ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ

Suryakanta Picture
Published On

ବୈଶିଙ୍ଗା: ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ପଣ୍ଡ କରିଛି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ପୁଲିସ। ସୋମବାର ରାତି ପ୍ରାୟ ୨ଟା ସମୟରେ ମାଣଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି ଉଦ୍ୟମ କରୁଥିବା ବେଳେ ସିଷ୍ଟମ୍‌ ଆଲାରାମ୍‌ ବାଜିଥିଲା। ଏନେଇ ମୁମ୍ବାଇ ମୁଖ୍ୟାଳୟର ସିକ୍ୟୁରିଟି ଅଫିସର ବୈଶିଙ୍ଗା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ତତ୍କ୍ଷଣାତ୍‌ ଘଟଣାସ୍ଥଳରେ ଚଢ଼ାଉ କରିଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବେତନଟୀ ଆର ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ଠିକଣାରେ ଚଢ଼ାଉ

ପୁଲିସ ଆସିବା ଦେଖି ଅଭିଯୁକ୍ତମାନେ ଏକ କାର୍‌ରେ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ମାଣତ୍ରୀ–ବୈଶିଙ୍ଗା ରାସ୍ତାରେ ପୁଲିସ ସେମାନଙ୍କ ପିଛା କରି ବୈଶିଙ୍ଗା ଛକ ନିକଟରେ ଧରିଥିଲା।ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଥିବା କାର୍‌କୁ ଜବତ କରାଯାଇଥିବା ବେଳେ ୫ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ପାରିବାରିକ ଅଶାନ୍ତି ଦୂର କରିବାକୁ ଗୁଣିଆ ପାଖକୁ ଯାଇଥିଲେ ମହିଳା, ୩ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ

ଏହି ଗ୍ୟାଙ୍ଗର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଚୋରି ଓ ଡକାୟତି ମାମଲାରେ ଜଡ଼ିତ ଥିବା ନେଇ ପୁଲିସ ତଦନ୍ତ ଜାରି ରଖିଛି।ନୂଆ ଥାନା ଅଧିକାରୀ ବାବା ଶଙ୍କର ସରାଫ ଯୋଗଦେବା ପରେ ବୈଶିଙ୍ଗା ପୁଲିସର ଏହି ବଡ଼ ସଫଳତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି

ଆହୁରି ପଢ଼ନ୍ତୁ: କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର