ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ; ପାସ୍‌ ହାର ୮୫.୨୦%

Madhusudan Das Picture
Published On

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ । ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଯେପରିକି results.cbse.nic.in, cbse.gov.in, ଏବଂ digilocker.gov.in ମାଧ୍ୟମରେ ସେମାନଙ୍କର ମାର୍କ ଦେଖିପାରିବେ। ଏହା ବ୍ୟତୀତ UMANG ମୋବାଇଲ୍ ଆପ୍ ଏବଂ ଏସଏମଏସ୍ (SMS) ସେବା ମାଧ୍ୟମରେ ମଧ୍ୟ ଫଳାଫଳ ଉପଲବ୍ଧ ଅଛି। ଚଳିତବର୍ଷ ପାସ୍‌ ହାର ୮୫.୨୦% ରହିଛି । ଗତବର୍ଷ ତୁଳନାରେ ପରୀକ୍ଷା ପାସ୍ ହାର ୩.୧୯% କମ୍ । ଗତବର୍ଷ ପାସ୍ ହାର ୮୮.୯୩% ରହିଥିଲା ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ବୁଧବାର ଅପରାହ୍ନରେ ୨୦୨୬ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ମୋଟ ୧୭,୮୦,୩୬୫ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭,୬୮,୯୬୮ ଜଣ ପରୀକ୍ଷା ଦେଇଥିଲେ ଏବଂ ୧୫,୦୭,୧୦୯ ଜଣ ପାସ୍ କରିଛନ୍ତି। ତେବେ ଚଳିତ ବର୍ଷ ସାମଗ୍ରିକ ପାସ୍ ହାର ୮୫.୨% ରହିଛି, ଯାହା ଗତ ବର୍ଷର ୮୮.୩୯% ତୁଳନାରେ ୩.୧୯% କମ୍ ଅଟେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଚଳିତ ବର୍ଷ ମଧ୍ୟ ପୁଅମାନଙ୍କ ତୁଳନାରେ ଝିଅମାନେ ବାଜିମାତ୍ କରିଛନ୍ତି। ଝିଅମାନଙ୍କ ପାସ୍ ହାର ପୁଅମାନଙ୍କ ତୁଳନାରେ ୬.୭୩% ଅଧିକ ରହିଛି। ଆଞ୍ଚଳିକ ସ୍ତରରେ ଦେଖିବାକୁ ଗଲେ, ତ୍ରିଭେନ୍ଦ୍ରମ ସର୍ବାଧିକ ୯୫.୬୨% ପାସ୍ ହାର ସହ ଶୀର୍ଷରେ ଥିବାବେଳେ, ପ୍ରୟାଗରାଜ ସର୍ବନିମ୍ନ ୭୨.୪୩% ପାସ୍ ହାର ରେକର୍ଡ କରିଛି। ଅନ୍ୟପକ୍ଷରେ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ (CWSN) ପାସ୍ ହାର ୯୦.୧୬% ରହିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର