ଜଗା ଦର୍ଶନ ସାରି ଘରକୁ ଫେରୁଥିବାବେଳେ ହେଲା ସଡକ ଦୁର୍ଘଟଣା; ଜଣେ ମୃତ, ୮ ଗୁରୁତର

Madhusudan Das Picture
Published On

ଭଦ୍ରକ: ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ, ବାଟରେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ଜଣଙ୍କର ଜୀବନ । ଏନ୍‌ଏଚ୍‌ ୧୬ ବାସୁଳି ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ଗୋଟିଏ ପରିଵାରର ଜଣଙ୍କର ମୃତ୍ୟୁହୋଇଥିବାବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଏବଂ ଆହତ ସମସ୍ତେ ବାସୁଦେବପୁର ଇରମ୍‌ ଅଂଚଳର ହୋଇଥିବା ସୂଚନା । 

ଆହୁରି ପଢ଼ନ୍ତୁ: ବିଜେପି ବିଧାୟକଙ୍କ ପ୍ରୋତ୍ସାହନରେ ଟିଟିଲାଗଡ଼ରେ ଆତଙ୍କରାଜ: ବିଜେଡି

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଅଞ୍ଚଳର ଅମରନାଥ ପାଢ଼ୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ପୁରୀ ଯାଇଥିଲେ। ପୁରୀରେ ଜାଗା ଦର୍ଶନ ସାରି ଫେରୁଥିବା ବେଳେ ବଲେରୋ ଡ୍ରାଇଭରଙ୍କର ଆଖିରେ ନିଦ ଲାଗି ଯିବାରୁ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛ କୁ ଧକ୍କା ମାରିଥିଲେ । ଫଳରେ ଗାଡ଼ିର ଆଗରେ ବସିଥିବା ଅମରନାଥ ପାଢ଼ୀଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ସଦସ୍ୟ ମାନେ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦମକଳ ବାହିନୀ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇଥିବା ବଲେରୋ ଗାଡ଼ିର ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି; ସଜେଇ ହେଉଛି ପାହାଡ଼ପୁର, ଅପେକ୍ଷା କରିଛି ରାଇରଙ୍ଗପୁର

08 May 2026 By Madhusudan Das

ଜଗା ଦର୍ଶନ ସାରି ଘରକୁ ଫେରୁଥିବାବେଳେ ହେଲା ସଡକ ଦୁର୍ଘଟଣା; ଜଣେ ମୃତ, ୮ ଗୁରୁତର

ଭଦ୍ରକ: ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ, ବାଟରେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ଜଣଙ୍କର ଜୀବନ । ଏନ୍‌ଏଚ୍‌ ୧୬ ବାସୁଳି ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ଗୋଟିଏ ପରିଵାରର ଜଣଙ୍କର ମୃତ୍ୟୁହୋଇଥିବାବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଏବଂ ଆହତ ସମସ୍ତେ ବାସୁଦେବପୁର ଇରମ୍‌ ଅଂଚଳର ହୋଇଥିବା ସୂଚନା । 

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଅଞ୍ଚଳର ଅମରନାଥ ପାଢ଼ୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ପୁରୀ ଯାଇଥିଲେ। ପୁରୀରେ ଜାଗା ଦର୍ଶନ ସାରି ଫେରୁଥିବା ବେଳେ ବଲେରୋ ଡ୍ରାଇଭରଙ୍କର ଆଖିରେ ନିଦ ଲାଗି ଯିବାରୁ ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛ କୁ ଧକ୍କା ମାରିଥିଲେ । ଫଳରେ ଗାଡ଼ିର ଆଗରେ ବସିଥିବା ଅମରନାଥ ପାଢ଼ୀଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ସଦସ୍ୟ ମାନେ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦମକଳ ବାହିନୀ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇଥିବା ବଲେରୋ ଗାଡ଼ିର ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର