଛି  ।  ତେବେ ପୁରୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଅବିଯୁକ୍ତକୁ ଧରିବାକୁ  ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି  । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସା କରାଯାଉଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ପୁରୀ ଭଳି ଏକ ପବିତ୍ର ସ୍ଥାନରେ ଏପରି ଘଟଣାକୁ ନେଇ ମଧ୍ୟ ସାଧାରଣରେ ଉଦବେଗ ପ୍ରକାଶ ପାଇଛି  । ଏହି ଘଟମାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସୀ  । ଯେଉଁବ୍ୟକ୍ତି ଏହି ଘଟଣାରେ ସଂଶ୍ଲିଷ୍ଟ ଅର୍ଥାତ ଏପରି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ରହିଛି, ତାଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ଗ୍ରହଣ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି  ।

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର