ପୁଣି ଅଶାନ୍ତ ରାଜଧାନୀ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

Madhusudan Das Picture
Published On

ଭୁବନେଶ୍ୱର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । ଧଉଳି ଥାନା ଅଞ୍ଚଳରେ ୨୦ରୁ ଅଧିକ ଦୁର୍ବୃତ୍ତ ୬ଟି ଗାଡ଼ିରେ ଆସି ଯୁବକଙ୍କୁ ଆକ୍ରମଣ କରିଥିବା ନେଇ ହୋଇଛି ଅଭିଯୋଗ । ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଧଉଳି ଅଞ୍ଚଳର ରଜନୀକାନ୍ତ ନାୟକ । ରଜନୀକାନ୍ତ ପେସାରେ ଜଣେ ସିକ୍ୟୁରିଟି ଗାର୍ଡ । ଧଉଳି ପାଦଦେଶରେ ରଜନୀକାନ୍ତ ବସିଥିବା ବେଳେ ୬ଟି ଗାଡ଼ିରେ ଆସିଥିଲେ ୨୦ରୁ ଅଧିକ ଦୁର୍ବୃତ୍ତ । ହଠାତ୍ ତାଙ୍କୁ ଘେରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳର CCTV ଫୁଟେଜ୍ ଯାଞ୍ଚ କରି ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପୋଲିସ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର