ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

Madhusudan Das Picture
Published On

କୋରାପୁଟ: ରାସ୍ତା ନଥିବାରୁ ଉଛୁଳା ନଈ ପାରି ହୋଇ ଶବ ସତ୍କାର ପାଇଁ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି ସମ୍ପର୍କୀୟ।ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡା ଗାଁ ରେ। ଏହି ଗାଁର ପାତେ ଖରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଥିଲା। ଶ୍ମଶାନ ଯିବାକୁ କୌଣସି ରାସ୍ତା ନଥିବାରୁ ବାଧ୍ୟ ହୋଇ ଲୋକେ ଗାଁ ପାଖ ଦେଇ ଯାଇଥିବା ବାସୁକି ନଦୀ ପାର ହୋଇ ଶବ ସତ୍କାର କରିବାକୁ ଯିବା ପାଇଁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

ଅଞ୍ଚଳରେ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିଲା ଏଣୁ ନଦୀ ରେ ଉଛୁଳା ପାଣି ସହିତ ପ୍ରଖୋର ସ୍ରୋତ ଥିଲା।ଏଣୁ ନିଜ ସମ୍ପର୍କୀୟ ଓ ଗାଁ ଲୋକେ ଏକ ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ନଦୀ ଭିତରେ ପଶି ଶବକୁ କାନ୍ଧେଇ ନଦୀ ଆର ପଟେ ପାର ହୋଇ ଶବ ସତ୍କାର କରିଥିଲେ । ଏହି ଦୁଇ ଦିନ ଭିତରେ ଦ୍ଵିତୀୟ ଘଟଣା ଏହା। ଏହି ଘଟଣା କେବଳ ଆଜିର ନୁହେଁ ପ୍ରତ୍ୟେକ ବର୍ଷ ବର୍ଷା ଦିନେ ଏହି ଗ୍ରାମ କେହି ଯଦି ମୃତ୍ୟୁ ବରଣ କରନ୍ତି ତ ଏହି ସମସ୍ୟା ଦେଖାଦେଇ ଥାଏ।ଗ୍ରାମ ବାସୀ ଏହି ନଦୀ ରେ ଏକ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି। ବର୍ଷା ଦିନ।ଆସିଲେ ଏହି ବାସୁକି ନଦୀ ପାଇଁ ଆଖ ପାଖ ଅଞ୍ଚଳରେ ଯାତାୟତ ପାଇଁ ଗୋଟେ ପ୍ରକାର ବିଚ୍ଛିନ୍ନ ହୋଇ ଯାଇଥାଏ ।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର