ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Madhusudan Das Picture
Published On

ବାରିପଦା: ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ଭୁରୁଡିଆ ଗ୍ରାମରେ ଅଘଟଣ । ଉଦଳା ଅଞ୍ଚଳର ଜ୍ବାଇଁ ଶ୍ରୀକାନ୍ତ ମଲିକ ଶଶୁର ମଙ୍ଗୁଳୁ ଦଳେଇଙ୍କ ଘରକୁ ଆସିଥିବା ବେଳେ ଘର ନିକଟ ଆମ୍ବଗଛରେ ଦଉଡି ଦେଇ ଜୋଇଁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଶ୍ରୀକାନ୍ତଙ୍କର ୧୩/୧୪ବର୍ଷ ତଳେ ବିବାହ ହୋଇଥିଲା । ୪ସନ୍ତାନ ଓ ପତ୍ନୀ ସହିତ ୮ଦିନ ହେଲା ଶଶୁର ଘରକୁ ଆସି ରହିଥିଲେ । ରବିବାର ରାତିରେ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକେ କହୁଛନ୍ତି । ଅପରପକ୍ଷରେ ପୁଅକୁ ମାରି ଆତ୍ମହତ୍ୟା ରୂପ ଦିଆଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମାଣତ୍ରୀ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି ବିଜେପି ସରକାର: ନବୀନ ପଟ୍ଟନାୟକ

11 May 2026 By Madhusudan Das

ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବାରିପଦା: ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ଭୁରୁଡିଆ ଗ୍ରାମରେ ଅଘଟଣ । ଉଦଳା ଅଞ୍ଚଳର ଜ୍ବାଇଁ ଶ୍ରୀକାନ୍ତ ମଲିକ ଶଶୁର ମଙ୍ଗୁଳୁ ଦଳେଇଙ୍କ ଘରକୁ ଆସିଥିବା ବେଳେ ଘର ନିକଟ ଆମ୍ବଗଛରେ ଦଉଡି ଦେଇ ଜୋଇଁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଶ୍ରୀକାନ୍ତଙ୍କର ୧୩/୧୪ବର୍ଷ ତଳେ ବିବାହ ହୋଇଥିଲା । ୪ସନ୍ତାନ ଓ ପତ୍ନୀ ସହିତ ୮ଦିନ ହେଲା ଶଶୁର ଘରକୁ ଆସି ରହିଥିଲେ । ରବିବାର ରାତିରେ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକେ କହୁଛନ୍ତି । ଅପରପକ୍ଷରେ ପୁଅକୁ ମାରି ଆତ୍ମହତ୍ୟା ରୂପ ଦିଆଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମାଣତ୍ରୀ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର