ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଚିକିତ୍ସା ଆଳରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

The Sakala Picture
Published On

ବୈଶିଙ୍ଗା/ମାନଗୋବିନ୍ଦପୁର/ମାଣତ୍ରୀ: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଚିକିତ୍ସିକ ଓ ରୋଗୀଙ୍କ ସମ୍ପର୍କରେ ଲାଗିଲା କଳଙ୍କ। ଗାଁର ବୈଦ୍ୟ ଜଣେ ରୋଗୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମିରିଗିଦାରୀ ଗାଁରେ। ସୂଚନାଯୋଗ୍ୟ, ମିରିଗିଦାରୀ ଗାଁର ଜଣେ ୫୫ ବର୍ଷ ବୟସ୍କ ହରିଶ୍ଚନ୍ଦ୍ର ମହାନ୍ତ ସ୍ଥାନୀୟ ଅଞ୍ଚଳରେ ବୈଦ୍ୟ ଓ ଗୁଣିଆ ଭାବେ ବେଶ୍ ପରିଚିତ। ସ୍ଥାନୀୟ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା […]

ବୈଶିଙ୍ଗା/ମାନଗୋବିନ୍ଦପୁର/ମାଣତ୍ରୀ: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଚିକିତ୍ସିକ ଓ ରୋଗୀଙ୍କ ସମ୍ପର୍କରେ ଲାଗିଲା କଳଙ୍କ। ଗାଁର ବୈଦ୍ୟ ଜଣେ ରୋଗୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମିରିଗିଦାରୀ ଗାଁରେ।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରେ ବନ୍ଧୁ ହେବା ସାଜିଲା କାଳ: ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ୍ ଅଭିଯୋଗ

ସୂଚନାଯୋଗ୍ୟ, ମିରିଗିଦାରୀ ଗାଁର ଜଣେ ୫୫ ବର୍ଷ ବୟସ୍କ ହରିଶ୍ଚନ୍ଦ୍ର ମହାନ୍ତ ସ୍ଥାନୀୟ ଅଞ୍ଚଳରେ ବୈଦ୍ୟ ଓ ଗୁଣିଆ ଭାବେ ବେଶ୍ ପରିଚିତ। ସ୍ଥାନୀୟ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଗୁଣିଗାରେଡି କାମ ପାଇଁ ମଧ୍ୟ ଲୋକଙ୍କ ଭିଡ ଜମିଥାଏ। ତେବେ ଗତ ୨୩ ତାରିଖ ରାତି ପ୍ରାୟ ୧୦ଟାରେ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳରୁ ବୃଦ୍ଧର ଜଣେ ସମ୍ପର୍କୀୟ ବିବାହିତା ମହିଳା ମଧ୍ୟ ନିଜର ଚିକିତ୍ସା ପାଇଁ ବୈଦ୍ୟଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ହରିଶ୍ଚନ୍ଦ୍ର ମହିଳାଙ୍କୁ କୌଣସି ରୋଗ ନ ଥିବା ସ୍ଥଳେ ତାଙ୍କ ଶାଶୁ ଓ କିଛି ସ୍ଥାନୀୟ ମହିଳା ମିଶି ଗୁଣି ଗାରେଡି କରି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ମାରିଦେବାକୁ ପ୍ରୟାସ କରିଛନ୍ତି ବୋଲି କହି ଭୟଭୀତ କରାଇଥିଲା ।

ଆହୁରି ପଢ଼ନ୍ତୁ: ଛେଳିକୁ ଆକ୍ରମଣ କଲା ବୁଲା କୁକୁର, ହେଲେ ମାଡ ଖାଇଲେ ବିଧବା ମହିଳା ଏବଂ ଦିବ୍ୟାଙ୍ଗ ଝିଅ

ପରେ ମହିଳା ଓ ତାଙ୍କ ସ୍ୱାମୀ ଏହାର ପ୍ରତିକାର ପଚାରିବାରୁ ସେ ମଧ୍ୟ ରାତ୍ରିରେ ଏକ ପୂଜାର ଆୟୋଜନ କରିଥିଲା ଓ ନିଜ ଘରେ ଶୋଇବାକୁ କହିଥିଲା। ରାତ୍ରି ପ୍ରାୟ ସ‌ାଢ଼େ ୩ଟାରେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ନିଦରୁ ଉଠାଇଥିଲା ଏବଂ ଗ୍ରାମ ପୋଖରୀ ନିକଟସ୍ଥ ଏକ ଗଛ ମୂଳକୁ ନେଇଯାଇଥିଲା । ସେଠାରେ ଏକ ହାଡ଼ ସାହାଯ୍ୟରେ ତାଙ୍କ ସ୍ୱାମୀଙ୍କୁ ଫୁଙ୍କାଫୁଙ୍କି କରି ଘରକୁ ପଠାଇ ଦେଇଥିଲା ଓ ମହିଳାଙ୍କୁ ଆଖି ବନ୍ଦ କରି ଗଛମୂଳେ ବସିବାକୁ ନିର୍ଦେଶ ଦେଇଥିଲା। ପରେ ଏକ ହାଡ଼ ସାହାଯ୍ୟରେ ମହିଳାଙ୍କ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗଗୁଡିକରେ ସ୍ପର୍ଶ କରିଵା ସହିତ ମହିଳାଙ୍କୁ ନିର୍ବସ୍ତ୍ର ହେବାକୁ ବାଧ୍ୟ କରିଥିଲା।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ

ଏଥିରେ ପୀଡ଼ିତା ରାଜି ନହେବାରୁ ହରିଶ୍ଚନ୍ଦ୍ର ଜୋର କରି ପୀଡିତାଙ୍କୁ ଉଲଗ୍ନ କରି ଦୁଷ୍କର୍ମ କରିଥିଲା। ତେବେ ଘଟଣାଟି ପ୍ରଘଟ କଲେ ଗୁଣିଗାରେଡି କରି ଜୀବନରୁ ମାରିଦେବା ନେଇ ଧମକ ଦେଇଥିଲା। ତଥାପି ସାହସ ବାନ୍ଧି ପୀଡିତା ତାଙ୍କ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ଓ ଏନେଇ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାଟିର ସମ୍ବେଦନଶୀଳତାକୁ ଲକ୍ଷ୍ୟ କରି ସଙ୍ଗେ ସଙ୍ଗେ ଏସଆଇ ସୁମନ୍ତ କୁମାର ସେଠୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରାଇଥିଲେ ଓ ଅଭିଯୁକ୍ତ ହରିଶ୍ଚନ୍ଦ୍ରକୁ ଗିରଫ କରି ଥାନାକୁ ନେଇଆସିଥିଲେ ରବିବାର ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରିବା କୋର୍ଟ ଚାଲାଣ କରାଯାଇଛି।

26 Jun 2022 By The Sakala

ଚିକିତ୍ସା ଆଳରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବୈଶିଙ୍ଗା/ମାନଗୋବିନ୍ଦପୁର/ମାଣତ୍ରୀ: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଚିକିତ୍ସିକ ଓ ରୋଗୀଙ୍କ ସମ୍ପର୍କରେ ଲାଗିଲା କଳଙ୍କ। ଗାଁର ବୈଦ୍ୟ ଜଣେ ରୋଗୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମିରିଗିଦାରୀ ଗାଁରେ।

ସୂଚନାଯୋଗ୍ୟ, ମିରିଗିଦାରୀ ଗାଁର ଜଣେ ୫୫ ବର୍ଷ ବୟସ୍କ ହରିଶ୍ଚନ୍ଦ୍ର ମହାନ୍ତ ସ୍ଥାନୀୟ ଅଞ୍ଚଳରେ ବୈଦ୍ୟ ଓ ଗୁଣିଆ ଭାବେ ବେଶ୍ ପରିଚିତ। ସ୍ଥାନୀୟ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଗୁଣିଗାରେଡି କାମ ପାଇଁ ମଧ୍ୟ ଲୋକଙ୍କ ଭିଡ ଜମିଥାଏ। ତେବେ ଗତ ୨୩ ତାରିଖ ରାତି ପ୍ରାୟ ୧୦ଟାରେ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳରୁ ବୃଦ୍ଧର ଜଣେ ସମ୍ପର୍କୀୟ ବିବାହିତା ମହିଳା ମଧ୍ୟ ନିଜର ଚିକିତ୍ସା ପାଇଁ ବୈଦ୍ୟଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ହରିଶ୍ଚନ୍ଦ୍ର ମହିଳାଙ୍କୁ କୌଣସି ରୋଗ ନ ଥିବା ସ୍ଥଳେ ତାଙ୍କ ଶାଶୁ ଓ କିଛି ସ୍ଥାନୀୟ ମହିଳା ମିଶି ଗୁଣି ଗାରେଡି କରି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ମାରିଦେବାକୁ ପ୍ରୟାସ କରିଛନ୍ତି ବୋଲି କହି ଭୟଭୀତ କରାଇଥିଲା ।

ପରେ ମହିଳା ଓ ତାଙ୍କ ସ୍ୱାମୀ ଏହାର ପ୍ରତିକାର ପଚାରିବାରୁ ସେ ମଧ୍ୟ ରାତ୍ରିରେ ଏକ ପୂଜାର ଆୟୋଜନ କରିଥିଲା ଓ ନିଜ ଘରେ ଶୋଇବାକୁ କହିଥିଲା। ରାତ୍ରି ପ୍ରାୟ ସ‌ାଢ଼େ ୩ଟାରେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ନିଦରୁ ଉଠାଇଥିଲା ଏବଂ ଗ୍ରାମ ପୋଖରୀ ନିକଟସ୍ଥ ଏକ ଗଛ ମୂଳକୁ ନେଇଯାଇଥିଲା । ସେଠାରେ ଏକ ହାଡ଼ ସାହାଯ୍ୟରେ ତାଙ୍କ ସ୍ୱାମୀଙ୍କୁ ଫୁଙ୍କାଫୁଙ୍କି କରି ଘରକୁ ପଠାଇ ଦେଇଥିଲା ଓ ମହିଳାଙ୍କୁ ଆଖି ବନ୍ଦ କରି ଗଛମୂଳେ ବସିବାକୁ ନିର୍ଦେଶ ଦେଇଥିଲା। ପରେ ଏକ ହାଡ଼ ସାହାଯ୍ୟରେ ମହିଳାଙ୍କ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗଗୁଡିକରେ ସ୍ପର୍ଶ କରିଵା ସହିତ ମହିଳାଙ୍କୁ ନିର୍ବସ୍ତ୍ର ହେବାକୁ ବାଧ୍ୟ କରିଥିଲା।

ଏଥିରେ ପୀଡ଼ିତା ରାଜି ନହେବାରୁ ହରିଶ୍ଚନ୍ଦ୍ର ଜୋର କରି ପୀଡିତାଙ୍କୁ ଉଲଗ୍ନ କରି ଦୁଷ୍କର୍ମ କରିଥିଲା। ତେବେ ଘଟଣାଟି ପ୍ରଘଟ କଲେ ଗୁଣିଗାରେଡି କରି ଜୀବନରୁ ମାରିଦେବା ନେଇ ଧମକ ଦେଇଥିଲା। ତଥାପି ସାହସ ବାନ୍ଧି ପୀଡିତା ତାଙ୍କ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ଓ ଏନେଇ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାଟିର ସମ୍ବେଦନଶୀଳତାକୁ ଲକ୍ଷ୍ୟ କରି ସଙ୍ଗେ ସଙ୍ଗେ ଏସଆଇ ସୁମନ୍ତ କୁମାର ସେଠୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରାଇଥିଲେ ଓ ଅଭିଯୁକ୍ତ ହରିଶ୍ଚନ୍ଦ୍ରକୁ ଗିରଫ କରି ଥାନାକୁ ନେଇଆସିଥିଲେ ରବିବାର ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରିବା କୋର୍ଟ ଚାଲାଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର