ସହଭାଗିତା ଶିଖାଉଛି ମୟୂରଭଞ୍ଜର ‘ମାଣ୍ଡାମ’ ଗାଁ: ଠେଙ୍ଗାପାଳି କରି ଜଗୁଛନ୍ତି ୪୨୩ ଏକର ଜଙ୍ଗଲ, ଗୋଟିଏ ଗଛ କଟିଲେ ଲାଗୁଛି ୪ ଗଛ

The Sakala Picture
Published On

ଜଙ୍ଗଲ ତାଙ୍କର। ଜଙ୍ଗଲଜାତ ଦ୍ରବ୍ୟ ବି ତାଙ୍କର। ସେମାନେ ହିଁ ଚାହିଁଲେ ଜଙ୍ଗଲ ବଞ୍ଚିବ। ଗତ ବର୍ଷ ଶିମିଳିପାଳ ଜୈବମଣ୍ଡଳ ସମେତ ସାରା ରାଜ୍ୟ ବନାଗ୍ନିରେ ଅସ୍ତବ୍ୟସ୍ତ ହେବା ପରେ ଜନସହଭାଗିତାର ଗୁରୁତ୍ୱକୁ ହୃଦୟଙ୍ଗମ କରିଛନ୍ତି ସରକାର। ଜନତା ହିଁ ଯେ; ବନାଗ୍ନି ପ୍ରଶମନର ମୁଖ୍ୟ ଅସ୍ତ୍ର, ତାକୁ ସ୍ୱୀକାର ବି କରିଛନ୍ତି। ଆଗକୁ ବନାଗ୍ନି ଋତୁ ଆସୁଥିବା ବେଳେ ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ଜନତାଙ୍କ ପ୍ରୟାସକୁ ଆହୁରି ବଳିଷ୍ଠ କରିବାକୁ ‘ସକାଳ’ ପକ୍ଷରୁ ଆରମ୍ଭ […]

ଜଙ୍ଗଲ ତାଙ୍କର। ଜଙ୍ଗଲଜାତ ଦ୍ରବ୍ୟ ବି ତାଙ୍କର। ସେମାନେ ହିଁ ଚାହିଁଲେ ଜଙ୍ଗଲ ବଞ୍ଚିବ। ଗତ ବର୍ଷ ଶିମିଳିପାଳ ଜୈବମଣ୍ଡଳ ସମେତ ସାରା ରାଜ୍ୟ ବନାଗ୍ନିରେ ଅସ୍ତବ୍ୟସ୍ତ ହେବା ପରେ ଜନସହଭାଗିତାର ଗୁରୁତ୍ୱକୁ ହୃଦୟଙ୍ଗମ କରିଛନ୍ତି ସରକାର। ଜନତା ହିଁ ଯେ; ବନାଗ୍ନି ପ୍ରଶମନର ମୁଖ୍ୟ ଅସ୍ତ୍ର, ତାକୁ ସ୍ୱୀକାର ବି କରିଛନ୍ତି। ଆଗକୁ ବନାଗ୍ନି ଋତୁ ଆସୁଥିବା ବେଳେ ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ଜନତାଙ୍କ ପ୍ରୟାସକୁ ଆହୁରି ବଳିଷ୍ଠ କରିବାକୁ ‘ସକାଳ’ ପକ୍ଷରୁ ଆରମ୍ଭ କରାଯାଇଛି

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ମହିଳା ମୃତ

ଭୁବନେଶ୍ୱର:ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ବାଉଁଶନାଳି ପଞ୍ଚାୟତ ଅଧୀନରେ ଥିବା ମଣ୍ଡାମ ଗାଁ ର ଏ କାହାଣୀ। ୮୧ ଟି ପରିବାରକୁ ନିଜ ଭିତରେ ଜାଗା ଦେଇଥିବା ଏହି ଗାଁ ଯଦିଓ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଅଧୀନରେ ଆସୁନି ହେଲେବି ଶିମିଳିପାଳର ପାଦ ଦେଶରେ କାହିଁ କେଉଁ କାଳରୁ ଠିଆ ହୋଇଛି। ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଆଶା ଭରସା ପାଖରେ ଥିବା ୪୨୩ ଏକରର ଗୋଷ୍ଠୀ ଜଙ୍ଗଲ। ଯାହା ଉପରେ ନିର୍ଭର କରେ ସେମାନଙ୍କ ପେଟ ପାଟଣା। ଜଙ୍ଗଲରୁ ମହୁଲ, ଚାର, ଟୋଲ, ଶାଳ ମଞ୍ଜି, ଶାଳ ପତ୍ର ତୋଳି ପେଟ ପାଟଣା କରିଥାନ୍ତି। ଆଉ ଏବେ ସରକାରଙ୍କ ସହାୟତାରେ ଗାଁରେ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା କୁକୁଡା ଓ ଛେଳି ପାଳନ ସାଙ୍ଗକୁ ଛତୁ ଚାଷ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଗତ ବର୍ଷ ଜଙ୍ଗଲ ନିଆଁରେ ଯେତେବେଳେ ସାରା ଶିଳିମିପାଳ ଜୈବମଣ୍ଡଳ ହୁତୁ ହୁତୁ ହୋଇ ଜଳୁଥିଲା ସେତେବେଳେ ଗାଁ ଲୋକଙ୍କ ସହାୟତାରେ କିନ୍ତୁ ବର୍ତ୍ତିଯାଇଥିଲା ଏହି ଗୋଷ୍ଠୀ ଜଙ୍ଗଲ। ଏମିତି ନୁହେଁ ଯେ ଜଙ୍ଗଲରେ ନିଆଁ ଲାଗି ନଥିଲା। ହେଲେ ଯେଉଁ ୧୦ରୁ ୧୨ଟି ଜାଗାରେ ନିଆଁ ଲାଗିଥିଲା ତାହାକୁ ଗାଁ ଲୋକଙ୍କ ସହାୟତାରେ ମା’ ବୁଢ଼ିପାଟ ଜଙ୍ଗଲ ସୁରକ୍ଷା କମିଟି ସଙ୍ଗେ ସଙ୍ଗେ ଲିଭାଇବାରେ ସକ୍ଷମ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ଗାଁ କମିଟିର ଉପଦେଷ୍ଟା ମହାନ୍ତି ଗୋରାଇ କହନ୍ତି ଗୋଷ୍ଠୀ ଜଙ୍ଗଲକୁ ସୁରକ୍ଷା ଦେବା ଆଜିର କଥା ନୁହେଁ। ୧୯୭୫ ମସିହାରୁ ବାପା, ଜେଜେମାନେ ଏହାକୁ ଠେଙ୍ଗାପାଳି କରି ସୁରକ୍ଷା ଦେଇ ଆସୁଥିଲେ। ୨୦୧୩ ମସିହାରେ ସରକାରଙ୍କ ସ୍ୱୀକୃତି ପରେ ଆମେ ଏହାକୁ ବ୍ୟବସ୍ଥିତ ଢ଼ଙ୍ଗରେ ପରିଚାଳନା କରୁଛୁ। ସପ୍ତାହ ଯାକ ପାଳି ହିସାବରେ ଗାଁ ଲୋକ ଜଙ୍ଗଲ ଜଗନ୍ତି। ଯେଉଁଠି କାଠ ମାଫିଆଙ୍କ ଦ୍ୱାରା ଗଛ କଟାର ଖବର ଆସେ ସେଠି ଦଳଗତ ଭାବେ ଛିଡା ହୁଅନ୍ତି ଗାଁ ଲୋକେ। ହେଲେ ଯଦି ଗାଁ ଲୋକର ଆବଶ୍ୟକତା ପଡେ ତେବେ ୨୦ ଟଙ୍କା ଦାଖଲ କରି ସମ୍ପୃକ୍ତ ବନବାସୀଙ୍କୁ ଗାଁ କମିଟିରେ ଏଥିପାଇଁ ଆବେଦନ କରିବାକୁ ପଡେ। ପରେ ଗାଁ କମିଟି ବିଚାର କରି ଏଥିପାଇଁ ମଞ୍ଜୁରି ଦେଲା ପରେ ଗଛ କଟେ। ହେଲେ ଏଥିରେ ବି ସର୍ତ୍ତ। ସମ୍ପୃକ୍ତ ବ୍ୟକ୍ତିକୁ ଗୋଟିଏ ଗଛ ବଦଳରେ ୪ଟି ଗଛ ଲଗାଇ ତାକୁ ବଡ କରିବାର ଦାୟିତ୍ୱ ନେବାକୁ ପଡ଼େ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

୪୨୩ ଏକର ପରିମିତ ଏହି ଜଙ୍ଗଲରୁ ପ୍ରତିବର୍ଷ ଗାଁ ଲୋକେ ପରିବାର ପିଛା ୪୦ କିଲୋ ଚାର ମଞ୍ଜି, ୨୫ କିଲୋ ଲେଖାଏଁ ଟୋଲ, ୨୦ କିଲୋ ଲେଖାଏଁ କୁସୁମ, ୩ କୁଇଣ୍ଟାଲ ଲେଖାଏଁ ମହୁଲ ସଂଗ୍ରହ କରିଥାନ୍ତି। ଏହାବାଦ ଅନ୍ୟନ୍ୟ ଚେରମୁଳି ପାଇଁ ବି ଲୋକେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ତେଣୁ ଜଙ୍ଗଲକୁ ସୁରକ୍ଷା ଦେବା ସେମାନଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ସେମାନେ ଅନୁଭବ କରିଛନ୍ତି। ଜଙ୍ଗଲ ସୁରକ୍ଷା ଦିଗରେ ଭଲ କାମ କରିଥିବା ଗାଁ ଲୋକଙ୍କ ପ୍ରତି ବର୍ଷ ସମ୍ବର୍ଦ୍ଧିତ କରି ଜନସହଭାଗିତାର ଆଉ ଏକ ଉଦାହରଣ ସୃଷ୍ଟି କରି ପାରିଛି ମାଣ୍ଡାମ ଗାଁ। ଜଙ୍ଗଲ ନିଆଁ ବାବଦରେ ଖବର ଦେଉଥିବା ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ଯିଏ ଅଧିକ ଗଛ ଲଗାଇଛି, ଯେଉଁ ପରିବାର ଅଧିକ ଠେଙ୍ଗାପାଳି କରି ଜଙ୍ଗଲକୁ ସୁରକ୍ଷା ଦେବାଠାରୁ ଯିଏ ସଚେତନତା କାର୍ଯ୍ୟକ୍ରମ କରି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଇଛି ସେମାନଙ୍କୁ ଗାଁ କମିଟି ଦ୍ୱାରା ସମ୍ବର୍ଦ୍ଧିତ କରାଯିବାର ନିଆରା ପରମ୍ପରା ଗାଁରେ ଆଜି ଯାଏଁ ଜୀବିତ। ଏ ବାବଦରେ ମହାନ୍ତି ଗୋରାଇ ଆହୁରି କହନ୍ତି ଯେ ଜଙ୍ଗଲ ଉପରେ କେବଳ ମାଣ୍ଡାମ ନୁହେଁ ୩ଟି ପଞ୍ଚାୟତ ବାଉଁଶନାଳି, ମାଣ୍ଡା ଓ ଝିପାବନ୍ଧର ୭ଟି ଗାଁ ଲୋକେ ନିର୍ଭର କରିଥାନ୍ତି। ପ୍ରତିବର୍ଷ ଜଙ୍ଗଲ ନିଆଁ ଋତୁ ପୂର୍ବରୁ ଗାଁରେ କମିଟି ବସେ। ଗାଁ ଲୋକଙ୍କୁ ଏକାଠି କରାହୁଏ। ଜଙ୍ଗଲ ଭିତର ଜଳାଶୟର ଅବସ୍ଥା ପରଖାଯାଏ। ଜଙ୍ଗଲ ସାଥୀମାନଙ୍କୁ ସଜାଗ କରାଯାଏ। ବାଉଁଶନାଳି ସରପଞ୍ଚ ଆଗକୁ ଆସି ଗୋଷ୍ଠୀ ଜଙ୍ଗଲ ପରିଚାଳନା ପାଇଁ ଯେଉଁମାନେ କାମ କରନ୍ତି ତାଙ୍କ ସହ ଯୋଗାଯୋଗ କରି ମହୁଲ ଗଛ ତଳେ ନିଆଁ ନ ଲଗାଇବାକୁ ପ୍ରବର୍ତ୍ତାଇଥାନ୍ତି। ଏଥିପାଇଁ ଗାଁ କମିଟିକୁ ନେଟ୍‍ ସାହାଯ୍ୟରେ ଅଳ୍ପ ପରିଶ୍ରମରେ କିପରି ମହୁଲ ସଂଗ୍ରହ ସମ୍ଭବ ତାହା ବତାଯାଇଥାଏ। ବନ ବିଭାଗ ଏଥିରେ ଆମକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେଇଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର