ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

Madhusudan Das Picture
Published On

ପୁରୀ: ଓଡ଼ିଶାର ଏକ ପ୍ରମୁଖ ପାରମ୍ପରିକ ପର୍ବ ଷଠି ଓଷା ବା ଷଷ୍ଠୀ ଓଷା ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଉଛି। ହିନ୍ଦୁ ପଞ୍ଜିକା ଅନୁଯାୟୀ ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥିରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ନିଜ ସନ୍ତାନମାନଙ୍କର ସୁସ୍ଥତା, ଦୀର୍ଘାୟୁ ଏବଂ ମଙ୍ଗଳ କାମନା କରି ମାଆମାନେ ନିଷ୍ଠାର ସହ ଷଠି ଠାକୁରାଣୀ ବା ଜନ୍ମଦେବୀଙ୍କୁ ପୂଜା କରିଥାନ୍ତି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଝି ଖଟିଆକୁଦି ଗ୍ରାମରେ ଏହି ଓଷାକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଇଛି। ଗାଁର ପୋଖରୀ ତୁଠରେ ଏକାଠି ହୋଇ ମହିଳାମାନେ ଏହି ପାରମ୍ପରିକ ପୂଜା କରିଛନ୍ତି। ଘଣ୍ଟ ଏବଂ ହୁଳହୁଳି ଧ୍ୱନିରେ ସମଗ୍ର ଗ୍ରାମର ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା।

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

ଏହି ଓଷାରେ ଛଅ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାର ପରମ୍ପରା ରହିଛି। ବିଶେଷକରି ଭାତ, ଡାଲି, ଚକୁଳି ପିଠା ଏବଂ ବିଭିନ୍ନ ପ୍ରକାରର ଶାକାହାରୀ ତରକାରୀ ମାଆଙ୍କ ନିକଟରେ ଅର୍ପଣ କରାଯାଏ। ପୂଜା ବିଧି ଅନୁଯାୟୀ, ଶିଳପୁଆକୁ ହଳଦୀ କନାରେ ବାନ୍ଧି ସେଥିରେ ହଳଦୀ ରଖାଯାଏ। ମାଟିରେ ଷଠି ଦେବୀଙ୍କ ଛଅଟି ପ୍ରତିକୃତି ତିଆରି କରାଯିବା ସହ ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ ଓ ସାରୁ ଭଳି ପାଞ୍ଚ ପ୍ରକାରର ଗଛକୁ ଏକାଠି ବନ୍ଧାଯାଇ ଏକ ପୂର୍ଣ୍ଣ କଳସୀ ନିକଟରେ ସ୍ଥାପନ କରାଯାଏ। ସିନ୍ଦୁର ଫରୁଆ, ଗଳି ଗୁଆ ଓ କଜଳ ପାତି ଆଦି ମଧ୍ୟ ପୂଜା ସାମଗ୍ରୀ ଭାବେ ବ୍ୟବହୃତ ହୋଇଥାଏ।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

ପୂଜା ଶେଷରେ ଦୁବ, ବରକୋଳି ପତ୍ର ଏବଂ ଅରୁଆ ଚାଉଳ ସାହାଯ୍ୟରେ ଦେବୀଙ୍କ ବନ୍ଦାପନା କରାଯାଏ। ଏହାପରେ ମହିଳାମାନେ ପୂଜିତ ହଳଦୀ କନାକୁ ନିଜ ହାତରେ ବାନ୍ଧିଥାନ୍ତି। ପୂଜାର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ‘ଷଠି ବାଡ଼ିଆ’ ନୀତି। ପାଞ୍ଚ ପ୍ରକାର ଗଛର ବିଡ଼ାରେ ପିଲାମାନଙ୍କ ପିଠିରେ ହାଲୁକା ଭାବେ ପ୍ରହାର କରାଯାଇ ଆଶୀର୍ବାଦ ପ୍ରଦାନ କରାଯାଏ। ଲୋକବିଶ୍ୱାସ ଅନୁଯାୟୀ, ଏହି ପରମ୍ପରା ଦ୍ୱାରା ଶିଶୁମାନଙ୍କର ବାଳାରିଷ୍ଟ ଖଣ୍ଡନ ହେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସୁରକ୍ଷା ସୁନିଶ୍ଚିତ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର