ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା: 'ମବ୍ ଲିଞ୍ଚିଂର ଯାହା ସବୁ ମାନଦଣ୍ଡ ଅଛି, ତାହା ଏଠାରେ ନାହିଁ'

Madhusudan Das Picture
Published On

କଟକ: ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣା । ତଦନ୍ତ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।  ସେ କହିଛନ୍ତି ଯେ, ସମସ୍ତ ରେକର୍ଡ ଓ ପ୍ରମାଣକୁ ତର୍ଜମା କରାଯାଉଛି। ପୋଷ୍ଟ ମଟମ୍ ରିପୋର୍ଟ ଓ ଫୋରେନସିକ ପ୍ରମାଣକୁ ଅନୁଧ୍ୟାନ କରାଯାଉଛି। କମିଶନରେଟ ପୋଲିସ କରିଥିବା ରିପୋର୍ଟ ମଧ୍ଯ କ୍ରାଇମବ୍ରାଞ୍ଚ ମାଗିଛି। ସାମାଜିକ ଗଣମାଧ୍ୟମର ଫୁଟେଜକୁ ମଧ୍ୟ ତଦନ୍ତରେ ଗ୍ରହଣ କରାଯିବ। ସେଠାରେ ଯେତେଲୋକ ଏକାଠି ଥିଲେ କାହାର କ'ଣ ଭୂମିକା ଥିଲା ସେ ନେଇ ତର୍ଜମା ଚାଲିଛି। ସମସ୍ତେ ଯେ ଗଣ୍ଡଗୋଳ ଓ ମାଡପିଟ କରୁଥିଲେ, ତାହା କହିବା ଠିକ ନୁହେଁ। ସାକ୍ଷ୍ୟ ପାଇଁ ଯେଉଁମାନଙ୍କ ଆବଶ୍ୟକତା ପଡିବ ଆମେ ଡାକିବୁ। 

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ସେହିପରି ମବ୍ ଲିଞ୍ଚିଂ ଦଫା କମିଶନରେଟ ପୋଲିସ ଲଗାଇ ନଥିବା ଅଭିଯୋଗ ଉପରେ ସେ କହିଛନ୍ତି ଯେ ମବ୍ ଲିଞ୍ଚିଂର ଯାହା ସବୁ ମାନଦଣ୍ଡ ଅଛି, ତାହା ଏଠାରେ ନାହିଁ। ତେବେ ଯଦି ଏପରି କିଛି ପ୍ରମାଣ ଆସିଲେ ସେ ଦଫା ଲଗାଯିବ। ଅନ୍ୟ ପକ୍ଷରେ ହତ୍ୟାକାଣ୍ଡ ଓ ମବ୍ ଲିଞ୍ଚିଂର ଦଫା ଓ ଦଣ୍ଡ ଏକା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସ୍ପଷ୍ଟ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶାର ସଂସ୍କୃତିକୁ ବଡ଼ ସମ୍ମାନ: ରାଷ୍ଟ୍ରପତି ଭବନରେ ଶୋଭା ପାଇବ ପୁରୀ ରଥଯାତ୍ରାର ତିନି ରଥ ଚକ

11 May 2026 By Madhusudan Das

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା: 'ମବ୍ ଲିଞ୍ଚିଂର ଯାହା ସବୁ ମାନଦଣ୍ଡ ଅଛି, ତାହା ଏଠାରେ ନାହିଁ'

କଟକ: ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣା । ତଦନ୍ତ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।  ସେ କହିଛନ୍ତି ଯେ, ସମସ୍ତ ରେକର୍ଡ ଓ ପ୍ରମାଣକୁ ତର୍ଜମା କରାଯାଉଛି। ପୋଷ୍ଟ ମଟମ୍ ରିପୋର୍ଟ ଓ ଫୋରେନସିକ ପ୍ରମାଣକୁ ଅନୁଧ୍ୟାନ କରାଯାଉଛି। କମିଶନରେଟ ପୋଲିସ କରିଥିବା ରିପୋର୍ଟ ମଧ୍ଯ କ୍ରାଇମବ୍ରାଞ୍ଚ ମାଗିଛି। ସାମାଜିକ ଗଣମାଧ୍ୟମର ଫୁଟେଜକୁ ମଧ୍ୟ ତଦନ୍ତରେ ଗ୍ରହଣ କରାଯିବ। ସେଠାରେ ଯେତେଲୋକ ଏକାଠି ଥିଲେ କାହାର କ'ଣ ଭୂମିକା ଥିଲା ସେ ନେଇ ତର୍ଜମା ଚାଲିଛି। ସମସ୍ତେ ଯେ ଗଣ୍ଡଗୋଳ ଓ ମାଡପିଟ କରୁଥିଲେ, ତାହା କହିବା ଠିକ ନୁହେଁ। ସାକ୍ଷ୍ୟ ପାଇଁ ଯେଉଁମାନଙ୍କ ଆବଶ୍ୟକତା ପଡିବ ଆମେ ଡାକିବୁ। 

ସେହିପରି ମବ୍ ଲିଞ୍ଚିଂ ଦଫା କମିଶନରେଟ ପୋଲିସ ଲଗାଇ ନଥିବା ଅଭିଯୋଗ ଉପରେ ସେ କହିଛନ୍ତି ଯେ ମବ୍ ଲିଞ୍ଚିଂର ଯାହା ସବୁ ମାନଦଣ୍ଡ ଅଛି, ତାହା ଏଠାରେ ନାହିଁ। ତେବେ ଯଦି ଏପରି କିଛି ପ୍ରମାଣ ଆସିଲେ ସେ ଦଫା ଲଗାଯିବ। ଅନ୍ୟ ପକ୍ଷରେ ହତ୍ୟାକାଣ୍ଡ ଓ ମବ୍ ଲିଞ୍ଚିଂର ଦଫା ଓ ଦଣ୍ଡ ଏକା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସ୍ପଷ୍ଟ କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର