ମନୋରଞ୍ଜନ

ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ପ୍ରତିବାଦରେ ଆସନ୍ତା ୧୪ରେ ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

Madhusudan Das Picture
Published On

କଟକ: ଓଡିଶାରେ ଡବଲ ଇଂଜିନ ସରକାର କ୍ଷମତାରେ ଆସିବା ଦିନଠାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଆସନ୍ତା ୧୪ ତାରିଖରେ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । କଟକରେ ପ୍ରେସମିଟ କରି ବର୍ଷିଲା ବିଜେଡି। ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବୀଭତ୍ସ ହତ୍ୟା ଘଟଣାରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବିଜେଡି ଅଭିଯୋଗ କରିଛି । ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଢେଙ୍କାନାଳ ଭାପୁର, ପୁରୀ ବଳଙ୍ଗା, ଗଞ୍ଜାମ ହିଞ୍ଜଳି, ବାଲିଅନ୍ତା ଓ ନୟାଗଡ଼ ଘଟଣାକୁ ନେଇ ପୋଲିସ ଉପରେ ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟିଛି । ଏଭଳି ଅମାନୁଷିକ ଘଟଣାମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସରକାରଙ୍କ ଏକ ପ୍ରକାର ସ୍ଥାଣୁତା ଓ ଅପାରଗତା ସଭ୍ୟ ସମାଜକୁ ଚକିତ ଓ ବିଚଳିତ କରୁଛି ବୋଲି ବିଜେଡି ଉପସଭାପତି ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଅଭିଯୋଗ ଆଣିଛନ୍ତି । ପ୍ରତିବାଦରେ ଆସନ୍ତା ୧୪ ତାରିଖରେ ବିଜେଡି ରାଜ୍ୟ ପୋଲିସ ମୁଖ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି । 

ଆହୁରି ପଢ଼ନ୍ତୁ: ଘର ଆଗରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା

ବିଜେପି ଶାସନରେ ସାଧାରଣ ଲୋକ ଆତଙ୍କିତ ଥିବା ବେଳେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ବଢିଛି। ଓଡ଼ିଶାରେ ବିଜେପି ଦଳ କ୍ଷମତାସୀନ ହେବା ପରଠାରୁ ସର୍ବସାଧାରଣରେ ପୋଲିସ କର୍ମୀଙ୍କ ସହ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଧର୍ଷଣ ଓ ଲୁଣ୍ଠନ ଆଦି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି । ତୁରନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସମିଟରେ ବିଜେଡି ନେତା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅକୁଣ୍ଠ ସମର୍ଥନ ପ୍ରତିବଦଳରେ ଓଡ଼ିଶାବାସୀଙ୍କୁ ଧୋକା ଦେଉଛି ଡବଲ ଇଞ୍ଜିନ ସରକାର: ବିଜେଡି

12 May 2026 By Madhusudan Das

ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ପ୍ରତିବାଦରେ ଆସନ୍ତା ୧୪ରେ ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

କଟକ: ଓଡିଶାରେ ଡବଲ ଇଂଜିନ ସରକାର କ୍ଷମତାରେ ଆସିବା ଦିନଠାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଆସନ୍ତା ୧୪ ତାରିଖରେ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । କଟକରେ ପ୍ରେସମିଟ କରି ବର୍ଷିଲା ବିଜେଡି। ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ବୀଭତ୍ସ ହତ୍ୟା ଘଟଣାରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବିଜେଡି ଅଭିଯୋଗ କରିଛି । ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଢେଙ୍କାନାଳ ଭାପୁର, ପୁରୀ ବଳଙ୍ଗା, ଗଞ୍ଜାମ ହିଞ୍ଜଳି, ବାଲିଅନ୍ତା ଓ ନୟାଗଡ଼ ଘଟଣାକୁ ନେଇ ପୋଲିସ ଉପରେ ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟିଛି । ଏଭଳି ଅମାନୁଷିକ ଘଟଣାମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସରକାରଙ୍କ ଏକ ପ୍ରକାର ସ୍ଥାଣୁତା ଓ ଅପାରଗତା ସଭ୍ୟ ସମାଜକୁ ଚକିତ ଓ ବିଚଳିତ କରୁଛି ବୋଲି ବିଜେଡି ଉପସଭାପତି ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଅଭିଯୋଗ ଆଣିଛନ୍ତି । ପ୍ରତିବାଦରେ ଆସନ୍ତା ୧୪ ତାରିଖରେ ବିଜେଡି ରାଜ୍ୟ ପୋଲିସ ମୁଖ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି । 

ବିଜେପି ଶାସନରେ ସାଧାରଣ ଲୋକ ଆତଙ୍କିତ ଥିବା ବେଳେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ବଢିଛି। ଓଡ଼ିଶାରେ ବିଜେପି ଦଳ କ୍ଷମତାସୀନ ହେବା ପରଠାରୁ ସର୍ବସାଧାରଣରେ ପୋଲିସ କର୍ମୀଙ୍କ ସହ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଧର୍ଷଣ ଓ ଲୁଣ୍ଠନ ଆଦି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି । ତୁରନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସମିଟରେ ବିଜେଡି ନେତା ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର