ମନୋରଞ୍ଜନ
ଓଡ଼ିଶା
ବେଆଇନ ମଦ ଭାଟିରୁ ୭କ୍ବିଣ୍ଟାଲ ପୋଚ ସହ ୪୦ଲିଟର ଦେଶୀ ମଦ ଜବତ
ଗୋପବନ୍ଧୁନଗର: ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଗୋପବନ୍ଧୁ ନଗର ବ୍ଲକର କେନ୍ଦୁଆମୁଣ୍ଡିରେ ଚାଲିଥିବା ଏକ ଦେଶୀ ମଦ ଭାଟିରେ ଚଢଉ କରି ୭କ୍ବିଣ୍ଟାଲ ମହୁଲ ପୋଚ ସମେତ ବିକ୍ରି ଉଦେଶ୍ୟରେ ରଖା ଯାଇଥିବା ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥି ସହିତ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ୧୪ ଗୋଟି ପ୍ଲାଷ୍ଟିକ ଡ୍ରମ ଓ ୪ଗୋଟି ଆଲୁମିନିୟମ ଡେକଚି ଜବତ କରାଯାଇଛି। ତେବେ ଉକ୍ତ ଚଢାଉ ସମୟରେ ଅବକାରୀ ବିଭାଗ କାହାରିକି ଗିରଫ […]
ଗୋପବନ୍ଧୁନଗର: ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ଗୋପବନ୍ଧୁ ନଗର ବ୍ଲକର କେନ୍ଦୁଆମୁଣ୍ଡିରେ ଚାଲିଥିବା ଏକ ଦେଶୀ ମଦ ଭାଟିରେ ଚଢଉ କରି ୭କ୍ବିଣ୍ଟାଲ ମହୁଲ ପୋଚ ସମେତ ବିକ୍ରି ଉଦେଶ୍ୟରେ ରଖା ଯାଇଥିବା ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥି ସହିତ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ୧୪ ଗୋଟି ପ୍ଲାଷ୍ଟିକ ଡ୍ରମ ଓ ୪ଗୋଟି ଆଲୁମିନିୟମ ଡେକଚି ଜବତ କରାଯାଇଛି। ତେବେ ଉକ୍ତ ଚଢାଉ ସମୟରେ ଅବକାରୀ ବିଭାଗ କାହାରିକି ଗିରଫ କରିବାକୁ ସମର୍ଥ ହୋଇପାରିନାହିଁ।
ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନ୍ନପୂର୍ଣ୍ଣା ଦେବୀ: ରାଜ୍ୟର ୧୨୧୪୦ଟି ଅଙ୍ଗନବାଡ଼ି ସକ୍ଷମ ହେବ
ସେହିପରି ଅନ୍ୟ ଦୁଇଟି ସ୍ଥାନରେ ବିଭାଗୀୟ କର୍ମଚାରୀ ମାନେ ଚଢଉକରିଥିବା ବେଳେ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଉଭୟ ଖୁଣ୍ଟା ବ୍ଲକର ଦୁଲାସାହିର ମୁଚିରାମ ସୋରେନ ଓ ଖୁଦପୁଟଳି ଗ୍ରାମର ଭଗତ ସିଂ। ସେମାନଙ୍କ ନିକଟରୁ ଯଥାକ୍ରମେ ୮ଲି ଓ ୫ଲି ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛିା





